ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ

The Sakala Picture
Published On

ଭୁବନେଶ୍ବର : ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ। ଆଜି ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି। ବରୀ ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିଥିବା କହିଛନ୍ତି ବିଶ୍ବରଞ୍ଜନ। ବରୀ ଅଞ୍ଚଳରେ ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡ଼ି […]

ଭୁବନେଶ୍ବର : ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ। ଆଜି ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି। ବରୀ ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିଥିବା କହିଛନ୍ତି ବିଶ୍ବରଞ୍ଜନ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ବରୀ ଅଞ୍ଚଳରେ ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡ଼ି ସରକାରଙ୍କ ପ୍ରତିଶ୍ରୁତି ରଖିଛି । ବିଜେପି ଦଳରେ ଗ୍ରହଣୀୟତା ନଥିବା ଅନୁଭବ କରି ବିଜେପି ଛାଡ଼ିଛି। ବିଜେପିରେ  ନୂଆ ପୁରୁଣା ନେତାଙ୍କ ଭିତରେ ମତ ଭେଦ ରହିଛି । ରାଜ୍ୟସ୍ତରୀୟ ନେତାଙ୍କ ସହ ଜିଲ୍ଲା ସ୍ତରର ନେତା ମଧ୍ୟରେ ତାଳ ମେଳ ରହୁନି । ଏଥି ପାଇଁ ବିଜେପି ଛାଡିଛି ବୋଲି ବିଶ୍ୱରଞ୍ଜନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସୂଚନାଯୋଗ୍ୟ ଗତ ୨୦ ତାରିଖରେ ୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିବର ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ,ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପି ଦଳ ଛାଡିଥିଲେ।  ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଥିଲେ। କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର