ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ‌ହୋଇଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର […]

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ‌ହୋଇଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ଶୋକରଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ଯୁବକଙ୍କୁ ହତ୍ୟା

ସେ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ବିଧାୟକ ରହିଥିଲେ। ପ୍ରଥମେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳରୁ ୧୯୯୦ରେ ଖଡ଼ିଆଳରୁ ସେ ବିଧାନସଭାକୁ ଆସିଥିଲେ। ଏହାପରେ ପୁଣି ୧୯୯୫ରେ ସେଠାରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦାନ କରି ସେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ ମସିହାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ।

ଆହୁରି ପଢ଼ନ୍ତୁ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

୨୦୧୪ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ସେହିବର୍ଷ ବିଧାନସଭା ନିର୍ବାଚନ‌ରେ ଭାରତୀୟ ଜନତା ପାର୍ଟିରୁ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜୁ ଜନତା ଦଳକୁ ଫେରି ଆସିଥିଲେ।

ଆହୁରି ପଢ଼ନ୍ତୁ: ତାମିଲନାଡ଼ୁ ଗ୍ୟାସ୍‌ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଯୁବତୀ, ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

11 Jan 2022 By The Sakala

ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ‌ହୋଇଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ଶୋକରଛାୟା ଖେଳିଯାଇଛି ।

ସେ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ବିଧାୟକ ରହିଥିଲେ। ପ୍ରଥମେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳରୁ ୧୯୯୦ରେ ଖଡ଼ିଆଳରୁ ସେ ବିଧାନସଭାକୁ ଆସିଥିଲେ। ଏହାପରେ ପୁଣି ୧୯୯୫ରେ ସେଠାରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦାନ କରି ସେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ ମସିହାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ।

୨୦୧୪ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ସେହିବର୍ଷ ବିଧାନସଭା ନିର୍ବାଚନ‌ରେ ଭାରତୀୟ ଜନତା ପାର୍ଟିରୁ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜୁ ଜନତା ଦଳକୁ ଫେରି ଆସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର