୨ ବିଭାଗର ୫ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ ଅନୁମୋଦନ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଆଜିର କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ। ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଆଜିର କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ। ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟର ନିଷ୍ପତ୍ତି ନେଇଛି। ଏଥି ସହିତ ହୋ,ମୁଣ୍ଡାରୀ,ସଉରା ଓ କୁଇ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ ଦାବି ଦୋହରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଅନ୍ୟପଟେ  ଆଦିବାସୀ ଜମି କିଣାବିକା ନେଇ ପୂର୍ବ କ୍ୟାବିଟେନର ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କିଛି ଦିନପରେ ପୁଣି ପ୍ରତ୍ୟାହାର କରାଯାଇଥିଲା। ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନଭେମ୍ବର ୧୪ ରାଜ୍ୟ କ୍ୟାବିନେଟ ବୈଠକରେ ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବିବାଦୀୟ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ ହେବାପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

ଏଥି ସହିତ ଆଜି ରାଜ୍ୟ କ୍ୟାବିନେଟ ନୂଆ ଯୋଜନା ‘LAVA’ ନେଇ ଘୋଷଣା କରିଛନ୍ତି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳା ମାନେ ଉପକୃତ ହେବେ। LAVA ଅର୍ଥାତ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା। ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ ଏହି ଯୋଜନାରେ ଲାଭ ନେଇପାରିବେ ମହିଳା। ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଏହି ଯୋଜନା କାର୍ଯ୍ୟ କରିବ।

LAVA-ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରିବେ। ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ଯ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର