ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

The Sakala Picture
Published On

ଭୁବନେଶ୍ବର: ନିରଞ୍ଜନଙ୍କ ପରେ ଜୟଦେବ। କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ପରେ ଏବେ ଟାର୍ଗେଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ବରିଷ୍ଠ କଂଗ୍ରେସ ନେତା ଜୟଦେବଙ୍କୁ ଜୀବନରେ ମାରି ଦେବାକୁ ଆସିଲା ଧମକ।ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଧମକପୂର୍ଣ୍ଣ କଲ୍‌। ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଫୋନ୍ ଯୋଗେ ଧମକ ମିଳିଥିବା ଜଣାପଡ଼ିଛି। ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ। ଓଡ଼ିଆ […]

ଭୁବନେଶ୍ବର: ନିରଞ୍ଜନଙ୍କ ପରେ ଜୟଦେବ। କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ପରେ ଏବେ ଟାର୍ଗେଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ବରିଷ୍ଠ କଂଗ୍ରେସ ନେତା ଜୟଦେବଙ୍କୁ ଜୀବନରେ ମାରି ଦେବାକୁ ଆସିଲା ଧମକ।ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଧମକପୂର୍ଣ୍ଣ କଲ୍‌। ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଫୋନ୍ ଯୋଗେ ଧମକ ମିଳିଥିବା ଜଣାପଡ଼ିଛି। ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ। ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ। କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା। ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଧମକ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ଜେନା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର RI, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର