ଜାଣନ୍ତୁ ଖେଳାଳିଙ୍କ ପାଇଁ ମେନୁରେ ମେ ଫେୟାର ପକ୍ଷରୁ କ’ଣ ରହିଛି….

The Sakala Picture
Published On

ଭୁବନେଶ୍ବର: ଜୁନ ୧୨ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ହେବ। ଏଥିପାଇଁ ଉଭୟ ଟିମ ଆଜି ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜି ଠାରୁ ୧୩ ତାରିଖ ଯାଏଁ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି । ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ […]

ଭୁବନେଶ୍ବର: ଜୁନ ୧୨ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ହେବ। ଏଥିପାଇଁ ଉଭୟ ଟିମ ଆଜି ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜି ଠାରୁ ୧୩ ତାରିଖ ଯାଏଁ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ ଖାଦ୍ୟ । ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ମେନ୍ୟୁରେ ନନଭେଜ୍ ସହ ଭେଜ୍ ଖାଦ୍ୟ ରହିବ । ଉଭୟ ଦେଶର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ କିଛି ଓଡ଼ିଆ ଖାଦ୍ୟ ପରଷାଯିବ। ସେପଟେ ସମସ୍ତ ଖାଦ୍ୟ କମ୍ ମସଲା ଓ କମ ତେଲରେ ତିଆରି ହେବ। ହୋଟେଲ୍ ସେଫଙ୍କ ଅନୁସାରେ ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିବ। ସେହପିରି ନିରାମିଷରେ ଡାଲମା, ବଟର ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ ।ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନୁ ଆସି ସାରିଛି ଯାହକୁ ନେଇ ହୋଟେଲ ପକ୍ଷରୁ ଖାଦ୍ୟ ପ୍ରସ୍ତୁତି କରାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବ୍ରେକ୍‌ଫାଷ୍ଟ: ଟୋଷ୍ଟେଡ୍‌ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, , କ୍ଷୀର, ଦହି, ଜୁସ୍‌, ପଇଡ଼ ପାଣି, ସୁଗାର ଫ୍ରି ଜାମ୍‌, ଇଡ୍‌ଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମ୍‌ଲେଟ, ଅଳ୍ପ ତେଲ ଓ ମସଲାଯୁକ୍ତ ଚିକେନ୍ ତରକାରୀ ପ୍ରସ୍ତୁତ ରହିବ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଲଞ୍ଚ: ବାସୁମତୀ ସହ ଅନ୍ୟ ୩ ପ୍ରକାର ଚାଉଳର ଭାତ, କାନିକା ରାଇସ, ରୁଟି, ଗ୍ରୀନ୍‌ ସାଲାଡ, ଓଡ଼ିଆ ଡାଲମା, ହନୀ ଚିକେନ୍, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ଅମେରିକାନ ଚପସି, ପ୍ରନ noodles ସହ ଖେଳାଳିଙ୍କ ପସନ୍ଦ ଅନୁସାରେ କହିବା ପ୍ରସ୍ତୁତ ହୋଇଛି।

ଡିନର୍: ୩ ପ୍ରକାରର ଚାଉଳର ଭାତ, ରୁଟି, ଗ୍ରୀନ୍‌ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍‌ଡ ଚିକେନ, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ଼, ଆମ୍ବ ଆଚାର, ଦହି, ରାଇତା ଖାଇବା ପାଇଁ ତାଲିକା ଆସିଛି ।

10 Jun 2022 By The Sakala

ଜାଣନ୍ତୁ ଖେଳାଳିଙ୍କ ପାଇଁ ମେନୁରେ ମେ ଫେୟାର ପକ୍ଷରୁ କ’ଣ ରହିଛି….

ଭୁବନେଶ୍ବର: ଜୁନ ୧୨ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ହେବ। ଏଥିପାଇଁ ଉଭୟ ଟିମ ଆଜି ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜି ଠାରୁ ୧୩ ତାରିଖ ଯାଏଁ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି ।

ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ ଖାଦ୍ୟ । ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ମେନ୍ୟୁରେ ନନଭେଜ୍ ସହ ଭେଜ୍ ଖାଦ୍ୟ ରହିବ । ଉଭୟ ଦେଶର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ କିଛି ଓଡ଼ିଆ ଖାଦ୍ୟ ପରଷାଯିବ। ସେପଟେ ସମସ୍ତ ଖାଦ୍ୟ କମ୍ ମସଲା ଓ କମ ତେଲରେ ତିଆରି ହେବ। ହୋଟେଲ୍ ସେଫଙ୍କ ଅନୁସାରେ ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିବ। ସେହପିରି ନିରାମିଷରେ ଡାଲମା, ବଟର ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ ।ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନୁ ଆସି ସାରିଛି ଯାହକୁ ନେଇ ହୋଟେଲ ପକ୍ଷରୁ ଖାଦ୍ୟ ପ୍ରସ୍ତୁତି କରାଯାଉଛି।

ବ୍ରେକ୍‌ଫାଷ୍ଟ: ଟୋଷ୍ଟେଡ୍‌ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, , କ୍ଷୀର, ଦହି, ଜୁସ୍‌, ପଇଡ଼ ପାଣି, ସୁଗାର ଫ୍ରି ଜାମ୍‌, ଇଡ୍‌ଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମ୍‌ଲେଟ, ଅଳ୍ପ ତେଲ ଓ ମସଲାଯୁକ୍ତ ଚିକେନ୍ ତରକାରୀ ପ୍ରସ୍ତୁତ ରହିବ ।

ଲଞ୍ଚ: ବାସୁମତୀ ସହ ଅନ୍ୟ ୩ ପ୍ରକାର ଚାଉଳର ଭାତ, କାନିକା ରାଇସ, ରୁଟି, ଗ୍ରୀନ୍‌ ସାଲାଡ, ଓଡ଼ିଆ ଡାଲମା, ହନୀ ଚିକେନ୍, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ଅମେରିକାନ ଚପସି, ପ୍ରନ noodles ସହ ଖେଳାଳିଙ୍କ ପସନ୍ଦ ଅନୁସାରେ କହିବା ପ୍ରସ୍ତୁତ ହୋଇଛି।

ଡିନର୍: ୩ ପ୍ରକାରର ଚାଉଳର ଭାତ, ରୁଟି, ଗ୍ରୀନ୍‌ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍‌ଡ ଚିକେନ, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ଼, ଆମ୍ବ ଆଚାର, ଦହି, ରାଇତା ଖାଇବା ପାଇଁ ତାଲିକା ଆସିଛି ।

https://www.thesakala.in/latest-odisha-news/food-menu-of-the-players-prepared-by-mayfair/article-12315
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର