ବାଣ ଦୋକାନରୁ ଦାଦାବଟି ଆଦାୟକୁ କେନ୍ଦ୍ରକରି ଗୁଳିକାଣ୍ଡ; ୨ ଆହତ

The Sakala Picture
Published On

ବାଙ୍କୀ: ଆଲୋକର ପର୍ବ ଦୀପାବଳିରେ ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ଼ । ଗୁଳିମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଘଟିଛି ଏହି ଗୁଳିକାଣ୍ଡ। ଗୁଳିକାଣ୍ଡ ପରେ ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । […]

ବାଙ୍କୀ: ଆଲୋକର ପର୍ବ ଦୀପାବଳିରେ ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ଼ । ଗୁଳିମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଘଟିଛି ଏହି ଗୁଳିକାଣ୍ଡ। ଗୁଳିକାଣ୍ଡ ପରେ ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ହାତରେ ଗୁଳି ବାଜିଛି । ଆହତ ହୋଇଥିବା ଦୁଇ ଜଣ ହେଲେ ରୋଜ ସାହୁ ଅନ୍ୟ ଜଣଙ୍କ ନାମ ଗଣେଶ୍ୱର ରାଉତ । ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମାମଲାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଦୁର୍ବୃତ୍ତ ବଣ୍ଟି ପାତ୍ର । ଘଟଣାରେ ବଣ୍ଟି ପାତ୍ରର ବାପା ଓ ଭାଇ ଦୁଇଜଣଙ୍କୁ ବାଙ୍କୀ ଥାନା ପୋଲିସ ଅଟକ ରଖି ଚଳାଇଛି ତଦନ୍ତ ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର