ବାବୁଲି ମହାରଣାଙ୍କୁ ଗୁଳିକରି ହତ୍ୟା ଉଦ୍ୟମ ଘଟଣାରେ ୫ ଗିରଫ; ବନ୍ଧୁକ, ବାଇକ ଓ କାର ଜବତ

The Sakala Picture
Published On

କେନ୍ଦ୍ରାପଡା: ଧର୍ମରକ୍ଷା ସେନା କେନ୍ଦ୍ରାପଡ଼ା ଆବାହକ ତଥା ତିନିମୁହାଣୀ ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ସଦର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ସେଠାରେ ଏସ୍ପି ମଦକର ସନ୍ଦୀପ ସମ୍ପଦ, ଏସ୍ଡିପିଓ ରାଜୀଵଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଆଉ ସଦର ଥାନା ଅଧିକାରୀ ଉପସ୍ଥିତ ଥିଲେ । ଏହି ଘଟଣାରେ ପୋଲିସକୁ ସାମ୍ବାଦିକମାନେ ଅଭିଯୁକ୍ତଙ୍କ ଲକ୍ଷ୍ୟ, ସେ […]

କେନ୍ଦ୍ରାପଡା: ଧର୍ମରକ୍ଷା ସେନା କେନ୍ଦ୍ରାପଡ଼ା ଆବାହକ ତଥା ତିନିମୁହାଣୀ ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ସଦର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ସେଠାରେ ଏସ୍ପି ମଦକର ସନ୍ଦୀପ ସମ୍ପଦ, ଏସ୍ଡିପିଓ ରାଜୀଵଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଆଉ ସଦର ଥାନା ଅଧିକାରୀ ଉପସ୍ଥିତ ଥିଲେ । ଏହି ଘଟଣାରେ ପୋଲିସକୁ ସାମ୍ବାଦିକମାନେ ଅଭିଯୁକ୍ତଙ୍କ ଲକ୍ଷ୍ୟ, ସେ କେଉଁ ଗ୍ୟାଙ୍ଗର, ସେମାନେ କାହିଁକି ଏହିଭଳି କାଣ୍ଡ ଭିଆଇଥିଲେ, ଏମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କିଏ, ଏମାନେ କଣ ସୁପାରି କିଲର କି? ଏହିଭଳି ଅନେକ ପ୍ରଶ୍ନ ସାମ୍ବାଦିକଙ୍କ ଦ୍ୱାରା ପଚାରାଯାଇଥିଲା । ହେଲେ ଏସ୍ପି ମଦକର ସନ୍ଦୀପ ସମ୍ପଦ କୌଣସି ଉତ୍ତର ନଦେଇ ପ୍ରତ୍ୟେକ ପ୍ରଶ୍ନର ନୋ କମେଣ୍ଟ ବୋଲି କହିଥିଲେ । ତେବେ ସାମ୍ବାଦିକଙ୍କ ସବୁ ପ୍ରଶ୍ନରେ ଏସ୍ପିଙ୍କ ନୋ କମେଣ୍ଟ ଉତ୍ତର ଶୁଣିବା ପରେ ସାମ୍ବାଦିକମାନେ କ୍ଷୁବ୍ଧ ହୋଇଯାଇଥିଲେ । ଯଦି ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ତଥ୍ୟ ଦେବେନି ତାହେଲେ ସାମ୍ବାଦିକ ସମ୍ମିଳନୀର ମୂଲ୍ୟ କଣ ବୋଲି ପଚାରିଥିଲେ l ଏତିକିରେ ସାମ୍ବାଦିକ ସମ୍ମିଳନୀରୁ ଏସ୍ପି ଉଠି ପଳାଇଥିଲେ ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଧର୍ମରକ୍ଷା ସେନା କେନ୍ଦ୍ରାପଡ଼ା ଆବାହକ ତଥା ତିନିମୁହାଣୀ ବଜାର କମିଟି ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳିକରି ହତ୍ୟା ଉଦ୍ୟମ କରିବା ଘଟଣାରେ ସଦର ଥାନା ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ରାମନଗର ପାଟଣା ସ୍ଥିତ ବିବେକାନନ୍ଦ ମହାରଣାଙ୍କ ଟ୍ରାକ୍ଟର ଶୋରୁମରେ ଗତ ୧୪ ତାରିଖ ଦିନ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସର ଯୋଗେ ଆସି ପ୍ରଥମେ ବିବେକାନନ୍ଦ ଓରଫ ବାବୁଲିଙ୍କୁ ଖୋଜାଖୋଜି କରିଥିଲେ । ତେବେ ବାବୁଲିଙ୍କୁ ଗତ ୨୦୧୯ ମସିହାରେ ଗୁଳି ମାରି ହତ୍ୟା ଉଦ୍ୟମ ପରେ ତାଙ୍କୁ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁରକ୍ଷାକର୍ମୀଙ୍କ ସହ ଉକ୍ତ ଦୁଇ ଦୁର୍ବୃତ୍ତଙ୍କ ବଚସା ଓ ମାଡପିଟ ହୋଇଥିଲା । ପରେ ସୁରକ୍ଷାକର୍ମୀଙ୍କୁ ସେମାନେ ଗୁଳି ଚଳାଇଥିଲେ । ଏହାର ପ୍ରତିଜବାବରେ ସୁରକ୍ଷା କର୍ମୀ ଗୁଳି ଚଳାଇବା ଯୋଗୁଁ ଆଘାତପ୍ରାପ୍ତ ହୋଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । କଟକ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱରର ଶାହା କ୍ଲିନିକ ନାମକ ଏକ ଘରୋଇ ହସ୍ପିଟାଲରେ ଗୁଳି ବାହାର କରି ଚିକିତ୍ସିତ ହୋଇଥିଲେ । ତେବେ ଶାହା କ୍ଲିନିକରେ ଚିକିତ୍ସା ହେବା ଖବର ହସ୍ପିଟାଲ କର୍ତ୍ତୃପକ୍ଷ ନିକଟସ୍ଥ ଥାନାରେ ନ ଜଣାଇବା ଘଟଣାରେ ଉକ୍ତ କ୍ଲିନିକକୁ ପୋଲିସ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଦେଇଛି । ଏହି ଗୁଳିକାଣ୍ଡ ଘଟଣାରେ ସଦର ଥାନାରେ ଏକ ମାମଲା ୩୯୫/୨୧ରେ ରୁଜ୍ଜୁ ହୋଇଥିଲା । ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬ଟି ଆଣ୍ଡ୍ରଏଡ଼ ମୋବାଇଲ, ଗୋଟିଏ କି ପ୍ୟାଡ଼ ମୋବାଇଲ ସମେତ ଗୋଟିଏ ବନ୍ଧୁକ, ଗୋଟିଏ ମାରୁତି କାର, ଆଉ ଗୋଟେ ବୋଲେରୋ, ଦୁଇଟି ମୋଟର ସାଇକେଲ ଜବତ କରାଯାଇ ତଦନ୍ତ ଜାରି ରହିଛି । ତେବେ ଗୁଳିକାଣ୍ଡ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର