ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ

Madhusudan Das Picture
Published On

ଭୁବନ : ପୁଅ ଜନ୍ମ ନହେବାରୁ ମା’ ସହିତ ୫ ଝିଅଙ୍କୁ ଘରୁ ବାହାର କରିଦେଲା ବାପା । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କ ୫ଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ବାରମ୍ବାର ଅତ୍ୟାଚାର କରୁଥିଲା ସ୍ଵାମୀ । ପଞ୍ଚମ କନ୍ୟା ମାତ୍ର ୧୫ ଦିନର ହୋଇଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ସହିତ ପାଞ୍ଚ କନ୍ୟାକୁ ବାହାର କରିଦେଇଛି ବାପା ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ମହିଳା ଜଣଙ୍କ କୌଣସି ଉପାୟ ନପାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ । ଆଜି ଖବର ପାଇ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ସହ ୫ ଝିଅଙ୍କୁ ଥଇଥାନ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

16 Nov 2025 By Madhusudan Das

ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ

ଭୁବନ : ପୁଅ ଜନ୍ମ ନହେବାରୁ ମା’ ସହିତ ୫ ଝିଅଙ୍କୁ ଘରୁ ବାହାର କରିଦେଲା ବାପା । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କ ୫ଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ବାରମ୍ବାର ଅତ୍ୟାଚାର କରୁଥିଲା ସ୍ଵାମୀ । ପଞ୍ଚମ କନ୍ୟା ମାତ୍ର ୧୫ ଦିନର ହୋଇଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ସହିତ ପାଞ୍ଚ କନ୍ୟାକୁ ବାହାର କରିଦେଇଛି ବାପା ।

ମହିଳା ଜଣଙ୍କ କୌଣସି ଉପାୟ ନପାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ । ଆଜି ଖବର ପାଇ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ସହ ୫ ଝିଅଙ୍କୁ ଥଇଥାନ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର