ଭୁବନେଶ୍ୱର ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

The Sakala Picture
Published On

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାହା ଏକ ଭୂତଳ ମାର୍କେଟ ହୋଇଥିବାରୁ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ହିଁ ବାଟ ଥିଲା। ଉଭୟ ପଟେ ପ୍ରଖର ବେଗରେ ନିଆଁ ଓ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଭିତରେ ପଶି ପାରି ନ ଥିଲେ।  ଏହାପରେ ଭେଣ୍ଟିଲେସନ ବାଟକୁ ଭାଙ୍ଗି […]

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାହା ଏକ ଭୂତଳ ମାର୍କେଟ ହୋଇଥିବାରୁ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ହିଁ ବାଟ ଥିଲା। ଉଭୟ ପଟେ ପ୍ରଖର ବେଗରେ ନିଆଁ ଓ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଭିତରେ ପଶି ପାରି ନ ଥିଲେ।  ଏହାପରେ ଭେଣ୍ଟିଲେସନ ବାଟକୁ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ତା’ ପରେ ଅଗ୍ନିଶମ କର୍ମଚାରୀ ଭିତରେ ପଶିଥିଲେ। ସେମାନେ ପ୍ରାୟ ୪ ଘଣ୍ଟା କାଳ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଗତକାଲି ଦୀପାବଳି ଥିବାରୁ ବାଣ ନିଆଁ ପଡ଼ି ଏପରି ଅଗ୍ନିକାଣ୍ଡ ଘଟିଥାଇପାରେ କିମ୍ବା ସର୍ଟସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର