ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ରୁ ୨୭ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଉପରିସ୍ଥ ପସନ୍ଦର କଲେଜରେ ନାମଲେଖା ପାଇଁ ୩୦ ତାରିଖ ମଧ୍ୟରେ ଅନ୍‌‌ଲାଇନ୍‌‌ରେ ସ୍ଲାଇଡ୍‌‌ ଅପ୍‌‌ କରିବେ। ଏହାପରେ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରାଛାତ୍ରୀମାନେ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସେହିପରି ଅଗଷ୍ଟ […]

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ରୁ ୨୭ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଉପରିସ୍ଥ ପସନ୍ଦର କଲେଜରେ ନାମଲେଖା ପାଇଁ ୩୦ ତାରିଖ ମଧ୍ୟରେ ଅନ୍‌‌ଲାଇନ୍‌‌ରେ ସ୍ଲାଇଡ୍‌‌ ଅପ୍‌‌ କରିବେ। ଏହାପରେ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରାଛାତ୍ରୀମାନେ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସେହିପରି ଅଗଷ୍ଟ ୧୨ରୁ ୧୪ ତାରିଖ ମଧ୍ୟରେ ସ୍ପଟ୍‌‌ ନାମଲେଖା ପାଇଁ ଚଏସ୍‌‌ ଲକିଂ କରିପାରିବେ। ଅଗଷ୍ଟ ୨୦ ତାରିଖରେ ସ୍ପଟ୍‌‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇ ୨୨ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନାଯୋଗ୍ୟ, ଚଳିତ ବର୍ଷ ୨୩୪୪ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସମୁଦାୟ ୫ ଲକ୍ଷ ୮ହଜାର ୧୬୨ଟି ସିଟ୍‌‌ ଉପଲବ୍ଧ ରହିଛି। ଏଥିପାଇଁ ମୋଟ୍‌‌ ୪ଲକ୍ଷ ୭୧ହଜାର ୫୮୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଫଳରେ ଚଳିତ ବର୍ଷ ପ୍ରାୟ ୩୭ ହଜାରରୁ ଅଧିକ ସିଟ୍‌‌ ଖାଲି ପଡ଼ିବ। ୨୦୨୩-୨୪ ଶିକ୍ଷାବର୍ଷରେ ୫ଲକ୍ଷ ୩୦ହଜାର ୧୫୩ଜଣ ଛାତ୍ରଛାତ୍ରୀ ଦଶମ ପାସ୍‌‌ କରିଛନ୍ତି। ପାସ୍‌‌ ଛାତ୍ରଛାତ୍ରୀଙ୍କ ତୁଳନାରେ ପ୍ରାୟ ୫୯ହଜାର କମ୍‌‌ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର