ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’

The Sakala Picture
Published On

ଭୁବନେଶ୍ୱର: ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରବିା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନ ପାଇଁ ଯୋଜନା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ମିଲେଟ୍‍ ଦିବସ ପାଳନ କରାଯିବ। ଏଥିପାଇଁ ମାଣ୍ଡିଆର […]

ଭୁବନେଶ୍ୱର: ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରବିା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନ ପାଇଁ ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ମିଲେଟ୍‍ ଦିବସ ପାଳନ କରାଯିବ। ଏଥିପାଇଁ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରୁଛି। ଘରେ ଘରେ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫ଶହ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ୍‍ ମିଶନ୍‍କୁ ସମ୍ପ୍ରସାରିତ କରାଯାଇଛି। ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ଓଡ଼ିଶା ମିଲେଟ୍‍ ମିଶନ କାର୍ଯ୍ୟ କରୁଛି। ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ପାଇଁ ପଦକ୍ଷେପ ନିଆଯାଇଛି ଓ ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ଏହାସହିତ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯିବ। ଆସନ୍ତାକାଲି ମାଣବସା ପ୍ରଥମ ଗୁରୁବାର ହୋଇଥିବାରୁ ମାଆ ଲକ୍ଷ୍ମୀଙ୍କ ପାଖରେ ଅନ୍ୟ ଭୋଗ ସହିତ ମାଣ୍ଡିଆକୁ ମଧ୍ୟ ଭୋଗ ଭାବରେ ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତ ମା’ଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଆଜି ଲୋକସେବା ଭବନର କନ୍‍ଭେ୍‍ସନ୍‍ ହଲ୍‍ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବାର୍ତ୍ତା ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗବେଷକମାନେ ଯୋଗଦେବେ। ଏଥିପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବିଦ୍ୟାଳୟସ୍ତରରେ କୁଇଜ୍‍ ପ୍ରତିଯୋଗିତା, ଫୁଡ଼୍‍ ଫେଷ୍ଟିଭାଲ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ। ଏହି ଅବସରରେ କୃଷି ଭବନଠାରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହାସହିତ ଓଡ଼ିଶା ମିଲେଟ୍‌ ମିଶନ୍‌ର ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରକୋଷ୍ଠ ଉଦ୍‌ଘାଟନ କରାଯିବ। ଏହାସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମ୍ପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍‍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରଷା ଯିବ। ଆଦିବାସୀମାନେ ‘ମିଲେଟ୍‍ (ସୁଆଁ, କାଙ୍ଗୁ, ମାଣ୍ଡିଆ ଆଦି)କୁ ଆଦିଅନ୍ନ’ଭାବେ ଗ୍ରହଣ କରି ଦେବାଦେବୀଙ୍କୁ ଅର୍ପଣ କରୁଥିବାରୁ ଏବଂ ଓଡ଼ିଆ ଘରର ମାର୍ଗଶିର ଗୁରୁବାର କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

10 Nov 2022 By The Sakala

ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’

ଭୁବନେଶ୍ୱର: ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରବିା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନ ପାଇଁ ଯୋଜନା କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ମିଲେଟ୍‍ ଦିବସ ପାଳନ କରାଯିବ। ଏଥିପାଇଁ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରୁଛି। ଘରେ ଘରେ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫ଶହ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ୍‍ ମିଶନ୍‍କୁ ସମ୍ପ୍ରସାରିତ କରାଯାଇଛି। ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ଓଡ଼ିଶା ମିଲେଟ୍‍ ମିଶନ କାର୍ଯ୍ୟ କରୁଛି। ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ପାଇଁ ପଦକ୍ଷେପ ନିଆଯାଇଛି ଓ ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ଏହାସହିତ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯିବ। ଆସନ୍ତାକାଲି ମାଣବସା ପ୍ରଥମ ଗୁରୁବାର ହୋଇଥିବାରୁ ମାଆ ଲକ୍ଷ୍ମୀଙ୍କ ପାଖରେ ଅନ୍ୟ ଭୋଗ ସହିତ ମାଣ୍ଡିଆକୁ ମଧ୍ୟ ଭୋଗ ଭାବରେ ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତ ମା’ଙ୍କୁ ଅନୁରୋଧ କରିଛନ୍ତି।

ଆଜି ଲୋକସେବା ଭବନର କନ୍‍ଭେ୍‍ସନ୍‍ ହଲ୍‍ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବାର୍ତ୍ତା ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗବେଷକମାନେ ଯୋଗଦେବେ। ଏଥିପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବିଦ୍ୟାଳୟସ୍ତରରେ କୁଇଜ୍‍ ପ୍ରତିଯୋଗିତା, ଫୁଡ଼୍‍ ଫେଷ୍ଟିଭାଲ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ। ଏହି ଅବସରରେ କୃଷି ଭବନଠାରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହାସହିତ ଓଡ଼ିଶା ମିଲେଟ୍‌ ମିଶନ୍‌ର ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରକୋଷ୍ଠ ଉଦ୍‌ଘାଟନ କରାଯିବ। ଏହାସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମ୍ପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍‍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରଷା ଯିବ। ଆଦିବାସୀମାନେ ‘ମିଲେଟ୍‍ (ସୁଆଁ, କାଙ୍ଗୁ, ମାଣ୍ଡିଆ ଆଦି)କୁ ଆଦିଅନ୍ନ’ଭାବେ ଗ୍ରହଣ କରି ଦେବାଦେବୀଙ୍କୁ ଅର୍ପଣ କରୁଥିବାରୁ ଏବଂ ଓଡ଼ିଆ ଘରର ମାର୍ଗଶିର ଗୁରୁବାର କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର