ସେବାୟତ ଓ ଶ୍ରଦ୍ଧାଳୁଙ୍କ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର

The Sakala Picture
Published On

ପୁରୀ: ଭକ୍ତ ଓ ସେବକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ନିକଟରେ ଏକ ପ୍ରାଥମିକ ଚକିତ୍ସା କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ଏହି ପ୍ରାଥମିକ ଚକିତ୍ସା କେନ୍ଦ୍ର ପର୍ଯ୍ଯଟକ, ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ଯରେ ନିୟୋଜିତ ହେବ। ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା […]

ପୁରୀ: ଭକ୍ତ ଓ ସେବକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ନିକଟରେ ଏକ ପ୍ରାଥମିକ ଚକିତ୍ସା କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ଏହି ପ୍ରାଥମିକ ଚକିତ୍ସା କେନ୍ଦ୍ର ପର୍ଯ୍ଯଟକ, ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ଯରେ ନିୟୋଜିତ ହେବ। ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏଠାରେ ବ୍ୟବସ୍ଥା ମଧ୍ୟ କରା ଯିବ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ଉପଯୁକ୍ତ ତଥା ପର୍ଯ୍ଯାପ୍ତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ ହେବ ଏବଂ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସହାୟତାରେ ପର୍ଯ୍ଯାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ। ପ୍ରାଥମିକ ସହାୟତା କେନ୍ଦ୍ରର ସୁଗମ କାର୍ଯ୍ଯ ପାଇଁ ପ୍ରତ୍ୟେକ ନୋଡଲ୍ ଅଧିକାରୀଙ୍କୁ ସିଡିଏମଓ ଏବଂ ମନ୍ଦିର କାର୍ଯ୍ଯାଳୟ ଦ୍ୱାରା ନିଯୁକ୍ତ କରାଯିବ। ତେବେ ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ରଟି ୧୪ ଏପ୍ରିଲ ମହାବିଷୁଭ ସଂକ୍ରାନ୍ତିର ଶୁଭ ଦିନରେ ଉଦଘାଟିତ ହେବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର