ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତାଧୀନ : ଫରେଷ୍ଟ ଟାସ୍କଫୋର୍ସ

The Sakala Picture
Published On

ଭୁବନେଶ୍ବର : ଶିମିଳିପାଳ ସମେତ ରାଜ୍ୟରେ ଅନ୍ୟ ସମସ୍ତ ଜଙ୍ଗଲରେ ନିଆଁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଛି। ଏନେଇ ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା ଦେଇଛନ୍ତି। ଫରେଷ୍ଟ ସର୍ଭେ ଅଫ ଅଣ୍ଡିଆ( FSI)ର ଆଲର୍ଟ ଆନୁଯାୟୀ ରାଜ୍ୟରେ ଥିବା ଜଙ୍ଗଲରେ ନିଆଁ ପ୍ରାୟତଃ ନାହିଁ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟ ଟାସ୍କଫୋର୍ସ । ଏଥି ସହିତ ଆଗକୁ ଗ୍ରୀଷ୍ମ ପ୍ରବାହ ଥିବାରୁ ବନାଗ୍ନିର ଆଶଙ୍କା ଅଧିକ ରହିଛି। କ୍ଷେତ୍ର ଅଧିକାରୀଙ୍କୁ ବନାଗ୍ନିର ପ୍ରସାର ରୋକିବାକୁ […]

ଭୁବନେଶ୍ବର : ଶିମିଳିପାଳ ସମେତ ରାଜ୍ୟରେ ଅନ୍ୟ ସମସ୍ତ ଜଙ୍ଗଲରେ ନିଆଁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଛି। ଏନେଇ ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା ଦେଇଛନ୍ତି। ଫରେଷ୍ଟ ସର୍ଭେ ଅଫ ଅଣ୍ଡିଆ( FSI)ର ଆଲର୍ଟ ଆନୁଯାୟୀ ରାଜ୍ୟରେ ଥିବା ଜଙ୍ଗଲରେ ନିଆଁ ପ୍ରାୟତଃ ନାହିଁ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟ ଟାସ୍କଫୋର୍ସ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଏଥି ସହିତ ଆଗକୁ ଗ୍ରୀଷ୍ମ ପ୍ରବାହ ଥିବାରୁ ବନାଗ୍ନିର ଆଶଙ୍କା ଅଧିକ ରହିଛି। କ୍ଷେତ୍ର ଅଧିକାରୀଙ୍କୁ ବନାଗ୍ନିର ପ୍ରସାର ରୋକିବାକୁ ସତର୍କ ରହିବାକୁ ନିର୍ଦେଶ ଜାରି କରାଯାଇଛି। ଜିଲା ପ୍ରଶାସନର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ ସହ ୨୫ଜଣ ସଦସ୍ୟ ନିଆଁ ଲିଭା କାର୍ଯ୍ୟରେ ସକ୍ରିୟ ଅଛନ୍ତି। ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟଙ୍କ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ଓ ସ୍ଥାନୀୟ ସମ୍ପ୍ରଦାୟ ଜନସାଧାରଣଙ୍କର ବିଶେଷ ଓ ସମସ୍ତ ପ୍ରକାର ନିରନ୍ତର ସହାୟତା ଓ ସହଯୋଗ ଯୋଗୁଁ ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ ଏବଂ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିଛି। ତଥାପି, ଆଗାମୀ ଗ୍ରୀଷ୍ମ ପ୍ରବାହ ହେତୁ ଆରମ୍ଭ ହେବାକୁ ଥିବା ତାପମାତ୍ରାରେ ବୃଦ୍ଧି ସହତି ଅଧିକ ବନାଗ୍ନିର ଭୟ ଥିବା ଆଶଙ୍କାକୁ ବିଚାର କରି କ୍ଷେତ୍ର ଅଧକାରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ବନାଗ୍ନିର ପ୍ରସାରକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସତର୍କ ଓ ସଚେତନ ହେବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନି ପ୍ରଶମନ କ୍ଷେତ୍ରରେ ନିରନ୍ତର ସହାୟତା ତଥା ଅଗ୍ନି ପ୍ରଶମନ ଏବଂ ପରିଚାଳନାରେ ସ୍ଥାନୀୟ ସମ୍ପ୍ରଦାୟ/ଭିଏସ୍‌ଏସ୍‌ ଇଡିସି ଏବଂ ପିଆର୍‌ଆଇ ଅନୁଷ୍ଠାନଗୁଡିକୁ ଏକୀଭୂତ ସହଯୋଗ ନିମେନ୍ତ, ଜିଲା ପ୍ରଶାସନ ସହତି ନିରନ୍ତର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓ ମାନଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ପିସିସିଏଫ୍‌ କାର୍ଯ୍ୟାଳୟର ଏଫ୍‌ଆଇଟିଜିସି ସେଲ୍ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି । ବିଟ୍-ଗାର୍ଡଙ୍କ ସହ ସମସ୍ତ ସ୍ତରର ବନକ୍ଷେତ୍ର କମଚାରୀଙ୍କୁ ଏଫ୍‌ଏସ୍‌ଆଇ, ଡେରାଡୁନ୍‌ରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା(ଫରେଷ୍ଟଫାୟାର୍ ପଏଣ୍ଟ୍)ଗୁଡ଼ିକୁୁ ଅବିଳମ୍ବେ ନିର୍ବାପିତ କରବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ ସେମାନଙ୍କୁ ପ୍ରଦତ୍ତ ପଞ୍ଜୀକୃତ ମୋବାଇଲ୍ ମାଧ୍ୟମରେ ଅପ୍‌ଲୋଡ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି, ଯାହାକି ମୁଖ୍ୟାଳୟ ଦ୍ୱାରା ଅଗ୍ନି ପ୍ରସ୍ତୁତିର ଅନଲାଇନ୍‌ ମନିଟରିଂ ପାଇଁ ସହାୟକ ହେବ। କ୍ଷେତ୍ର ଅଧିକାରୀମାନଙ୍କର ଏ ବାବଦରେ ମଳିଥିବା ପ୍ରତିକ୍ରିୟା ୯୫% ରୁ ଅଧିକ । ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଘଟଣା ପ୍ରାୟତଃ ନାହିଁ।

ରାଜ୍ୟରେ ଅଗ୍ନି ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ ଭାବରେ ଚିହ୍ନଟ ହୋଇଥବା ବନାଗ୍ନି ପ୍ରବଣ ଏବଂ ବନାଗ୍ନି ପ୍ରାବଲ୍ୟ ଅଞ୍ଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିକୁ ପ୍ରଭାବଶାଳୀ ଭାବରେ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଅଛି । ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଓଡିଆର୍‌ଏଏଫ୍‌ ଦଳ ଜଙ୍ଗଲ କମର୍ଚାରୀଙ୍କ ସହତି ଜଙ୍ଗଲରେ ନିଆଁ ଲିଭାଇବାରେ ସକ୍ରିୟ ଅଛନ୍ତି । କେନ୍ଦ୍ରରୁ ଆସିଥିବା ଦଳ, ସେମାନଙ୍କର ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦଶର୍ନ କରିଛନ୍ତି ଏବଂ ସୋମବାର ସରକାରଙ୍କ ସହ ଏହି ବିଷୟରେ ଆଲୋଚନା କରିବେ। ରାଜ୍ୟ ସରକାର/ଟାସ୍କ ଫୋର୍ସ କ୍ରମାଗତ ଭାବେ ତଦାରଖ କରିବା ସହ କ୍ଷେତ୍ର ଅଧିକାରୀଙ୍କ ସହିତ ବନାଗ୍ନି ସମୀକ୍ଷା କରୁଛନ୍ତି, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସଛି।

14 Mar 2021 By The Sakala

ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତାଧୀନ : ଫରେଷ୍ଟ ଟାସ୍କଫୋର୍ସ

ଭୁବନେଶ୍ବର : ଶିମିଳିପାଳ ସମେତ ରାଜ୍ୟରେ ଅନ୍ୟ ସମସ୍ତ ଜଙ୍ଗଲରେ ନିଆଁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଛି। ଏନେଇ ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା ଦେଇଛନ୍ତି। ଫରେଷ୍ଟ ସର୍ଭେ ଅଫ ଅଣ୍ଡିଆ( FSI)ର ଆଲର୍ଟ ଆନୁଯାୟୀ ରାଜ୍ୟରେ ଥିବା ଜଙ୍ଗଲରେ ନିଆଁ ପ୍ରାୟତଃ ନାହିଁ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟ ଟାସ୍କଫୋର୍ସ ।

ଏଥି ସହିତ ଆଗକୁ ଗ୍ରୀଷ୍ମ ପ୍ରବାହ ଥିବାରୁ ବନାଗ୍ନିର ଆଶଙ୍କା ଅଧିକ ରହିଛି। କ୍ଷେତ୍ର ଅଧିକାରୀଙ୍କୁ ବନାଗ୍ନିର ପ୍ରସାର ରୋକିବାକୁ ସତର୍କ ରହିବାକୁ ନିର୍ଦେଶ ଜାରି କରାଯାଇଛି। ଜିଲା ପ୍ରଶାସନର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ ସହ ୨୫ଜଣ ସଦସ୍ୟ ନିଆଁ ଲିଭା କାର୍ଯ୍ୟରେ ସକ୍ରିୟ ଅଛନ୍ତି। ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟଙ୍କ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ଓ ସ୍ଥାନୀୟ ସମ୍ପ୍ରଦାୟ ଜନସାଧାରଣଙ୍କର ବିଶେଷ ଓ ସମସ୍ତ ପ୍ରକାର ନିରନ୍ତର ସହାୟତା ଓ ସହଯୋଗ ଯୋଗୁଁ ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ ଏବଂ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିଛି। ତଥାପି, ଆଗାମୀ ଗ୍ରୀଷ୍ମ ପ୍ରବାହ ହେତୁ ଆରମ୍ଭ ହେବାକୁ ଥିବା ତାପମାତ୍ରାରେ ବୃଦ୍ଧି ସହତି ଅଧିକ ବନାଗ୍ନିର ଭୟ ଥିବା ଆଶଙ୍କାକୁ ବିଚାର କରି କ୍ଷେତ୍ର ଅଧକାରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ବନାଗ୍ନିର ପ୍ରସାରକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସତର୍କ ଓ ସଚେତନ ହେବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନି ପ୍ରଶମନ କ୍ଷେତ୍ରରେ ନିରନ୍ତର ସହାୟତା ତଥା ଅଗ୍ନି ପ୍ରଶମନ ଏବଂ ପରିଚାଳନାରେ ସ୍ଥାନୀୟ ସମ୍ପ୍ରଦାୟ/ଭିଏସ୍‌ଏସ୍‌ ଇଡିସି ଏବଂ ପିଆର୍‌ଆଇ ଅନୁଷ୍ଠାନଗୁଡିକୁ ଏକୀଭୂତ ସହଯୋଗ ନିମେନ୍ତ, ଜିଲା ପ୍ରଶାସନ ସହତି ନିରନ୍ତର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓ ମାନଙ୍କୁ ପରାମର୍ଶ ଦିଆଯାଇଛି।

ପିସିସିଏଫ୍‌ କାର୍ଯ୍ୟାଳୟର ଏଫ୍‌ଆଇଟିଜିସି ସେଲ୍ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି । ବିଟ୍-ଗାର୍ଡଙ୍କ ସହ ସମସ୍ତ ସ୍ତରର ବନକ୍ଷେତ୍ର କମଚାରୀଙ୍କୁ ଏଫ୍‌ଏସ୍‌ଆଇ, ଡେରାଡୁନ୍‌ରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା(ଫରେଷ୍ଟଫାୟାର୍ ପଏଣ୍ଟ୍)ଗୁଡ଼ିକୁୁ ଅବିଳମ୍ବେ ନିର୍ବାପିତ କରବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ ସେମାନଙ୍କୁ ପ୍ରଦତ୍ତ ପଞ୍ଜୀକୃତ ମୋବାଇଲ୍ ମାଧ୍ୟମରେ ଅପ୍‌ଲୋଡ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି, ଯାହାକି ମୁଖ୍ୟାଳୟ ଦ୍ୱାରା ଅଗ୍ନି ପ୍ରସ୍ତୁତିର ଅନଲାଇନ୍‌ ମନିଟରିଂ ପାଇଁ ସହାୟକ ହେବ। କ୍ଷେତ୍ର ଅଧିକାରୀମାନଙ୍କର ଏ ବାବଦରେ ମଳିଥିବା ପ୍ରତିକ୍ରିୟା ୯୫% ରୁ ଅଧିକ । ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଘଟଣା ପ୍ରାୟତଃ ନାହିଁ।

ରାଜ୍ୟରେ ଅଗ୍ନି ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ ଭାବରେ ଚିହ୍ନଟ ହୋଇଥବା ବନାଗ୍ନି ପ୍ରବଣ ଏବଂ ବନାଗ୍ନି ପ୍ରାବଲ୍ୟ ଅଞ୍ଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିକୁ ପ୍ରଭାବଶାଳୀ ଭାବରେ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଅଛି । ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଓଡିଆର୍‌ଏଏଫ୍‌ ଦଳ ଜଙ୍ଗଲ କମର୍ଚାରୀଙ୍କ ସହତି ଜଙ୍ଗଲରେ ନିଆଁ ଲିଭାଇବାରେ ସକ୍ରିୟ ଅଛନ୍ତି । କେନ୍ଦ୍ରରୁ ଆସିଥିବା ଦଳ, ସେମାନଙ୍କର ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦଶର୍ନ କରିଛନ୍ତି ଏବଂ ସୋମବାର ସରକାରଙ୍କ ସହ ଏହି ବିଷୟରେ ଆଲୋଚନା କରିବେ। ରାଜ୍ୟ ସରକାର/ଟାସ୍କ ଫୋର୍ସ କ୍ରମାଗତ ଭାବେ ତଦାରଖ କରିବା ସହ କ୍ଷେତ୍ର ଅଧିକାରୀଙ୍କ ସହିତ ବନାଗ୍ନି ସମୀକ୍ଷା କରୁଛନ୍ତି, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର