ଜୁଲାଇ ୨୦ରୁ ଅଗଷ୍ଟ ୨ ମଧ୍ୟରେ ଜେଇଇ ମେନ୍‍

The Sakala Picture
Published On

ଭୁବନେଶ୍ୱର : କରୋନା ଯୋଗୁ ସ୍ଥଗିତ ଥିବା ଜେଇଇ ମେନ୍‍ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦ରୁ ଆରମ୍ଭ ହେବ। ଏପ୍ରିଲ୍‍ ସେସନ୍‍ ଜୁଲାଇ ୨୦ରୁ ୨୫ ମଧ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବାବେଳେ ମେ ସେସନ୍‍ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ଘୋଷଣା କରିଛନ୍ତି। ସେହିପରି ପୂର୍ବରୁ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀ ମଧ୍ୟ ଜେଇଇ […]

ଭୁବନେଶ୍ୱର : କରୋନା ଯୋଗୁ ସ୍ଥଗିତ ଥିବା ଜେଇଇ ମେନ୍‍ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦ରୁ ଆରମ୍ଭ ହେବ। ଏପ୍ରିଲ୍‍ ସେସନ୍‍ ଜୁଲାଇ ୨୦ରୁ ୨୫ ମଧ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବାବେଳେ ମେ ସେସନ୍‍ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ଘୋଷଣା କରିଛନ୍ତି। ସେହିପରି ପୂର୍ବରୁ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀ ମଧ୍ୟ ଜେଇଇ ମେନ୍‍ ପାଇଁ ଆବେଦନ କରିପାରିବେ। ଜୁଲାଇ ୬ରୁ ୮ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଓ ୯ରୁ ୧୨ ତାରିଖ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆବେଦନ କରି ପାରିବେ ବୋଲି ବିଭାଗ ଦର୍ଶାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ପରେ ଏନଟିଏ(ନେସନାଲ ଟେଷ୍ଟିଂ ଏଜେନ୍ସି) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ପରୀକ୍ଷା କେନ୍ଦ୍ର ୬୬୦ ରୁ ୮୨୮କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ୨୩୨ ସହର ପରିବର୍ତ୍ତେ ୩୩୪ ସହରରେ ପରୀକ୍ଷା କେନ୍ଦ୍ର ହେବ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଏଥି ସହିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିବ। ନିଜ ଇଚ୍ଛା ମୁତାବକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ସହର ଚୟନ କରି ପାରିବେ। ପରୀକ୍ଷା କେନ୍ଦ୍ରର ଆସବାବପତ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‍ କରାଯିବା ସହିତ ପିଲାମାନଙ୍କୁ ମଧ୍ୟ ମାସ୍କ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ତେବେ କରୋନା ପାଇଁ ସମସ୍ତ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏନଟିଏ ଦର୍ଶାଇଛି। ସେହିପରି ସବିଶେଷ ତଥ୍ୟ jeemain.nta.nic.in ମାଧ୍ୟମରେ ଛାତ୍ରଛାତ୍ରୀ ପାଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଏପ୍ରିଲ୍‍ ସେସନ୍‍ ପାଇଁ ପୂର୍ବରୁ ୬ ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ମେ’ ପାଇଁ ୬ ଲକ୍ଷ ୯ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ତେବେ ପୂର୍ବରୁ ଜେଇଇ ମେନ୍‍ ପାଇଁ ପଞ୍ଜୀକରଣ କରି ପାରି ନଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏନଟିଏ ପୁନଶ୍ଚ ସୁଯୋଗ ଦେଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର