ମୁସଲମାନଙ୍କୁ କବର ପାଇଁ ଜାଗା ମିଳୁ

The Sakala Picture
Published On

ଭୁବନେଶ୍ୱର : ମୁସଲମାନଙ୍କୁ ରାଜଧାନୀ ଉପକଣ୍ଠରେ କବର ପାଇଁ ସ୍ଥାନ ଯୋଗାଇ ଦିଆଯାଉ। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଶ୍ରୀ ବେହେରା ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ୫୦ ଦଶନ୍ଧି ପୂର୍ବେ ରାଜଧାନୀ ପ୍ରତିଷ୍ଠା ସମୟରେ ମୁସଲମାନଙ୍କ ପାଇଁ ସତ୍ୟନଗରରେ ୧.୯ ଏକର କବର ପାଇଁ ଦିଆଯାଇଥିଲା। ଇତିମଧ୍ୟରେ ସବୁ ସମ୍ପ୍ରଦାୟ ଭଳି ସେମାନଙ୍କ ସଂଖ୍ୟା ବୃଦ୍ଧି […]

ଭୁବନେଶ୍ୱର : ମୁସଲମାନଙ୍କୁ ରାଜଧାନୀ ଉପକଣ୍ଠରେ କବର ପାଇଁ ସ୍ଥାନ ଯୋଗାଇ ଦିଆଯାଉ। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଶ୍ରୀ ବେହେରା ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ୫୦ ଦଶନ୍ଧି ପୂର୍ବେ ରାଜଧାନୀ ପ୍ରତିଷ୍ଠା ସମୟରେ ମୁସଲମାନଙ୍କ ପାଇଁ ସତ୍ୟନଗରରେ ୧.୯ ଏକର କବର ପାଇଁ ଦିଆଯାଇଥିଲା। ଇତିମଧ୍ୟରେ ସବୁ ସମ୍ପ୍ରଦାୟ ଭଳି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରାୟ ୧୧୦ ଜଣଙ୍କୁ ଏହିଠାରେ କବର ଦିଆଯାଇସାରିଲାଣି। ପରିସ୍ଥିତି ଏପରି ହେଉଛି, ଯେଉଁଠି ଶବକୁ କବର ଦିଆଯାଉଛି, ସେଠାରୁ ପୁରୁଣା ହାଡ଼ ବାହାରୁଛି। ତେଣୁ ରାଜଧାନୀ କିମ୍ବା ଏହାର ଉପକଣ୍ଠରେ ୫ରୁ ୭ ଏକର ଜମି କବରସ୍ଥାନ ପାଇଁ ପ୍ରଦାନ କରିବାକୁ ଶ୍ରୀ ବେହେରା କହିଛନ୍ତି। ମୁସଲମାନମାନେ ମଧ୍ୟ ଏହି ସମସ୍ୟା ନେଇ ବିଏମସିର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

06 Jun 2021 By The Sakala

ମୁସଲମାନଙ୍କୁ କବର ପାଇଁ ଜାଗା ମିଳୁ

ଭୁବନେଶ୍ୱର : ମୁସଲମାନଙ୍କୁ ରାଜଧାନୀ ଉପକଣ୍ଠରେ କବର ପାଇଁ ସ୍ଥାନ ଯୋଗାଇ ଦିଆଯାଉ। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଶ୍ରୀ ବେହେରା ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ୫୦ ଦଶନ୍ଧି ପୂର୍ବେ ରାଜଧାନୀ ପ୍ରତିଷ୍ଠା ସମୟରେ ମୁସଲମାନଙ୍କ ପାଇଁ ସତ୍ୟନଗରରେ ୧.୯ ଏକର କବର ପାଇଁ ଦିଆଯାଇଥିଲା। ଇତିମଧ୍ୟରେ ସବୁ ସମ୍ପ୍ରଦାୟ ଭଳି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରାୟ ୧୧୦ ଜଣଙ୍କୁ ଏହିଠାରେ କବର ଦିଆଯାଇସାରିଲାଣି। ପରିସ୍ଥିତି ଏପରି ହେଉଛି, ଯେଉଁଠି ଶବକୁ କବର ଦିଆଯାଉଛି, ସେଠାରୁ ପୁରୁଣା ହାଡ଼ ବାହାରୁଛି। ତେଣୁ ରାଜଧାନୀ କିମ୍ବା ଏହାର ଉପକଣ୍ଠରେ ୫ରୁ ୭ ଏକର ଜମି କବରସ୍ଥାନ ପାଇଁ ପ୍ରଦାନ କରିବାକୁ ଶ୍ରୀ ବେହେରା କହିଛନ୍ତି। ମୁସଲମାନମାନେ ମଧ୍ୟ ଏହି ସମସ୍ୟା ନେଇ ବିଏମସିର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/find-a-place-for-muslims-to-be-buried/article-2714
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର