ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍‌, ମୋଟ୍‌ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି

The Sakala Picture
Published On

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଏବେ ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା। ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ପୁଣି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ଖୋଲାଯାଇଛି। ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦର ୨୬ ଗେଟ ଖୋଲିବା ପରେ ସମ୍ବଲପୁର […]

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଏବେ ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା। ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ପୁଣି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ଖୋଲାଯାଇଛି। ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦର ୨୬ ଗେଟ ଖୋଲିବା ପରେ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଘାରିଲାଣି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଗତକାଲି ସୁଦ୍ଧା ଉପରମୁଣ୍ଡରେ ହାରାହାରି ୭୩ ମିମି ବର୍ଷା ରେକର୍ଡ ହୋଇଥିଲା। ଫଳରେ ଏହା ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳସ୍ତର ୬୨୭.୯୫ ଫୁଟ ରେ ପହଞ୍ଚିଥିବା ବେଳେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସ୍ଥିତିକୁ ଦେଖି ୨୬ ଗେଟ ଖୋଲାଯାଇଥିବାରୁ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଦେଖାଦେଲାଣି। ବିଶେଷ କରି ତଳି ଅଞ୍ଚଳକୁ ଅଧିକ ଭୟ ରହିଥିବାରୁ ଲୋକେ ସ୍ଥାନାନ୍ତର ଯୋଜନାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର