ହେଲ୍‌ମେଟ୍‍ ଚେକିଂକୁ ଡରି ଦୁର୍ଘଟଣା : ଯୁବତୀଙ୍କ ମୃତ୍ୟୁ, ୨ ଗୁରୁତର

The Sakala Picture
Published On

ବହଳଦା : ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ବାଗଡେଗା ଗାଁ ନିକଟ ୨୨୦ ନମ୍ୱର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବଡ଼ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଓ ମାମୁଁ ଗୁରତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ତିରିଂ ଥାନା ଅନ୍ତର୍ଗତ ସାନଭୁଣ୍ଡୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଖରୀଆ ଗ୍ରାମର ଲାଲମୋହନ ବାସ୍କେଙ୍କ ଦୁଇ ଝୀଅ ଦିଗିମଣୀ ବାସ୍କେ (୧୯) ଓ ରାକ୍ଷୀ ବାସ୍କେ (୧୭) ତିରିଂ […]

ବହଳଦା : ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ବାଗଡେଗା ଗାଁ ନିକଟ ୨୨୦ ନମ୍ୱର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବଡ଼ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଓ ମାମୁଁ ଗୁରତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ତିରିଂ ଥାନା ଅନ୍ତର୍ଗତ ସାନଭୁଣ୍ଡୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଖରୀଆ ଗ୍ରାମର ଲାଲମୋହନ ବାସ୍କେଙ୍କ ଦୁଇ ଝୀଅ ଦିଗିମଣୀ ବାସ୍କେ (୧୯) ଓ ରାକ୍ଷୀ ବାସ୍କେ (୧୭) ତିରିଂ ଥାନା ଅନ୍ତର୍ଗତ ପୋଡାଚାକଡି ଗ୍ରାମର ନିଜ ମାମୁଁ ଗୋପାଲ ମୁର୍ମୁ (୩୯)ଙ୍କ ସହିତ ହାଟବାଦଡା ସ୍ଥିତ ଦେବୀ କଲେଜ ଯାଉଥିବା ବେଳେ ବହଳଦା ନିକଟସ୍ଥ ବାଗଡେଗାସ୍ଥିତ ମୁତ୍ରିନାଳ ପୋଲ ନିକଟରେ ବହଳଦା ପୁଲିସ ହେଲମେଟ୍‍ ଚେକିଂ କରୁଥିବା ଦେଖି ମାମୁଁ ଗୋପାଲ ଭୟରେ ହଠାତ୍‍ ବାଇଟିକୁ ବୁଲାଇ ଦେଇଥିଲେ। ହେଲେ ସେହି ସମୟରେ ପଛପଟୁ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଦୁର୍ଘଟଣାସ୍ଥଳରେ ହିଁ ବଡ ଭାଣଜୀ ଦିଗିମଣୀ ବାସ୍କେଙ୍କ ମୃତ୍ୟୁ ଘଟିଥିଲା। ସେ ବହଳଦା ଡିଏଲ କଲେଜରୁ ନିକଟରେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିଲେ। ଦୁର୍ଘଟଣାରେ ସାନ ଭଉଣୀ ରାକ୍ଷୀ ଓ ମାମୁଁ ଗରୁତର ଆହତ ହୋଇ ପ୍ରଥମେ ବହଳଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବାରିପଦା ପିଆରଏମ୍‍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ବହଳଦା ଥାନାରେ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣାରେ ସମ୍ପୃକ୍ତ ହାଇୱା ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହିତ ହାଇୱା ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର