ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଭୋଟ୍ ଦେବେ ୬୨ ଲକ୍ଷ ୮୭ ହଜାର ଭୋଟର

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ  କରିଛନ୍ତି। ଭୋଟ ପୂର୍ବରୁ ଘରେ ୩୬୩୬ ଭୋଟର ଭୋଟ ଦେଇଛନ୍ତି। ମେ’ ୧୩ରେ ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ। ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ। ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, […]

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ  କରିଛନ୍ତି। ଭୋଟ ପୂର୍ବରୁ ଘରେ ୩୬୩୬ ଭୋଟର ଭୋଟ ଦେଇଛନ୍ତି। ମେ’ ୧୩ରେ ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ। ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ। ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ଉର୍ଦ୍ଧ୍ବ ଭୋଟର ରହିଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ।  ୧୪ ଟି ଅତିରିକ୍ତ ମତଦାନ କେନ୍ଦ୍ର  କରାଯାଇଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

କୋରାପୁଟ ସଂସଦୀୟରେ ସର୍ବନିମ୍ନ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ରହିଥିବା ବେଳ ଧର୍ମଗଡ଼ ସର୍ବାଧିକ ଭୋଟର ରହିଛନ୍ତି। ୧୨୯୪ ଶତାୟୁ ଭୋଟର । ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ। ଆଦର୍ଶ ବୁଥ ୧୨୭୬ ରହିଛି । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ରହିଛନ୍ତି। କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧ ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ରହିଛନ୍ତି। ୬୦% ବୁଥରେ ଲାଇଭ୍ ଷ୍ଟ୍ରିମ ହେବ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲାଟ ବ୍ୟବହାର ହେବ। ୧୮ ୫୩୯ ବାଲାଟ ୟୁନିଟ। ୧୨ ସହ ପୋଲିଂ ଷ୍ଟେସନରେ ୪ ଟା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ। ୫ ଟା ପଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବ। ୨୫୭୫ ବୁଥରେ ୬ ଟା ପର୍ଯ୍ୟନ୍ତ ମତଦାନ ହେବ। ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ କ୍ରିଟିକାଲ ଷ୍ଟେସନ ରହିଛି। ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିଯୁକ୍ତ  କରାଯାଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ବର୍ତ୍ତମାନ ୯ ତାରିଖ ସୁଦ୍ଧା ୩୬୩୬ ଜଣ ଘରେ ଭୋଟ ଦେଇସାରିଛନ୍ତି। ଭୋଟରଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡାରେ ଆଦିମ ଜନ ଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହାତପଙ୍ଖାରେ ସଚେତନତା ଲେଖା ଯାଇଛି। ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି। ଗୋପାଳପୁର, ତାରାତାରିଣୀ ମନ୍ଦିର ଓ ରାମ ଲିଙ୍ଗେଶ୍ୱର ପାଖରେ ବ୍ୟବହାର କରାଯାଇଛି। ନୂଆପଡାରେ ଚାଷୀମାନେ ଷ୍ଟବେରୀରି ପ୍ୟାକେଟରେ ନିର୍ବାଚନ ତାରିଖ ଲେଖା ଯାଇଛି। ବହୁଳ ସଂଖ୍ୟାରେ ମାତଦାନ ପାଇଁ ନିବେଦନ କରାଯାଇଛି। ବୁଥ ପ୍ରସ୍ତୁତ, ପୋଲିଂ ଷ୍ଟେସନ ପ୍ରସ୍ତୁତ ଭୋଟର ଆସି ମତଦାନ କରନ୍ତୁ । ଏହି ନିର୍ବାଚନକୁ ତଦାରଖ କରିବା ପାଇଁ ୨୩ ଜଣ ଅବଜର୍ଭର ନିଯୁକ୍ତି ହୋଇଛନ୍ତି। ଜେନେରାଲ ୮, ପୋଲିଂ ୩ ଓ ଏକ୍ସପେଣ୍ଡେଜର ୧୨ ଜଣ ନିଯୁକ୍ତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର