ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

The Sakala Picture
Published On

ବଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଙ୍ଗା ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟ ଇନ୍ଦିରା ନାଏକ । ଗତ ୨୨ ତାରିଖରେ ହୃତଘାତ୍ ଯୋଗୁ ମହିଳା ଜଣଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗିରରେ ୨ ଦିନ ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା […]

ବଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଙ୍ଗା ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟ ଇନ୍ଦିରା ନାଏକ । ଗତ ୨୨ ତାରିଖରେ ହୃତଘାତ୍ ଯୋଗୁ ମହିଳା ଜଣଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗିରରେ ୨ ଦିନ ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ । ଗତ ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସାଧିନ ଅବସ୍ଥାରେ କୋଭିଡ୍ ଟେଷ୍ଟ ବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ୨୭ ତାରିଖରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ତାରିଖରେ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଫଳରେ ରାଜ୍ୟରେ ଓ ବଲାଙ୍ଗି ଜିଲ୍ଲାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ନେହାଙ୍ଗିନୀ ସାହୁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ବୁର୍ଲାରେ ମୃତ୍ୟୁ ପରେ ତାଙ୍କ ଶବକୁ ନିଜ ଗାଁ ଡୁଙ୍ଗୁରିପାଲିକୁ ଆଣି ସତ୍କାର କରିଥିଲେ ପରିବାର ଲୋକ । ଶବ ସତ୍କାରରେ ଶହ ଶହ ଲୋକ ସହ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ । ଫଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଡୁଙ୍ଗୁରିପାଲି ଗାଁକୁ ଯାଇ ସ୍ୱାବ୍ ସଂଗ୍ରହ କରୁଛି । ବଲାଙ୍ଗି ଭୀମଭୋଇ ମେଡିକାଲରେ ମହିଳା ଜଣଙ୍କ ଚିକିତ୍ସିତ ହୋଇଥିବାରୁ ସେହି ୱାର୍ଡରେ ମଧ୍ୟ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ମୃତ୍ୟୁବରଣ କରିଥିବା ୫୫ ବର୍ଷିଅ ମହିଳା ଜଣଙ୍କର କୌଣସି ବିଦେଶ ଗସ୍ତ ବିବରଣୀ ନାହିଁ ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସୂଚନା ଅନୁଯାୟୀ, ରାଜ୍ୟରେ ଏଯାବତ୍ ୬୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୦ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

06 Jan 2022 By The Sakala

ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ବଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଙ୍ଗା ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟ ଇନ୍ଦିରା ନାଏକ । ଗତ ୨୨ ତାରିଖରେ ହୃତଘାତ୍ ଯୋଗୁ ମହିଳା ଜଣଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗିରରେ ୨ ଦିନ ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ । ଗତ ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସାଧିନ ଅବସ୍ଥାରେ କୋଭିଡ୍ ଟେଷ୍ଟ ବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ୨୭ ତାରିଖରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ତାରିଖରେ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଫଳରେ ରାଜ୍ୟରେ ଓ ବଲାଙ୍ଗି ଜିଲ୍ଲାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ନେହାଙ୍ଗିନୀ ସାହୁ ସୂଚନା ଦେଇଛନ୍ତି ।

ବୁର୍ଲାରେ ମୃତ୍ୟୁ ପରେ ତାଙ୍କ ଶବକୁ ନିଜ ଗାଁ ଡୁଙ୍ଗୁରିପାଲିକୁ ଆଣି ସତ୍କାର କରିଥିଲେ ପରିବାର ଲୋକ । ଶବ ସତ୍କାରରେ ଶହ ଶହ ଲୋକ ସହ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ । ଫଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଡୁଙ୍ଗୁରିପାଲି ଗାଁକୁ ଯାଇ ସ୍ୱାବ୍ ସଂଗ୍ରହ କରୁଛି । ବଲାଙ୍ଗି ଭୀମଭୋଇ ମେଡିକାଲରେ ମହିଳା ଜଣଙ୍କ ଚିକିତ୍ସିତ ହୋଇଥିବାରୁ ସେହି ୱାର୍ଡରେ ମଧ୍ୟ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ମୃତ୍ୟୁବରଣ କରିଥିବା ୫୫ ବର୍ଷିଅ ମହିଳା ଜଣଙ୍କର କୌଣସି ବିଦେଶ ଗସ୍ତ ବିବରଣୀ ନାହିଁ ।

ସୂଚନା ଅନୁଯାୟୀ, ରାଜ୍ୟରେ ଏଯାବତ୍ ୬୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୦ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର