ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜାରି କଲା ମାର୍ଗଦର୍ଶିକା

The Sakala Picture
Published On

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା । ପ୍ରଥମ ପର୍ଯ୍ୟାୟ ନାମଲେଖା ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ । ପରେ ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରିବେ । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଏହି ପର୍ଯ୍ୟାୟ ପରେ ବଳକା […]

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା । ପ୍ରଥମ ପର୍ଯ୍ୟାୟ ନାମଲେଖା ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ । ପରେ ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରିବେ । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଏହି ପର୍ଯ୍ୟାୟ ପରେ ବଳକା ସିଟର ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ସ୍ପଟ୍ ମେଧା ତାଲିକା ପ୍ରକାଶ ପାଇବ ।ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ନାମଲେଖା ପାଇଁ ପଞ୍ଜିକରଣ କରିବା ପରେ ୧୫ ତାରିଖରେ ଫାଇନାଲ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ସେପ୍ଟେମ୍ବର ୧୫ ଓ ୧୬ରେ ହେବ ।୧୭ ତାରିଖ ସଂଧ୍ୟା ୬ଟାରେ ପିଲାଙ୍କ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ପୋର୍ଟାଲରେ ଅପଡେଟ ହେବ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ମାର୍ଗଦର୍ଶିକା

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ନାମ ଲେଖାଇବେ। ସେଥିରେ ଅପରାହ୍ଣ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ। ସେହିପରି ଏକ ଘଣ୍ଟାରେ ୧୫ ଜଣ ଆବେଦନକାରୀଙ୍କ ନାମଲେଖା ହେବ। ପିଲାଙ୍କ ନାମଲେଖା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି।

ସେପ୍ଟେମ୍ୱର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ୱର ୫ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବା ବେଳେ ୮ ତାରିଖ ରାତି ୯ଟାରେ ନାମଲେଖା ତାଲିକା ପୋର୍ଟାଲରେ ଅପଲୋଡ ହେବ। ସେପ୍ଟେମ୍ୱର ୧୩ ତାରିଖରେ ସ୍ପଟ୍‍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୧୪ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର