ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର; ଚଳିତ ବର୍ଷ ପ୍ରଥମ ଥର ରାଜଧାନୀରେ ୪୦ ଡିଗ୍ରୀ ପାର କଲା ପାରଦ…

The Sakala Picture
Published On

ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଚଳିତ ବର୍ଷ ପ୍ରଥମ ଥର ରାଜଧାନୀରେ ୪୦ ଡିଗ୍ରୀ ଅତିକ୍ରମ କରିଛି ପାରଦ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୬ ଡ଼ିଗ୍ରୀ, ହୀରାକୁଦ ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ଚାନ୍ଦବାଲି ୪୦.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୦.୨ ଡ଼ିଗ୍ରୀ, ବାଲେଶ୍ୱର ୩୯ ଡ଼ିଗ୍ରୀ ଓ କେନ୍ଦୁଝର […]

ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଚଳିତ ବର୍ଷ ପ୍ରଥମ ଥର ରାଜଧାନୀରେ ୪୦ ଡିଗ୍ରୀ ଅତିକ୍ରମ କରିଛି ପାରଦ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୬ ଡ଼ିଗ୍ରୀ, ହୀରାକୁଦ ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ଚାନ୍ଦବାଲି ୪୦.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୦.୨ ଡ଼ିଗ୍ରୀ, ବାଲେଶ୍ୱର ୩୯ ଡ଼ିଗ୍ରୀ ଓ କେନ୍ଦୁଝର ୩୮.୧ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ଯାଏ ତାତିରୁ ନିସ୍ତାର ନାହିଁ। ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା । ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଖରାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେପଟେ ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନ କୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର