ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଆରମ୍ଭ ହେବ ବିମାନସେବା

The Sakala Picture
Published On

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବ ଝାରସୁଗୁଡ଼ା । କୋଲକାତାକୁ ୭୨ ସିଟ ବିଶିଷ୍ଟ ATR-72 ବିମାନ ଚଳାଚଳ କରିବ । ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା […]

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବ ଝାରସୁଗୁଡ଼ା । କୋଲକାତାକୁ ୭୨ ସିଟ ବିଶିଷ୍ଟ ATR-72 ବିମାନ ଚଳାଚଳ କରିବ । ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ସେହିପରି ଆସନ୍ତା ୧୫ ତାରିଖରୁ ବେଙ୍ଗାଳୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ । ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଳୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

05 Nov 2023 By The Sakala

ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଆରମ୍ଭ ହେବ ବିମାନସେବା

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବ ଝାରସୁଗୁଡ଼ା । କୋଲକାତାକୁ ୭୨ ସିଟ ବିଶିଷ୍ଟ ATR-72 ବିମାନ ଚଳାଚଳ କରିବ । ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l

ସେହିପରି ଆସନ୍ତା ୧୫ ତାରିଖରୁ ବେଙ୍ଗାଳୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ । ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଳୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର