ଜାଗା ମିଶନରେ ସାମିଲ ହେବେ ମହାନଗର ବାସିନ୍ଦା; ପାଞ୍ଚ ମହାନଗର ନିଗମର ଭୂମିହୀନଙ୍କୁ ମିଳିବ ମାଗଣା ଜମି

The Sakala Picture
Published On

ଭୁବନେଶ୍ବର: ସହରରେ ଖଣ୍ଡିଏ ଘର ମିଳିବାର ସ୍ବପ୍ନ ସାକାର ହେବ। ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ ।  ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ଠାରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା। ୫ଟି ମହାନଗର ନିଗମ  ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ଭୂମିହୀନ ଗରିବଙ୍କୁ ୩୦ ବର୍ଗ ମିଟରରୁ ୪୫ ବର୍ଗମିଟର […]

ଭୁବନେଶ୍ବର: ସହରରେ ଖଣ୍ଡିଏ ଘର ମିଳିବାର ସ୍ବପ୍ନ ସାକାର ହେବ। ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ ।  ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ଠାରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା। ୫ଟି ମହାନଗର ନିଗମ  ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ଭୂମିହୀନ ଗରିବଙ୍କୁ ୩୦ ବର୍ଗ ମିଟରରୁ ୪୫ ବର୍ଗମିଟର ଜମି ମାଗଣାରେ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଚଳାଇଛି। ଏହାଦ୍ବାରା ଭୁବନେଶ୍ବରରେ ୪୩୬ଟି ବସ୍ତି ଓ କଟକରେ ୨୭୨ଟି ବସ୍ତିବାସିନ୍ଦାଙ୍କ ବହୁ ଦିନର ସ୍ବପ୍ନ ସାକାର ହେବ। ସେହିପରି ଅନ୍ୟ ମହାନଗରରେ ମଧ୍ୟ ଅନୁରୂପ ସୁବିଧା ମିଳିବ। ମହାନଗର ଅଞ୍ଚଳରେ ଜମି ଚିହ୍ନଟ ସମୟସାପେକ୍ଷ ହୋଇଥିବାରୁ ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବେନଶ୍ବରରେ ଡ୍ରୋନ ଯୋଗେ ଜମି ଚିହ୍ନଟ ପାଇଁ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିବେ । ଜମି ଚିହ୍ନଟ ପରେ ଆସନ୍ତାବର୍ଷ ସୁଦ୍ଧା ହିତାଧିକାରୀ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯିବ। ନିର୍ବାଚନ ସମୟରେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା  ପୂରଣ ହେବ ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଧୀରେ ଧୀରେ ସହରକୁ ବସ୍ତିମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି।  ପ୍ରତ୍ୟେକ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ। କଲୋନୀରେ ପିଲାଙ୍କ ପାଇଁ ଖେଳ ପଡ଼ିଆ, ପରିମଳ ବ୍ୟବସ୍ଥା, ଚିକ୍କଣ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ଓ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା ରହିବ । ରାଉରକେଲାରେ ଥିବା ୨୭୭ଟି ବସ୍ତିରୁ ୮୨ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ମହାନଗରରେ ସହରର ଆବାସ ସ୍ଥଳ ଓ ବିଭିନ୍ନ ସମସ୍ୟାଥିବା ଯୋଗୁ  ଜାଗା ମିଶନ ଯୋଜନା ଲାଗୁ ହୋଇପାରିନଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜାଗା ମିଶନରେ ମହାନଗର ନିଗମକୁ ସାମିଲ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ମହାନଗରର ବସ୍ତିବାସିନ୍ଦା ମାଗଣା ଜମି ପାଇବା ପଥ ପରିଷ୍କାର ହୋଇଛି । ରାଜ୍ୟରେ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞପିତ ପରିଷଦ ମିଶି ୧୧୫ଟି ରହିଛି । ସେଥିରୁ ୪୮ଟି ପୌରପାଳିକା, ୬୨ଟି ବିଜ୍ଞପିତ ପରିଷଦରେ ୨ ହଜାର ୯୧୯ଟି ବସ୍ତିର ଅଧିବାସୀଙ୍କ ପାଇଁ ଜାଗା ମିଶନ ଲାଗୁ ହୋଇଛି । ପୂର୍ବରୁ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ସାମିଲ କରାଯାଇନଥିଲା ।  ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହେଉଛନ୍ତି । ମହାନଗର ନିଗମକୁ ଛାଡ଼ି ଜାଗା ମିଶନରେ ଜମି ପାଇବା ପାଇଁ ୧ ଲକ୍ଷ ୭୨ ହଜାର ୬୫୬ ପରିବାର ପଞ୍ଜିକୃତ ହୋଇଛନ୍ତି । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣ ପତ୍ର ବା ଲ୍ୟାଣ୍ଡ ରାଇଟ୍‌ସ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି । ଅକ୍ଟୋବର ୭ ତାରିଖ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତିବାନ୍‌ ଜମି ପଟ୍ଟା ପ୍ରଦାନ କରାଗଲାଣି । ସେହିପରି ଆପତ୍ତିଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର କିମ୍ବା ଲ୍ୟାଣ୍ଡ୍‌ ଏନ୍‌ଟାଇଟଲମେଣ୍ଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଜାଗା ମିଶନର ତଥ୍ୟ ଅନୁଯାୟୀ ଏବେସୁଦ୍ଧା ୯୨ ହଜାର ୧୦୧ ଜଣ ହିତାଧିକାରୀଙ୍କୁ ଲ୍ୟାଣ୍ଡ୍‌ ଏନ୍‌ଟାଇଟଲମେଣ୍ଟ୍‌ ସାର୍ଟିଫିକେଟ୍‌ ବଣ୍ଟନ ହୋଇଛି । ଏସବୁ ହିତାଧିକାରୀଙ୍କୁ ମଧ୍ୟ ଆବାସ ଯୋଜନା ସହିତ ସାମିଲ କରାଯାଇଛି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ନଥିବା ବର୍ଗର ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚ୍‌ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ । ଏହାସହିତ ପୌର ପରିଷଦରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ ।  ବିଜ୍ଞପିତ ପରିଷଦରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ହିତାଧିକାରୀଙ୍କୁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ । ସହରାଞ୍ଚଳ ବାସଗୃହ ମିଶନ ଓ ଜାଗା ମିଶନର ଏକତ୍ରୀକରଣ ଯୋଗୁ ଜମି ଓ ଘର ପାଇବା ଆହୁରି ସହଜ ହୋଇଛି । ଜମି ପାଇବା ସହିତ ଆବାସ ଯୋଜନାରେ ଘର କରିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି । ଯେଉଁଥିପାଇଁ ନିକଟରେ ଗୁଜୁରାଟର ରାଜକୋଟରେ ଅର୍ବାନ ହାଉସିଂ କନ୍‌କ୍ଲେଭରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଏ ସମ୍ପର୍କରେ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, ଭୁବନେଶ୍ବରରେ  ଘର ଖଣ୍ଡିଏ ଓ ଜମି ଖଣ୍ଡିଏ ପାଇବା ପାଇଁ ବହୁ ଦିନରୁ ଗରିବ ଭୂମିହୀନମାନେ ସ୍ବପ୍ନ ଦେଖିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝିଛନ୍ତି । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ କରିବାକୁ ଯାଉଛନ୍ତି ।   କଟକ ମହାନଗର ନିଗମ ମେୟର ସୁବାସ ସିଂ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଯୋଜନା ବିଶ୍ବରେ ଅନନ୍ୟ । କୌଣସି ରାଜ୍ୟ ସରକାର ଗରିବଙ୍କୁ ଏପରି ଉଦାରତା ଦେଖାଇନାହାନ୍ତି । ଏଣିକି ମହାନଗର ନିଗମରେ ସ୍ଥାୟୀ ଜମି ପଟ୍ଟା ବଣ୍ଟନ ହେଲେ ସରକାରଙ୍କ ଗରିବଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ହେବ ।

ଅପରପକ୍ଷରେ   ଗଞ୍ଜାମର ହିଞ୍ଜିଳିକାଟୁ ପୌରପାଳିକା ଓ ଦିଗପହଣ୍ଡି ବିଜ୍ଞପିତ ପରିଷଦ ସମ୍ପୂର୍ଣ୍ଣ ଭାବେ ବସ୍ତି ମୁକ୍ତ ହୋଇ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଛି । ଫଳରେ ହିଞ୍ଜିଳିକାଟୁରେ  ପାନୀୟ ଜଳ ସୁବିଧା ସହ ଆଦର୍ଶ କଲୋନୀରେ ରାସ୍ତା, ଆଲୋକୀକରଣର ସୁବିଧା ପାଇଛନ୍ତି ୩୫୦ ପରିବାର  । ୧୦ ତାରିଖ ଦିନ ଏ ନେଇ ବି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ମିଳିଛି ।  ବସ୍ତିବାସିନ୍ଦାଙ୍କୁ ୯ଟି ମୌଳିକ ସେବା ଯୋଗାଇ ଦିଆଯିବା ନେଇ ପୂର୍ବରୁ ସର୍ଭେ କରାଯାଇଥିଲା । ସମସ୍ତ ପ୍ରକାର ସେବା ଯୋଗାଇବାରେ ହିଞ୍ଜିଳିକାଟୁ ପୌର ପରିଷଦ ସକ୍ଷମ ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ହିଞ୍ଜିଳିକାଟୁ ପୌର ପରିଷଦ ବାସିନ୍ଦା।  ସେହିପରି ରାଉରକେଲାରେ ଧୀରେ ସମସ୍ତ ବସ୍ତିକୁ ସହର ସୁବିଧା ଯୋଗାଇ ଦିଆଯିବ । ଆଉ ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

06 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର