ନଦୀ ପଠାରେ ଖେଳୁଥିବାବେଳେ ବାଲି ଅତଡ଼ା ଧସି ଚାଲିଗଲା ନାବାଳକର ଜୀବନ

The Sakala Picture
Published On

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ । ନଦୀରେ ଖେଳୁଥିବା ବେଳେ ଧସିଲା ବାଲି । ପୋତି ହୋଇଗଲେ ତିନି ଶିଶୁ । ସ୍ଥାନୀୟ ଲୋକେ ଶିଶୁଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି । ଶ୍ବାସରୁଦ୍ଧ ଯୋଗୁଁ ଜଣେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତଶିଶୁ ଜଣକ ହେଲେ ସେହି ଗାଁର ରାମ ରଇତଙ୍କ ୧୦ ବର୍ଷର ପୁଅ ଇଶ୍ୱର ରଇତ। ଅନ୍ୟ […]

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ । ନଦୀରେ ଖେଳୁଥିବା ବେଳେ ଧସିଲା ବାଲି । ପୋତି ହୋଇଗଲେ ତିନି ଶିଶୁ । ସ୍ଥାନୀୟ ଲୋକେ ଶିଶୁଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି । ଶ୍ବାସରୁଦ୍ଧ ଯୋଗୁଁ ଜଣେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତଶିଶୁ ଜଣକ ହେଲେ ସେହି ଗାଁର ରାମ ରଇତଙ୍କ ୧୦ ବର୍ଷର ପୁଅ ଇଶ୍ୱର ରଇତ। ଅନ୍ୟ ଦୁଇ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ପlଟପାଣି ଗାଁର କିଛି ନାବାଳକ ଗାଁ ନିକଟସ୍ଥ ନଦୀ ପଠାରେ ଖେଳୁଥିଲେ । ବାଲିରେ ଘର ତିଆରି କରି ଖେଳୁଥିବାବେଳେ ଧସିଥିଲା ବାଲି ଅତଡ଼ା । ଫଳରେ ୩ ଜଣ ନାବାଳକ ବାଲିରେ ପୋତି ହୋଇ ଯାଇଥିଲେ । ଅନ୍ୟ ଜଣେ ନାବାଳକ ଘଟଣା ସମ୍ପର୍କରେ ଗାଁକୁ ଆସି କହିବା ପରେ ନଦୀ ପଠାକୁ ଯାଇଥିଲେ ଗ୍ରାମବାସୀ । ସେମାନଙ୍କୁ ବାଲି ପଠାରୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲ ନେଇଥିଲେ । ସେଠାରେ ଜଣେ ନାବାଳକକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର