ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ

The Sakala Picture
Published On

ଭୁବନେଶ୍ୱର: ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ମାଗଣା ଟିକାକରଣ ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦ ଥିଲେ ସୁଦ୍ଧା ଏହାକୁ ଆଗକୁ ମଧ୍ୟ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ତେଣୁ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାହା ଶେଷ ନହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ […]

ଭୁବନେଶ୍ୱର: ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ମାଗଣା ଟିକାକରଣ ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦ ଥିଲେ ସୁଦ୍ଧା ଏହାକୁ ଆଗକୁ ମଧ୍ୟ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ତେଣୁ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାହା ଶେଷ ନହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି ।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

ଏବେସୁଦ୍ଧା ରାଜ୍ୟରେ ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇ ସାରିଲେଣି । ସେହିଭଳି ବୁଷ୍ଟର ଡୋଜ ନେବାରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ ଏବେ ୧ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି । ଏହାପରେ ବି ୧୧୫୦ ଟୀକାକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର