ପଦମପୁର ଉପନିର୍ବାଚନ: ସରିଲା ନାମାଙ୍କନ ପତ୍ର ଦାଖଲ, ଭୋଟ ଉପରେ ସମସ୍ତଙ୍କ ନଜର

The Sakala Picture
Published On

ବରଗଡ଼: ପଦମପୁର ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ନାମାଙ୍କନ ପାଇଁ ଥିବା ଶେଷ ଦିନରେ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ […]

ବରଗଡ଼: ପଦମପୁର ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ନାମାଙ୍କନ ପାଇଁ ଥିବା ଶେଷ ଦିନରେ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ଯାଇ ନିର୍ଦ୍ଧାରିତ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ । ପଦମପୁର ନିର୍ବାଚନମଣ୍ଡଳୀରେ ରହିବ ମୋଟ ୩୧୯ ବୁଥ୍ । ସେଥି ମଧ୍ୟରୁ ୭୪ ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ । ୩ଟି ବ୍ଲକରେ ୬ଟି ପିଙ୍କ୍ ବୁଥ ଓ ୧୦ଟି ମଡେଲ ବୁଥ ରହିବ । ମାଓ ଉପଦ୍ରୁତ ଅଞ୍ଚଳ ପାଇଁ ୨୧ ତାରିଖରେ ଆହୁରି ଅର୍ଦ୍ଧ- ସାମରିକ ବାହିନୀ ମୁତୟନ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଉପ-ନିର୍ବାଚନକୁ ସୁରୁଖୁରୁରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୁଥ ଗୁଡିକରେ କିପରି ମତଦାତା ଶାନ୍ତି ଶୃଙ୍ଖଳାର ସହ ମତ ସାବସ୍ତ୍ୟ କରିପାରିବେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

17 Nov 2022 By The Sakala

ପଦମପୁର ଉପନିର୍ବାଚନ: ସରିଲା ନାମାଙ୍କନ ପତ୍ର ଦାଖଲ, ଭୋଟ ଉପରେ ସମସ୍ତଙ୍କ ନଜର

ବରଗଡ଼: ପଦମପୁର ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ନାମାଙ୍କନ ପାଇଁ ଥିବା ଶେଷ ଦିନରେ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ଯାଇ ନିର୍ଦ୍ଧାରିତ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ । ପଦମପୁର ନିର୍ବାଚନମଣ୍ଡଳୀରେ ରହିବ ମୋଟ ୩୧୯ ବୁଥ୍ । ସେଥି ମଧ୍ୟରୁ ୭୪ ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ । ୩ଟି ବ୍ଲକରେ ୬ଟି ପିଙ୍କ୍ ବୁଥ ଓ ୧୦ଟି ମଡେଲ ବୁଥ ରହିବ । ମାଓ ଉପଦ୍ରୁତ ଅଞ୍ଚଳ ପାଇଁ ୨୧ ତାରିଖରେ ଆହୁରି ଅର୍ଦ୍ଧ- ସାମରିକ ବାହିନୀ ମୁତୟନ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି ।

ଉପ-ନିର୍ବାଚନକୁ ସୁରୁଖୁରୁରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୁଥ ଗୁଡିକରେ କିପରି ମତଦାତା ଶାନ୍ତି ଶୃଙ୍ଖଳାର ସହ ମତ ସାବସ୍ତ୍ୟ କରିପାରିବେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।

https://www.thesakala.in/latest-odisha-news/filing-nomination-completed-for-padampur-by-election/article-16631
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର