ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ

The Sakala Picture
Published On

ଭୁବନେଶ୍ବର : ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ। ଆଜି ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି। ବରୀ ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିଥିବା କହିଛନ୍ତି ବିଶ୍ବରଞ୍ଜନ। ବରୀ ଅଞ୍ଚଳରେ ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡ଼ି […]

ଭୁବନେଶ୍ବର : ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ। ଆଜି ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି। ବରୀ ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିଥିବା କହିଛନ୍ତି ବିଶ୍ବରଞ୍ଜନ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ବରୀ ଅଞ୍ଚଳରେ ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡ଼ି ସରକାରଙ୍କ ପ୍ରତିଶ୍ରୁତି ରଖିଛି । ବିଜେପି ଦଳରେ ଗ୍ରହଣୀୟତା ନଥିବା ଅନୁଭବ କରି ବିଜେପି ଛାଡ଼ିଛି। ବିଜେପିରେ  ନୂଆ ପୁରୁଣା ନେତାଙ୍କ ଭିତରେ ମତ ଭେଦ ରହିଛି । ରାଜ୍ୟସ୍ତରୀୟ ନେତାଙ୍କ ସହ ଜିଲ୍ଲା ସ୍ତରର ନେତା ମଧ୍ୟରେ ତାଳ ମେଳ ରହୁନି । ଏଥି ପାଇଁ ବିଜେପି ଛାଡିଛି ବୋଲି ବିଶ୍ୱରଞ୍ଜନ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ସୂଚନାଯୋଗ୍ୟ ଗତ ୨୦ ତାରିଖରେ ୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିବର ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ,ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପି ଦଳ ଛାଡିଥିଲେ।  ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଥିଲେ। କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର