କେଦାରନାଥରେ ଫସିଥିବା କେନ୍ଦୁଝର ଜିଲ୍ଲାର ୪ କାଉଡିଆଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଭାରତୀୟ ସେନା

The Sakala Picture
Published On

କେନ୍ଦୁଝର: କେଦାରନାଥରୁ ସୁରକ୍ଷିତ ଉଦ୍ଧାର ହେଲେ କେନ୍ଦୁଝର ଜିଲ୍ଲାର ୪ ଜଣ କାଉଡିଆ । ଫସିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ କାଉଡିଆ ଆଜି ସୁରକ୍ଷିତ ସ୍ଥାନରେ ପହଞ୍ଚି ମଧ୍ୟାହ୍ନଭୋଜନ କରିଛନ୍ତି । ଏହି ୪ ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତିମାନେ ହେଲେ କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ। ସେମାନେ ଟାକ୍ସି ମାଧ୍ୟମରେ ହରିଦ୍ୱାର ରେଳଷ୍ଟେସନ ଯାଇ ନିଜ ମୂଳ […]

କେନ୍ଦୁଝର: କେଦାରନାଥରୁ ସୁରକ୍ଷିତ ଉଦ୍ଧାର ହେଲେ କେନ୍ଦୁଝର ଜିଲ୍ଲାର ୪ ଜଣ କାଉଡିଆ । ଫସିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ କାଉଡିଆ ଆଜି ସୁରକ୍ଷିତ ସ୍ଥାନରେ ପହଞ୍ଚି ମଧ୍ୟାହ୍ନଭୋଜନ କରିଛନ୍ତି । ଏହି ୪ ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତିମାନେ ହେଲେ କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ। ସେମାନେ ଟାକ୍ସି ମାଧ୍ୟମରେ ହରିଦ୍ୱାର ରେଳଷ୍ଟେସନ ଯାଇ ନିଜ ମୂଳ ଯୋଜନା ଅନୁଯାୟୀ ନିଜର ଯାତ୍ରା ଜାରି ରଖିବେ। ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ଜିଲ୍ଲା ପ୍ରଶାସନର ସୂଚନା ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରୁ କାଉଡ଼ିଯାତ୍ରାରେ କେଦାରନାଥ ଯାଇଥିବା ୪ ଜଣ ଲୋକ ଭୁ ସ୍କଳନ ଫଳରେ ବାଟରେ ତିନିଚାରିଦିନ ହେବ ଫସି ରହିଥିଲେ । ଶନିବାର ଏବାଦରେ ପରିବାର ଲୋକଙ୍କୁ ସେମାନେ ଜଣାଇବାପରେ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲା । ନିଜେ କେନ୍ଦୁଝର ଜିଲ୍ଲାପାଳ ରୁଦ୍ର ପ୍ରୟାଗ ଜିଲ୍ଲାର ଜିଲ୍ଲାପାଙ୍କ ସହିତ କଥା ହୋଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରରେ ସହଯୋଗ କରିବାକୁ ନିବେଦନ କରିଥିଲେ । ସେମାନେ ସୋମବାରଦିନ ଜଙ୍ଗଲଦେଇ କିଛିବାଟ ଚାଲିଚାଲି ଆସିବାପରେ ତାଙ୍କୁ ରବିବାର ସେନାର ଯବାନମାନେ ହେଲିକପଟର ଯୋଗେ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦେଇଥିବା ସୂଚନା ମିଳିଛି । ସେଠାରେ ଭଲରେ ଖାଦ୍ୟପେୟ ନେଲାପରେ ସେଠାରୁ ଟ୍ୟାକ୍ସି ଯୋଗେ ସେମାନେ ଋଷିକେଶ ଆସି ସେଠାରୁ ଟ୍ରେନରେ ଆସି ପୁରୀରେ ୮ ତାରିଖରେ ପହଁଚିବେବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସେମାନେ ୨୭ ତାରିଖରୁ କେନ୍ଦୁଝରରୁ ବସରେ ଯାଇ ରାଉରକେଲାରୁ ଟ୍ରେନରେ କେଦାରନାଥ ଯାତ୍ରା କରିଥିଲେ। ସେଠାରେ ବଡ଼ ଧରଣର ଭୁ ସ୍କଳନ ହେବା ଫଳରେ ଫେରିବା ବାଟରେ ୪ଦିନ ହେବ ଫସି ରହିଥିଲେ । କଥା ଜଣା ପଡିବାପରେ ଚିନ୍ତା ପ୍ରକଟ କରିବା ସହିତ ପ୍ରଶାସନର ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ପ୍ରଶାସନ ସେମାନଙ୍କ ସହିତ ଯୋଗାଯୋଗରେ ରହିଥିବାବେଳେ ସେମାନେ ସୁରକ୍ଷିତ ସ୍ଥାନରେ ପହଁଚି ସାରିଥିବାରୁ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର