ଖୁବଶୀଘ୍ର ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ, ପଶ୍ଚିମ ଓଡିଶାର ପ୍ରମୁଖ ମନ୍ଦିରକୁ କରାଯିବ ନିମନ୍ତ୍ରଣ

The Sakala Picture
Published On

ସମ୍ବଲପୁର: ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ବିଜେଡି ସାଂଗଠନିକ ବୈଠକ । ଆଗାମୀ ଦିନରେ ଦଳକୁ ପଶ୍ଚିମ ଓଡିଶାରେ କିଭଳି ଅଧିକ ସୁଦୃଢ ଓ ସକ୍ରିୟ କରାଯାଇପାରିବ ସେନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଛି । ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଜିଲ୍ଲା […]

ସମ୍ବଲପୁର: ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ବିଜେଡି ସାଂଗଠନିକ ବୈଠକ । ଆଗାମୀ ଦିନରେ ଦଳକୁ ପଶ୍ଚିମ ଓଡିଶାରେ କିଭଳି ଅଧିକ ସୁଦୃଢ ଓ ସକ୍ରିୟ କରାଯାଇପାରିବ ସେନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଛି । ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ସମେତ ଦଳର ବହୁ ବିଧାୟକ, ନେତା ଓ କର୍ମୀ ଯୋଗ ଦେଇଥିଲେ । ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସହ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ମଧ୍ୟ ଆଲୋଚନା ହୋଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡ଼ିକୁ ନିମନ୍ତ୍ରଣ କରାଯିବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ଏହା ଥିଲା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଥମ ବୈଠକ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

04 Jan 2024 By The Sakala

ଖୁବଶୀଘ୍ର ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ, ପଶ୍ଚିମ ଓଡିଶାର ପ୍ରମୁଖ ମନ୍ଦିରକୁ କରାଯିବ ନିମନ୍ତ୍ରଣ

ସମ୍ବଲପୁର: ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ବିଜେଡି ସାଂଗଠନିକ ବୈଠକ । ଆଗାମୀ ଦିନରେ ଦଳକୁ ପଶ୍ଚିମ ଓଡିଶାରେ କିଭଳି ଅଧିକ ସୁଦୃଢ ଓ ସକ୍ରିୟ କରାଯାଇପାରିବ ସେନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଛି । ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ସମେତ ଦଳର ବହୁ ବିଧାୟକ, ନେତା ଓ କର୍ମୀ ଯୋଗ ଦେଇଥିଲେ । ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସହ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ମଧ୍ୟ ଆଲୋଚନା ହୋଇଛି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡ଼ିକୁ ନିମନ୍ତ୍ରଣ କରାଯିବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ଏହା ଥିଲା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଥମ ବୈଠକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର