କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ୪୫ ହଜାର ଲୋକଙ୍କ ସ୍ୱାବ୍‍ ପରୀକ୍ଷା କଲେଣି ଅନିଶା

The Sakala Picture
Published On

ନାରାୟଣପାଟଣା: ଏବେବି କରୋନାର ପ୍ରଭାବରେ ପ୍ରଭାବିତ ଓଡ଼ିଶା। ଯଦିଓ କିଛି ସ୍ଥାନରେ କରୋନାର ପ୍ରଭାବ କମିଛି ହେଲେ ଏବେବି ସଂକ୍ରମଣକୁ ଏଡାଇ ଦେଇ ହେବନାହିଁ। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନାରାୟଣପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଅନିଶା ନାୟକ ନିଜ ଅଞ୍ଚଳ ପାଇଁ ଆଖି ଦୃଶିଆ କାମ କରୁଛନ୍ତି। ଘରକୁ ଘର ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, କରୋନା ରୋଗୀଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରିବା, ଗାଁରେ ଲୋକକାନେ […]

ନାରାୟଣପାଟଣା: ଏବେବି କରୋନାର ପ୍ରଭାବରେ ପ୍ରଭାବିତ ଓଡ଼ିଶା। ଯଦିଓ କିଛି ସ୍ଥାନରେ କରୋନାର ପ୍ରଭାବ କମିଛି ହେଲେ ଏବେବି ସଂକ୍ରମଣକୁ ଏଡାଇ ଦେଇ ହେବନାହିଁ। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନାରାୟଣପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଅନିଶା ନାୟକ ନିଜ ଅଞ୍ଚଳ ପାଇଁ ଆଖି ଦୃଶିଆ କାମ କରୁଛନ୍ତି। ଘରକୁ ଘର ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, କରୋନା ରୋଗୀଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରିବା, ଗାଁରେ ଲୋକକାନେ ଠିକ୍‍ ଭାବେ ଟିକା ନେଇଛନ୍ତି କି ନାହିଁ ସେସବୁର ଯାଞ୍ଚ କରିବା ଭଳି କାମ ଭିତରେ ନିଜକୁ ବାନ୍ଧି ନରଖି ଏବେ ସେ ସଂକ୍ରମିତଙ୍କ ଘରକୁ ବି ନିଜେ ସାନିଟାଇଜ୍‍ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ସକାଳୁ ସନ୍ଧ୍ୟା ଯାଏଁ ଘରକୁ ଘର ବୁଲି ଲୋକଙ୍କୁ କରୋନା ବାବଦରେ ସଚେତନତା କରିବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କାମରେ ସମୟ କାଟୁଛନ୍ତି ଅନିଶା। ପ୍ରତି ସପ୍ତାହରେ ଗାଁ କଲ୍ୟାଣ ସମିତି ବୈଠକ ଡାକି ସଦସ୍ୟମାନଙ୍କ ସହ ଗାଁର ଭଲ ମନ୍ଦ ବିଷୟରେ ଆଲୋଚନା ବି କରୁଛନ୍ତି। କାକରିଗୁମ୍ମାର ଅନିଶା ୨୦୧୮ ମସିହାରେ ଜୟପୁର ସରକାରୀ ଏଏନ୍‍ଏମ୍‍ ପ୍ରଶିକ୍ଷଣକେନ୍ଦ୍ରରୁ ପାସ୍‍ଆଉଟ୍‍ ହେବା ପରେ ପ୍ରଥମେ ନାରାୟଣପାଟଣାଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। କରୋନା ପରୀକ୍ଷାରୁ ଆରମ୍ଭ ହୋଇଥିଲା ତାଙ୍କ ଚାକିରି ଜୀବନ। ଇତି ମଧ୍ୟରେ ଦୁଇବର୍ଷ ବିତିଯାଇଛି। ଆଉ ଅନିଶା ବି କିପରି କରୋନା ପରୀକ୍ଷା କରାହୁଏ, କିପରି ଲୋକଙ୍କର ଯତ୍ନ ନିଆହୁଏ, କିପରି କରୋନା କାଳରେ ସେମାନଙ୍କୁ ସଚେତନ ରହିବାକୁ କୁହାଯାଏ ସେସବୁ ସେ ଶିଖିଗଲେଣି। ପ୍ରତିଦିନ ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ ଏ ଘରରୁ ସେ ଘର ବୁଲି ଅନିଶା ଲୋକଙ୍କ ଯତ୍ନ ନିଅନ୍ତି। ନିଜ ୬ ମାସର ପୁଅକୁ ମା’ ପାଖରେ ଛାଡି ସେ ଡାକ୍ତରଖାନା ବାହାରି ଆସନ୍ତି। ନିଜକୁ ସୁରକ୍ଷିତ ରଖିବାକୁ ପିପିଇ କିଟ୍‍ ପିନ୍ଧି ଆରମ୍ଭ କରିଦିଅନ୍ତି ସ୍ୱାବ ପରୀକ୍ଷା କାମ। ପ୍ରତିଦିନ ୧୦୦ରୁ ଅଧିକ ଲୋକଙ୍କର ସେ କରୋନା ପରୀକ୍ଷା କରିଥାନ୍ତି। ଇତି ମଧ୍ୟରେ ଅନିଶା ୪୫୦୦ରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରି ସାରିଲେଣି। ଡ୍ୟୁଟିରେ ଥିବା ବେଳେ କେତେବେଳେ କେମିତି ପୁଅ ବାବଦରେ ମା’କୁ ଫୋନ୍‍ କରି ପଚାରି ଦେଇଥାନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଟିଏମ୍‍ସି ଓ କୋଭିଡ କେୟାର ସେଣ୍ଟର ସଫା ସୁତୁରା କରିବାଠାରୁ ଆରମ୍ଭ କରି ରହୁଥିବା ରୋଗୀଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ, ସେମାନଙ୍କୁ କାଉନସିଲିଂ କରିବା, ଔଷଧ ଦେବା ଭଳି ସବୁ ଗୁରୁତ୍ୱପୂର୍ଣ୍ଣ କାମ ବି ଅନିଶା ନିଜେ କରିଥାନ୍ତି। ଆବଶ୍ୟକ ସ୍ଥଳେ ଡାକ୍ତରଖାନା ଆସୁଥିବା ଅଙ୍ଗନବାଡି ଦିଦି, ଆଶା ଦିଦି ଓ ଅନ୍ୟ ଏଏନ୍‍ଏମ୍‍ ଦିଦି, ଆୟୁଷ ଡାକ୍ତରଙ୍କ ସହ କରୋନା ବାବଦରେ ଆଲୋଚନା କରି ପାଖ ଗାଁରେ ଯୁବକ ଯୁବତୀମାନଙ୍କ ସହଯୋଗରେ କିପରି କରୋନା ଟିକାକରଣ ହେବ ସେକଥା ବୁଝିଥାନ୍ତି। ଆଶା ଦିଦିମାନେ କିପରି ଠିକ୍‍ ଭାବେ ଲୋକଙ୍କ ସ୍ୱାସ୍ଥ୍ୟ ବାବଦରେ ଯାଞ୍ଚ କରିବେ ସେନେଇ ବିଭିନ୍ନ ସମୟରେ ତାଲିମ ବି ଦେଉଛନ୍ତି ଅନିଶା।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର