ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ

Madhusudan Das Picture
Published On

ଭୁବନ : ପୁଅ ଜନ୍ମ ନହେବାରୁ ମା’ ସହିତ ୫ ଝିଅଙ୍କୁ ଘରୁ ବାହାର କରିଦେଲା ବାପା । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କ ୫ଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ବାରମ୍ବାର ଅତ୍ୟାଚାର କରୁଥିଲା ସ୍ଵାମୀ । ପଞ୍ଚମ କନ୍ୟା ମାତ୍ର ୧୫ ଦିନର ହୋଇଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ସହିତ ପାଞ୍ଚ କନ୍ୟାକୁ ବାହାର କରିଦେଇଛି ବାପା ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନରୁ ଆସିଲା ସାଂଘାତିକ ଅଭିଯୋଗ, ଯାହାକୁ ବି ଭୋଟ ଦେଲେ ବିଜେପିକୁ ଯାଉଛି...

ମହିଳା ଜଣଙ୍କ କୌଣସି ଉପାୟ ନପାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ । ଆଜି ଖବର ପାଇ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ସହ ୫ ଝିଅଙ୍କୁ ଥଇଥାନ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପଛରେ କିଏ ? ଆତଙ୍କୀଙ୍କ ଟାର୍ଗେଟରେ ଦିଲ୍ଲୀ: ୧୯୯୬ରୁ ୨୦୨୫...

Join Us @ WhatsApp

About The Author

Google News
Join Us @ WhatsApp