ଆଜିଠୁ ୨ଦିନ ଯୁକ୍ତ ଦୁଇ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମପୂରଣ

The Sakala Picture
Published On

ଭୁବନେଶ୍ୱର: +୨ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ  ମଙ୍ଗଳବାର ଠାରୁ ଆରମ୍ଭ ହେବ ଫର୍ମ ପୂରଣ। ୧୧ ଓ ୧୨ ତାରିଖରେ ଆଶାୟୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରମାଣପତ୍ର ଅପ୍‌‌ଲୋଡ କରିପାରିବେ। ୨୦ରେ ଆଡମିଟ୍‌‌ କାର୍ଡ ପ୍ରଦାନ କରାଯିବ ଓ ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୧୫ ତାରିଖରେ ପରୀକ୍ଷା ଫଳ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଫର୍ମ ପୂରଣ ପାଇଁ […]

ଭୁବନେଶ୍ୱର: +୨ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ  ମଙ୍ଗଳବାର ଠାରୁ ଆରମ୍ଭ ହେବ ଫର୍ମ ପୂରଣ। ୧୧ ଓ ୧୨ ତାରିଖରେ ଆଶାୟୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରମାଣପତ୍ର ଅପ୍‌‌ଲୋଡ କରିପାରିବେ। ୨୦ରେ ଆଡମିଟ୍‌‌ କାର୍ଡ ପ୍ରଦାନ କରାଯିବ ଓ ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୧୫ ତାରିଖରେ ପରୀକ୍ଷା ଫଳ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୂଚନାଯୋଗ୍ୟ, ଫର୍ମ ପୂରଣ ପାଇଁ ଏହା ଦ୍ୱିତୀୟ ସୁଯୋଗ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗତ ୧ରୁ ୫ ତାରିଖ ମଧ୍ୟରେ ଫର୍ମପୂରଣ ହୋଇଥିଲା। ଯେଉଁ ଛାତ୍ରଛାତ୍ରୀ ଏଗ୍ରିଗେଟ୍‌‌ ପାସ୍‌‌ ମାର୍କ ରଖିଥିବେ ଏବଂ କେବଳ ଗୋଟିଏ ବିଷୟରେ ଫେଲ୍‌‌ ହୋଇଥିବେ; ସେମାନେ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ। ଚଳିତ ବର୍ଷ ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

 

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର