‘ସୁଭଦ୍ରା’ ଯୋଜନା ଟଙ୍କା ପାଇବାକୁ ଭିନେ ହେଉଛନ୍ତି ଭାଇ, ବାପାଠୁ ଅଲଗା ହେଉଛି ପୁଅ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁର ଭାଉଚର୍‌ ମିଳିବ। ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟରେ ସରକାର ଗଢ଼ିବା ପରେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ ତାରିଖ ସଂପର୍କରେ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ […]

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁର ଭାଉଚର୍‌ ମିଳିବ। ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟରେ ସରକାର ଗଢ଼ିବା ପରେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ ତାରିଖ ସଂପର୍କରେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହାକୁ ନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉତ୍କଣ୍ଠା ବଢ଼଼ୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯୋଜନାର ରୂପରେଖ, ହିତାଧିକାରୀ ହେବା ପାଇଁ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ସରକାରୀସ୍ତରରେ କୌଣସି ଘୋଷଣା କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମ, କିଛି ବେନାମୀ ୱେବ୍‌-ଚ୍ୟାନେଲ୍‌ରେ ହେଉଥିବା ଭ୍ରାନ୍ତି ପ୍ରଚାର ଆଧାରରେ ହିତାଧିକାରୀ ହେବା ପାଇଁ ବହୁ ମହିଳା ଏବେଠାରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଫଳରେ ଆର୍ଆଇ ଅଫିସ୍‌ଠାରୁ ଆରମ୍ଭ କରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ବଢ଼ିବାରେ ଲାଗିଛି। ଏହାର ସୁଯୋଗ ନେଇ କିଛି ଦଲାଲ ଏବେ ସକ୍ରିୟ ହୋଇଉଠିଛନ୍ତି। ଜଲ୍‌‌ଦି ଆୟ ପ୍ରମାଣପତ୍ର କରିଦେବା ଓ ଆବେଦନ କରିବା ପାଇଁ ସେମାନେ ମହିଳାଙ୍କଠାରୁ ୫ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଇ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ବିଶେଷକରି ଆୟ ପ୍ରମାଣପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ଅଫିସ୍‌‌ରେ ଭିଡ଼ ଜମୁଛି। ସେହିପରି ଯୋଜନାରେ ଆବେଦନ କରିବା ପାଇଁ ମୋ ସେବା କେନ୍ଦ୍ର ଓ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହେଉଛି। ମହିଳାଙ୍କ ସ୍ବାମୀମାନେ ରାସନ୍‌କାର୍ଡ, ବ୍ୟାଙ୍କ ଖାତା, ଆଧାର କାର୍ଡ, ଠିକଣା ପ୍ରମାଣପତ୍ର, ଫଟୋ ଓ ଆୟ ପ୍ରମାଣପତ୍ର ଧରି ଏହି କେନ୍ଦ୍ରଗୁଡ଼ିକରେ ପହଞ୍ଚି ଯାଉଛନ୍ତି। ଗରିବଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ମହିଳାମାନଙ୍କ ମଧ୍ୟରେ ସତେଯେମିତି ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଥିବା ପରିଲକ୍ଷିତ ହେଉଛି। ସେମାନଙ୍କଠାରୁ ୫ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଇଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ଏ ସମ୍ପର୍କରେ ଜଣେ ଗ୍ରାହକ ସେବା କେନ୍ଦ୍ରର ମାଲିକ କହିଛନ୍ତି, ଆବେଦନ ପାଇଁ ଆରମ୍ଭ ହୋଇନି ବୋଲି ଆମେ ମନା କରୁଥିଲେ ମଧ୍ୟ ଲୋକମାନେ ଆମ କଥାକୁ ଗ୍ରହଣ କରୁନାହାନ୍ତି। ଗୋଟିଏ କେନ୍ଦ୍ରରେ ମନା କଲେ ଆଉ ଗୋଟେ କେନ୍ଦ୍ରକୁ ଚାଲି ଯାଉଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଲୋକଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

ଭିନେ ହେଉଛନ୍ତି ଭାଇ; ବାପାଠୁ ଅଲଗା ହେଉଛି ପୁଅ

‘ସୁଭଦ୍ରା’ ଯୋଜନାରେ ପରିବାରର ଜଣେ ମାତ୍ର ମହିଳା ଲାଭାର୍ଥୀ ହୋଇପାରିବ ବୋଲି ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଥିବାରୁ ପରିବାରଗୁଡ଼ିକରେ ଏବେ ଭିନ୍ନ ଏକ ସମୀକରଣ ଦେଖିବାକୁ ମିଳୁଛି। ଯୋଜନାରେ ଅଧିକ ଲାଭ ପାଇବା ପାଇଁ ଭାଇ-ଭାଇ ଭିନେ ହେଉଥିବା ବେଳେ ବାପାଠୁ ପୁଅ ଅଲଗା ହେଉଛି। ପରିବାରରେ କୌଣସି ମନୋମାଳିନ୍ୟ ନଥିଲେ ମଧ୍ୟ ଯୋଜନାର ଲାଭ ପାଇବା ପାଇଁ ସରକାରୀସ୍ତରରେ ସେମାନେ ନିଜକୁ ଅଲଗା ପରିବାର ଭାବେ ଦେଖାଇବାକୁ ଜୋରସୋର୍‌ରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏପରିକି ଯଦି ଭବିଷ୍ୟତରେ ଏହାର ଯାଞ୍ଚ ପାଇଁ ଅଧିକାରୀମାନେ ଘରକୁ ଆସନ୍ତି, ଏହାକୁ ପ୍ରମାଣିତ କରିବା ପାଇଁ ସେମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଲଗା ରୋଷେଇଘର, ଜମିପଟ୍ଟା‌ରେ ନାମ ପରିବର୍ତ୍ତନ କରିବା ପାଇଁ ବହୁ ଲୋକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ସୁଭଦ୍ରା ଯୋଜନା ନାମରେ ଜନସେବା କେନ୍ଦ୍ର ଲୁଟିବାରେ ବ୍ୟସ୍ତ

ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସୁଭଦ୍ରା ଯୋଜନା ପାଇଁ କୌଣସି ବିଜ୍ଞପ୍ତି ନ ବାହାରିଥିଲେ ସୁଦ୍ଧା ଜନ ସେବା କେନ୍ଦ୍ର ଗୁଡିକରେ ଭିଡ ଜମାଉଛନ୍ତି ଗ୍ରାମ ଅଞ୍ଚଳ ଓ ସହରା ଅଞ୍ଚଳ ଲୋକ । ଆଉ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖ୍ ଜନସେବା କେନ୍ଦ୍ର ମାଲିକ ମାନେ ସଧାରଣ ଜନତାଙ୍କୁ ମନଇଛା ଲୁଟୁଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଏହି ଯୋଜନାର କୌଣସି ସଠିକ ରୂପରେଖ ଜାରି ହୋଇନଥିବା ବେଳେ କିଛି ବିଭ୍ରାନ୍ତିକର ଖବର ଦେଖି ସଧାରଣ ଲୋକେ ଖର୍ଚ୍ଚାନ୍ତ ହେଉଥ‌ିବା ଦେଖିବାକୁ ମିଳୁଛି।

ଏହି ଯୋଜନାରେ କଣ କାଗଜ ପତ୍ର ଆବଶ୍ୟକ ରହିଛି ତାହା ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନକରି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ଜନସେବା କେନ୍ଦ୍ର ଗୁଡ଼ିକରେ ଭିଡ଼ ଜମାଉଛନ୍ତି। ସରକାରଙ୍କ ତରଫରୁ ଆୟ ପ୍ରମାଣ ପତ୍ର, ବାସ ସ୍ଥାନ ପ୍ରମାଣ ପତ୍ର ବାହାର କରିବା ପାଇଁ କୌଣସି ଦେୟ ପୈଠ ସର୍ତ୍ତାବଳି ନିୟମ ନଥିବା ବେଳେ ଜନ ସେବା କେନ୍ଦ୍ର ଗୁଡିକ ପ୍ରମାଣ ପତ୍ର ଗୋଟିକ ପାଇଁ ୨୦୦ରୁ ୩୦୦ ଶହ ନେଉଛନ୍ତି। ଜନସେବା କେନ୍ଦ୍ରଗୁଡିକ ଏଥି ପାଇଁ ତାଙ୍କ ଇଣ୍ଟରନେଟ ଓ ମଜୁରୀ ବାବଦକୁ କିଛି ଟଙ୍କା ନେବା କଥା ହେଲେ ସେମାନେ ବହୁ ଅଧିକ ଟଙ୍କା ନେଇଛନ୍ତି।

ଏନେଇ ଜଣେ ଜନ ସେବା କେନ୍ଦ୍ର ମାଲିକ ମଧ୍ୟ କହିଛନ୍ତି ସେ ସେମାନଙ୍କ ନିକଟରୁ ସେକ୍ସନ ଅଫିସର ପ୍ରତି ଆୟ ପ୍ରମାଣ ପତ୍ର  ଓ ବାସ ସ୍ଥାନ ପ୍ରମାଣ ପତ୍ର ପାଇଁ ମଧ୍ୟ ୩୦ରୁ ୪୦ ଟଙ୍କା ନେଉଛନ୍ତି। ଏଣୁ ସେମାନେ ଅଧିକ ଟଙ୍କା ନେଉଛନ୍ତି। ସେପଟେ ବିଜେପି ସରକାରଙ୍କ ଏହି ଇସ୍ତାହାରରେ ମହିଳା ମାନେ କେତେ ଲାଭବାନ ହେବେ ତାହା ଆଗକୁ ସମୟ କହିବ । କିନ୍ତୁ ବର୍ତ୍ତମାନ ଗୁଜବ ପ୍ରଚାରକୁ ନେଇ ସଧାରଣ ଜନତା ଖର୍ଚ୍ଚାନ୍ତ ହେଉଥିବାରୁ ସରକାର ଏନେଇ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।

16 Jul 2024 By The Sakala

https://www.thesakala.in/latest-odisha-news/for-subhadra-yojana-money-the-son-is-separated-from-the-father/article-33673
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର