ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ କଟକ ଡିସିପିଙ୍କ ପରାମର୍ଶ, ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

କଟକ/ଭୁବନେଶ୍ୱର: ହୋଲି ଖେଳକୁ ନେଇ କଟକ ଡିସିପିଙ୍କ କଟକଣା । ଦିନ ୧ଟା ଭିତରେ ହୋଲି ଖେଳ ସାରିବାକୁ ଡିସିପି ଋଷିକେଶ ଖୁଲାରୀ ପରାମର୍ଶ ଦେଇଛନ୍ତି । ହୋଲି ଖେଳ ସମୟରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ଜଗିକି ରହିବେ । ଏଥିପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ ମୁତୟନ ହେବେ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି […]

କଟକ/ଭୁବନେଶ୍ୱର: ହୋଲି ଖେଳକୁ ନେଇ କଟକ ଡିସିପିଙ୍କ କଟକଣା । ଦିନ ୧ଟା ଭିତରେ ହୋଲି ଖେଳ ସାରିବାକୁ ଡିସିପି ଋଷିକେଶ ଖୁଲାରୀ ପରାମର୍ଶ ଦେଇଛନ୍ତି । ହୋଲି ଖେଳ ସମୟରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ଜଗିକି ରହିବେ । ଏଥିପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ ମୁତୟନ ହେବେ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ । ସେ ଆହୁରି ମଧ୍ୟ କହିଛନ୍ତି କି, ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲିରେ ମଦ ଦୋକାନ ବନ୍ଦ ରହିବ । ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସେହିପରି ହୋଲି ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି । ନୂଆ ଡିସିପି ଜଗମୋହନ ମିନା କହିଛନ୍ତି ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି। ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। । ଆଇନଶୃଙ୍ଖଳା ଓ ମଦୁଆଙ୍କୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ନକଲି ମଦ କାରବାର ରୋକିବାକୁ ହେବ ସ୍ପେଶାଲ ଡ୍ରାଇଭ। ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏଥି ସହିତ ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ମାନ ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୁଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର। ପ୍ରତେକ ଛକରେ ମୁତୟନ ହେବେ ପୁଲିସ ଟିମ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ PCR। ଏଥି ସହିତ ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ପାଇଁ ପୁଲିସ ପକ୍ଷରୁ ମନା କରଯାଇଛି। ଏ ନେଇ ପ୍ରତେକ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର