୨୪ରୁ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର୍‌ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌‌ଏସ୍‌‌ଏସ୍‌‌ସି) ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର ପରୀକ୍ଷା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ମେ’ ୭ ତାରିଖ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଓଏସ୍‌‌ଏସ୍‌‌ଏସ୍‌‌ସି ୱେବ୍‌‌ସାଇଟ୍‌‌ www.osssc.gov.inରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପ୍ରଥମରୁ ପରୀକ୍ଷା ଥିବା ପ୍ରର୍ଥୀଙ୍କ ଆଡମିଟ୍‌ କାର୍ଡ ଉପଲବ୍‌‌ଧ ହୋଇଛି। ସୂଚନାଯୋଗ୍ୟ, ଓଏସ୍‌‌ଏସ୍‌‌ଏସ୍‌‌ସି ପ୍ରଥମଥର ପାଇଁ ଏହି ପରୀକ୍ଷାରୁ ପର୍‌‌ସେଣ୍ଟଟାଇଲ୍‌‌ […]

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌‌ଏସ୍‌‌ଏସ୍‌‌ସି) ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର ପରୀକ୍ଷା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ମେ’ ୭ ତାରିଖ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଓଏସ୍‌‌ଏସ୍‌‌ଏସ୍‌‌ସି ୱେବ୍‌‌ସାଇଟ୍‌‌ www.osssc.gov.inରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପ୍ରଥମରୁ ପରୀକ୍ଷା ଥିବା ପ୍ରର୍ଥୀଙ୍କ ଆଡମିଟ୍‌ କାର୍ଡ ଉପଲବ୍‌‌ଧ ହୋଇଛି। ସୂଚନାଯୋଗ୍ୟ, ଓଏସ୍‌‌ଏସ୍‌‌ଏସ୍‌‌ସି ପ୍ରଥମଥର ପାଇଁ ଏହି ପରୀକ୍ଷାରୁ ପର୍‌‌ସେଣ୍ଟଟାଇଲ୍‌‌ ଫର୍ମୁଲା ଆପଣାଇବାକୁ ଯାଉଛି। ନେସ୍‌‌ନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ଢାଞ୍ଚାରେ ଏହି ନିୟମକୁ ଲାଗୁ କରାଯିବ। ଚଳିତଥର ସମସ୍ତ ଜିଲ୍ଲାରେ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲେ ମଧ୍ୟ ପରୀକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ନିକଟସ୍ଥ ଜିଲ୍ଲା ବା ସହରରେ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ୩୦ ପ୍ରତିଶତ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁର, ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ପରି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବା ଓଏସ୍‌‌ଏସ୍‌‌ଏସ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

19 Apr 2024 By The Sakala

୨୪ରୁ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର୍‌ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌‌ଏସ୍‌‌ଏସ୍‌‌ସି) ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍‌‌ଷ୍ଟକ୍‌‌ ଇନ୍ସପେକ୍ଟର ପରୀକ୍ଷା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ମେ’ ୭ ତାରିଖ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଓଏସ୍‌‌ଏସ୍‌‌ଏସ୍‌‌ସି ୱେବ୍‌‌ସାଇଟ୍‌‌ www.osssc.gov.inରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପ୍ରଥମରୁ ପରୀକ୍ଷା ଥିବା ପ୍ରର୍ଥୀଙ୍କ ଆଡମିଟ୍‌ କାର୍ଡ ଉପଲବ୍‌‌ଧ ହୋଇଛି। ସୂଚନାଯୋଗ୍ୟ, ଓଏସ୍‌‌ଏସ୍‌‌ଏସ୍‌‌ସି ପ୍ରଥମଥର ପାଇଁ ଏହି ପରୀକ୍ଷାରୁ ପର୍‌‌ସେଣ୍ଟଟାଇଲ୍‌‌ ଫର୍ମୁଲା ଆପଣାଇବାକୁ ଯାଉଛି। ନେସ୍‌‌ନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ଢାଞ୍ଚାରେ ଏହି ନିୟମକୁ ଲାଗୁ କରାଯିବ। ଚଳିତଥର ସମସ୍ତ ଜିଲ୍ଲାରେ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲେ ମଧ୍ୟ ପରୀକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ନିକଟସ୍ଥ ଜିଲ୍ଲା ବା ସହରରେ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ୩୦ ପ୍ରତିଶତ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁର, ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ପରି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବା ଓଏସ୍‌‌ଏସ୍‌‌ଏସ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର