ମହାନଦୀର ମୁଣ୍ଡଳୀଠାରେ ଚାଲିଛି ସର୍ବାଧିକ ଜଳପ୍ରବାହ, ଆଜି ରାତି ଗୁରୁତ୍ୱପୂର୍ଣ୍ଣ

The Sakala Picture
Published On

କଟକ: ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଫ୍ଲୋରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି  […]

କଟକ: ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଫ୍ଲୋରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।

ଆହୁରି ପଢ଼ନ୍ତୁ: ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ତୁମୁଳକାଣ୍ଡ: ସପକ୍ଷ-ବିପକ୍ଷବାଦୀ ମଧ୍ୟରେ ହାତାହାତି, ବାଡ଼ାବାଡ଼ି

ସେ କହିଛନ୍ତି  ଯେ, ଏବେ ମହାନଦୀର ମୁଣ୍ଡୁଳୀଠାରେ ସର୍ବାଧିକ ଜଳ ପ୍ରବାହ ହେଉଛି। ମୁଣ୍ଡଳିରେ ଏହି ପିକ୍ ଫ୍ଲୋ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହା ପରେ ଜଳସ୍ତର ଧିରେ ଧିରେ ଖସିବ। ଏବେର ପିକ୍ ଫ୍ଲୋ ଆସନ୍ତାକାଲି ଅପରାହ୍ନରେ ତଳମୁଣ୍ଡରେ ଥିବା ଜଗତସିଂହପୁର କେନ୍ଦ୍ରାପଡ଼ା, ପୁରୀରେ ଛୁଇଁବ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ । ତେଣୁ ଆଜି ରାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ବି ସନ୍ଧ୍ୟା ସୁଦ୍ଧା କମିବ । ସେହିପରି ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମୁଛି । ବର୍ଷା ନଥିବାରୁ ବର୍ତ୍ତମାନ ସୁଦ୍ଧା ବିଂଝାରପୁରର କଟ୍ ବି ବନ୍ଦ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଖଇରିମଳ ଓ ବରମୂଳଠାରେ ବହୁତ ତୀବ୍ର ଭାବେ କମୁଛି । ଆଉ ୧୮ରୁ ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ପାସ୍ କରିବ । ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ବନ୍ୟା ସ୍ଥିତି ମୁକାବିଲା ପାଇଁ ୮ ଏନଡିଆରଏଫ , ୧୩ ଓଡ୍ରାଫ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଏସଆରସି। ଏଥିସହିତ ସତର୍କ ରହିବା ଲାଗି ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ତେଲଙ୍ଗାନାରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ସଫେଇ କର୍ମୀଙ୍କ ଦରମା ୨ଲକ୍ଷ, ଇଞ୍ଜିନିୟରଙ୍କ ୭ ଲକ୍ଷ ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp