‘୧୦୮’ ପରି ଜରୁରୀକାଳୀନ ସେବାକେନ୍ଦ୍ରକୁ ବାରମ୍ବାର ଆସୁଛି ଫେକ୍ କଲ, କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି କିଛି ବଦମାସ

The Sakala Picture
Published On

ଭୁବନେଶ୍ୱର: ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଏଥିପାଇଁ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି। ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି ଆମ୍ବୁଲାନ୍ସ ସେବା ମିଳିବ, ସେ ସବୁ ପରାମର୍ଶ ଏହି ନମ୍ବରରୁ ମିଳିଥାଏ । କିନ୍ତୁ କିଛି ବଦମାସ ଏହାର ମୂଲ୍ୟ ନ ବୁଝି ଟାଇମ ପାସ କରୁଛନ୍ତି । କଲ ସେଂଟରରେ ବସିଥିବା କର୍ମଚାରୀଙ୍କୁ […]

ଭୁବନେଶ୍ୱର: ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଏଥିପାଇଁ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି। ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି ଆମ୍ବୁଲାନ୍ସ ସେବା ମିଳିବ, ସେ ସବୁ ପରାମର୍ଶ ଏହି ନମ୍ବରରୁ ମିଳିଥାଏ । କିନ୍ତୁ କିଛି ବଦମାସ ଏହାର ମୂଲ୍ୟ ନ ବୁଝି ଟାଇମ ପାସ କରୁଛନ୍ତି । କଲ ସେଂଟରରେ ବସିଥିବା କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଥରକୁ ଥର ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍‌ ବ୍ୟସ୍ତ ରହୁଥିବା ବେଳେ ଯେଉଁମାନେ ସେବା ପାଇବାକୁ ହକଦାର ସେମାନେ ଏଥିରୁ ବଞ୍ଚିତ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

୧୦୮କୁ ଫୋନ କରି କିଛି ଲୋକ ଅଜବ ପ୍ରକାର ହରକତ କରୁଛନ୍ତି । ପ୍ରତିଦିନ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଅବାନ୍ତର ପ୍ରଶ୍ନ କରିବା ସହ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି । ଅଯଥାରେ ଫୋନ୍‌ କରି ଅନେକ ସମୟ ପର୍ଯ୍ୟନ୍ତ ଲାଇନ୍‌ ବ୍ୟବସ୍ତ ରଖୁଛନ୍ତି। ଏହିପରି କିଛି ବଦମାସଙ୍କ ଫୋନ ଯୋଗୁଁ ପ୍ରକୃତ ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁନାହାନ୍ତି । ଏପରିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି । ଏହା ଜାନୁଆରୀ ଏବଂ ଅକ୍ଟୋବର ମାସ ମଧ୍ୟରେ କଲ୍ ଆସିଥିବା ତଥ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ଏପରି କଲକୁ ସାମ୍ନା କରି କରି ନୟାନ୍ତ ହେଲେଣି । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

17 Nov 2022 By The Sakala

‘୧୦୮’ ପରି ଜରୁରୀକାଳୀନ ସେବାକେନ୍ଦ୍ରକୁ ବାରମ୍ବାର ଆସୁଛି ଫେକ୍ କଲ, କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି କିଛି ବଦମାସ

ଭୁବନେଶ୍ୱର: ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଏଥିପାଇଁ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି। ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି ଆମ୍ବୁଲାନ୍ସ ସେବା ମିଳିବ, ସେ ସବୁ ପରାମର୍ଶ ଏହି ନମ୍ବରରୁ ମିଳିଥାଏ । କିନ୍ତୁ କିଛି ବଦମାସ ଏହାର ମୂଲ୍ୟ ନ ବୁଝି ଟାଇମ ପାସ କରୁଛନ୍ତି । କଲ ସେଂଟରରେ ବସିଥିବା କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଥରକୁ ଥର ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍‌ ବ୍ୟସ୍ତ ରହୁଥିବା ବେଳେ ଯେଉଁମାନେ ସେବା ପାଇବାକୁ ହକଦାର ସେମାନେ ଏଥିରୁ ବଞ୍ଚିତ ରହୁଛନ୍ତି।

୧୦୮କୁ ଫୋନ କରି କିଛି ଲୋକ ଅଜବ ପ୍ରକାର ହରକତ କରୁଛନ୍ତି । ପ୍ରତିଦିନ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଅବାନ୍ତର ପ୍ରଶ୍ନ କରିବା ସହ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି । ଅଯଥାରେ ଫୋନ୍‌ କରି ଅନେକ ସମୟ ପର୍ଯ୍ୟନ୍ତ ଲାଇନ୍‌ ବ୍ୟବସ୍ତ ରଖୁଛନ୍ତି। ଏହିପରି କିଛି ବଦମାସଙ୍କ ଫୋନ ଯୋଗୁଁ ପ୍ରକୃତ ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁନାହାନ୍ତି । ଏପରିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି ।

ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି । ଏହା ଜାନୁଆରୀ ଏବଂ ଅକ୍ଟୋବର ମାସ ମଧ୍ୟରେ କଲ୍ ଆସିଥିବା ତଥ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ଏପରି କଲକୁ ସାମ୍ନା କରି କରି ନୟାନ୍ତ ହେଲେଣି । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର