ରାଜ୍ୟ ବିଜେପି ସାଂସଦଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ; ‘ଆବାସ’, ‘ଉଷୁନା’, ‘ରୟାଲଟି’, ‘ଏମ୍‍ଏସ୍‍ପି’ ପ୍ରସଙ୍ଗରେ ନିରବ କାହିଁକି

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାରୁ ନିର୍ବାଚିତ ବିଜେପିର ଲୋକସଭା ସାଂସଦମାନେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି। ଓଡ଼ିଶା ଏହି ଯୋଜନା ଲାଗୁ କରୁ ନ ଥିବା ଯୋଗୁଁ ଓଡ଼ିଆ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅଭିଯୋଗକୁ ନେଇ ଏବେ […]

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାରୁ ନିର୍ବାଚିତ ବିଜେପିର ଲୋକସଭା ସାଂସଦମାନେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି। ଓଡ଼ିଶା ଏହି ଯୋଜନା ଲାଗୁ କରୁ ନ ଥିବା ଯୋଗୁଁ ଓଡ଼ିଆ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅଭିଯୋଗକୁ ନେଇ ଏବେ ରାଜ୍ୟର ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଜରିଆରେ ରାଜ୍ୟବାସୀଙ୍କ ମାଗଣା ସେବା ନିଶ୍ଚିତ କରିଥିବା ବେଳେ ବିଜେପି ‘ଆୟୁଷ୍ମାନ’ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେବା ପଛରେ ରହିଥିବା ଉଦ୍ଦେଶ୍ୟକୁ ନେଇ ସନ୍ଦେହ କରିବାକୁ ଆରମ୍ଭ କରିଛନ୍ତି ରାଜ୍ୟବାସୀ। ବିଜେପି ପାଇଁ ରାଜ୍ୟ ସ୍ୱାର୍ଥ କ’ଣ କେବଳ ‘ଆୟୁଷ୍ମାନ’ରେ ସୀମିତ? ଧାନର ସହାୟକ ମୂଲ୍ୟ ବୃଦ୍ଧି, କୋଇଲା ରାଜଭାଗ ପ୍ରସଙ୍ଗ, ଉଷୁନା ଉଠାଣ, ଆବାସ ଯୋଗାଣ, ରାଜ୍ୟର ୧୬୦ ବର୍ଗର ଲୋକଙ୍କୁ ଆଦିବାସୀ ମାନ୍ୟତା, ବିଭିନ୍ନ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ, ବିପର୍ଯ୍ୟୟ ପ୍ରତିରୋଧୀ ପ୍ରକଳ୍ପ, ଫୋକସ ରାଜ୍ୟ ପରି ପ୍ରସଙ୍ଗରେ କାହିଁକି ବିଜେପି ନେତାମାନେ କେନ୍ଦ୍ରରେ ଦାବି କରୁନାହାନ୍ତି ବୋଲି ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟ ସ୍ୱାର୍ଥ ସଂକ୍ରାନ୍ତ ଗଦା ଗଦା ପ୍ରସଙ୍ଗକୁ କେନ୍ଦ୍ର ସରକାର ଲଗାତାର ଭାବେ ଅଣଦେଖା କରି ଆସୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ସାଂସଦମାନେ କେନ୍ଦ୍ର ପାଖରେ ବିଭିନ୍ନ ସମୟରେ ଦାବି କରିଛନ୍ତି। ମାତ୍ର ରାଜ୍ୟ ସ୍ୱାର୍ଥ ପୂରଣ ପାଇଁ କେନ୍ଦ୍ର ପାଖରେ ମୁହଁ ଖୋଲିବାକୁ ବିଜେପି ସାଂସଦଙ୍କ ଜୁ’ ପାଉନାହିଁ। ଅପରପକ୍ଷେ ଆୟୁଷ୍ମାନ ଭାରତଠାରୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିଆସୁଛନ୍ତି। ଏପରିସ୍ଥଳେ ବିଜେପି ସାଂସଦମାନେ ରାଜ୍ୟସ୍ୱାର୍ଥକୁ ପଛକରି କଣ ପାଇଁ କେବଳ ଆୟୁଷ୍ମାନ ସପକ୍ଷରେ ଓକିଲାତି କରିବାକୁ ବାହାରିଲେ ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସବୁବେଳେ ରାଜ୍ୟର ମତ ସ୍ପଷ୍ଟ କରି ଆସିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାର୍ଷିକ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଛି। ମାତ୍ର ଆୟୁଷ୍ମାନ ଭାରତରେ ମହିଳାମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୬୦ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି। ସେହିପରି ଆୟୁଷ୍ମାନ ଭାରତରେ ଆଇପିଡି ଏବଂ ଓପିଡି ସୁବିଧା ନାହିଁ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ନିଜ କାର୍ଡକୁ ନେଇ ଡାକ୍ତରଖାନାରେ ସିଧାସଳଖ ଚିକିତ୍ସା ସୁବିଧା ପାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନା ବ୍ୟବହାର କରିବାରେ ବହୁ ଜଟିଳତା ରହିଛି। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ବୀମା କମ୍ପାନୀ ବହନ କରିବାକୁ ବ୍ୟବସ୍ଥା ରହିଛି। ତେଣୁ ଏତେ ସବୁ ଜଟିଳତା ପାଇଁ ରାଜ୍ୟ ଏହି ଯୋଜନାକୁ ଆପଣାଉ ନାହିଁ। ଅତଏବ ବିଜେପି ସାଂସଦମାନେ ଦୁଇଟି ଯୋଜନାରେ ଥିବା ବିଭେଦକୁ କାହିଁକି ବୁଝିପାରୁ ନାହାନ୍ତି ଓ ଅଧିକ ଲୋକ ଉପକୃତ ହେବା ପରି ରାଜ୍ୟର ବିଏସ୍‍କେୱାଇକୁ କାହିଁକି ଗ୍ରହଣ ନ କରି ଆୟୁଷ୍ମାନ ପାଇଁ ଯୁକ୍ତି ବାଢ଼ୁଛନ୍ତି ତାକୁ ନେଇସାଧାରଣରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟର ବିଭିନ୍ନ ଦାବିକୁ ଲଗାତାର ଭାବେ ଉପେକ୍ଷା କରି ଆସିଛନ୍ତି। ରାଜ୍ୟର ୧୬୦ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏନେଇ ନିରବଦ୍ରଷ୍ଟା ସାଜି ବସିଛନ୍ତି। କେନ୍ଦୁପତ୍ର ପରି ଲଘୁ ବନ୍ୟଜାତ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସ୍‍ଟି ନେଇ କେନ୍ଦ୍ର ସରକାର ରାଜ୍ୟର ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ଏହି କାର୍ଯ୍ୟ ସହ ଜଡ଼ିତ ଶ୍ରମିକମାନଙ୍କୁ ପରୋକ୍ଷରେ ଶୋଷଣ କରୁଛନ୍ତି। କୋଇଲା ରାଜଭାଗକୁ ୧୪ ପ୍ରତିଶତରୁ ୨୦ପ୍ରତିଶତକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଦାବି କରି ଆସୁଛନ୍ତି। ଓଡ଼ିଶାର ଉଷୁନା ଚାଉଳକୁ ଏଫ୍‍ସିଆଇ ଉଠାଉ ନଥିବା ବେଳେ ସାର ପ୍ରଦାନରେ ପ୍ରତିବର୍ଷ ଚାଷୀଙ୍କୁ ହନ୍ତସନ୍ତ କରୁଛି। ଲଗାତାର ଦାବି ସତ୍ତ୍ବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରୁ ନଥିବା ବେଳେ ବିଭିନ୍ନ ଯୋଜନାରେ ଓଡ଼ିଶାର ଅର୍ଥ ଏବଂ ସବ୍‍ସିଡିକୁ ସଠିକ୍‍ ସମୟରେ ପ୍ରଦାନ କରୁନାହାନ୍ତି। ଏବେ ବି କେନ୍ଦ୍ର ଉପରେ ହଜାର ହଜାର କୋଟି ଟଙ୍କା ବକେୟା ଭାବେ ଗଡ଼ୁଛି।

ସେହିପରି ଅନେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ନିଜ ଅଂଶକୁ ୬୦-୪୦କୁ ହ୍ରାସ କରିଥିବା ବେଳେ ଏସ୍‍, ଏସ୍‍ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ବାବଦରେ ଅର୍ଥ ଠିକ୍‍ ସମୟରେ ମିଳୁନାହିଁ। ସେହିପରି ଜଳ ବିବାଦ, ସୀମା ବିବାଦ କ୍ଷେତ୍ରରେ କେନ୍ଦ୍ର ଚୁପ୍‍ ରହୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ରୁଷା ପାଣ୍ଠି, ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ପକ୍ଷରୁ ମିଳୁଥିବା ଅର୍ଥ ମଧ୍ୟ ସଠିକ୍‍ ସମୟରେ ରାଜ୍ୟକୁ ମିଳୁନାହିଁ। ଏସବୁ ପ୍ରସଙ୍ଗକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ କେବେ ବିଜେପି ସାଂସଦମାନେ ଯାଇଛନ୍ତି କି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।

16 Dec 2022 By The Sakala

https://www.thesakala.in/latest-odisha-news/for-the-state-bjp-is-odishas-interests-are-limited-to-ayushman-only/article-17407
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର