ନିର୍ଯ୍ୟାତନା ସହି ନ ପାରି ଜୀବନ ହାରିବା ପରେ ବୋହୁକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକ, ସତ୍କାର କଲେ ମା’, ଭଉଣୀ

The Sakala Picture
Published On

ଗଞ୍ଜାମ: ଶଶୁର ଘର ନିର୍ଯ୍ୟାତନା ସହି ନପାରି ବିଷ ପଇଲେ ମହିଳା । ମଶାଣିକୁ ନେବାକୁ କାନ୍ଧ ଦେଲେନି ଶଶୁର ଘର ପରିବାର ଲୋକ କି ଗ୍ରାମବାସୀ । କାନ୍ଧରେ ମଶାଣୀକୁ ନେଲେ ମା ଓ ଭଓଣୀ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡିଆ ଆଲପୁର ଗ୍ରାମରେ । ଏପରି କ୍ରୂର ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଗୁହାରୀ କରିଛନ୍ତି […]

ଗଞ୍ଜାମ: ଶଶୁର ଘର ନିର୍ଯ୍ୟାତନା ସହି ନପାରି ବିଷ ପଇଲେ ମହିଳା । ମଶାଣିକୁ ନେବାକୁ କାନ୍ଧ ଦେଲେନି ଶଶୁର ଘର ପରିବାର ଲୋକ କି ଗ୍ରାମବାସୀ । କାନ୍ଧରେ ମଶାଣୀକୁ ନେଲେ ମା ଓ ଭଓଣୀ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡିଆ ଆଲପୁର ଗ୍ରାମରେ । ଏପରି କ୍ରୂର ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଗୁହାରୀ କରିଛନ୍ତି ମୃତା ମହିଳାଙ୍କ ମା’ ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସୂଚନା ଅନୁସାରେ, ଖଲ୍ଲିକୋଟ ବ୍ଲକ ପାରିନୂଆ ଗାଁର ନିଳା ସାହୁ ଓଡିଆ ଆଲପୁର ଗ୍ରାମର ହରଷ ସାହୁଙ୍କୁ ବିବାହ କରିଥିଲେ । ହରଷ ଜଣେ ଦାଦନ ଶ୍ରମିକ ହୋଇଥିବା ବେଳେ ସେ ଚେନ୍ନାଇରେ ରୁହନ୍ତି । ଏହାର ସୁଯୋଗ ନେଇ ହରଷଙ୍କ ପରିବାର ବିଭିନ୍ନ ଆଳ ଦେଖାଇ ନିଳାଙ୍କୁ ନିର୍ଯାତନା ଦେବା ସହ ହରଷକୁ ନିଳାଙ୍କ ପାଖକୁ ଟଙ୍କା ପଠାଇବାକୁ ମନାକରି ଥିଲେ । ଯାହା ଫଳରେ ଦୁଇ ପୁଅକୁ ନେଇ ସଂସାର ଚଳାଇବା କଷ୍ଟ ସାଧ୍ୟ ହେବାରୁ ବିଷ ପିଇଦେଇଥିଲେ ବୋହୁ ନିଳା । ତେବେ ନିଳା ବିଷ ପିଇବା ପରେ ଘରେ ପଡି ଛଟପଟ ହେଉଥିଲେ ମଧ୍ୟ ଶଶୁର ଘର ଲୋକ ତାଙ୍କୁ ମେଡିକାଲ ନେଇ ନଥିଲେ । ଖବର ପାଇ ଦୀର୍ଘ ସମୟ ପରେ ବାପ ଘର ପରିବାର ଲୋକ ଆସିବାରୁ ତାଙ୍କୁ ମେଡିକାଲ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଓ ବ୍ୟବଛଦ ପାଇଁ ପଠାଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏନେଇ ତାଙ୍କ ମା ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି । ତେବେ ଶବ ବ୍ୟବଛେଦ ହୋଇ ଆସିବା ପରେ ଶବ ଦାହ କରିବାକୁ ନେବା ପାଇଁ ନା ଶଶୁର ଘର ପରିବାର ଲୋକ ବାହାରିଥିଲେ ନା ଗ୍ରାମବାସୀ । ଗାଁରେ ଦୀର୍ଘ ୪ ଘଂଟା ଶବ ପଡି ରହିବା ପରେ ବାଧ୍ୟ ହୋଇ ନିଳାଙ୍କ ମା ଓ ଭଉଣୀ କାନ୍ଧରେ ଶବ ସତ୍କାର କରିବା ପାଇଁ ମଶାଣିକୁ ନେଇଥିଲେ । ଯାହା ଏବେ ଖଲ୍ଲିକୋଟ ଅଂଚଳରେ ଚର୍ଚାର ବିଷୟ ହୋଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

24 Sep 2022 By The Sakala

ନିର୍ଯ୍ୟାତନା ସହି ନ ପାରି ଜୀବନ ହାରିବା ପରେ ବୋହୁକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକ, ସତ୍କାର କଲେ ମା’, ଭଉଣୀ

ଗଞ୍ଜାମ: ଶଶୁର ଘର ନିର୍ଯ୍ୟାତନା ସହି ନପାରି ବିଷ ପଇଲେ ମହିଳା । ମଶାଣିକୁ ନେବାକୁ କାନ୍ଧ ଦେଲେନି ଶଶୁର ଘର ପରିବାର ଲୋକ କି ଗ୍ରାମବାସୀ । କାନ୍ଧରେ ମଶାଣୀକୁ ନେଲେ ମା ଓ ଭଓଣୀ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡିଆ ଆଲପୁର ଗ୍ରାମରେ । ଏପରି କ୍ରୂର ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଗୁହାରୀ କରିଛନ୍ତି ମୃତା ମହିଳାଙ୍କ ମା’ ।

ସୂଚନା ଅନୁସାରେ, ଖଲ୍ଲିକୋଟ ବ୍ଲକ ପାରିନୂଆ ଗାଁର ନିଳା ସାହୁ ଓଡିଆ ଆଲପୁର ଗ୍ରାମର ହରଷ ସାହୁଙ୍କୁ ବିବାହ କରିଥିଲେ । ହରଷ ଜଣେ ଦାଦନ ଶ୍ରମିକ ହୋଇଥିବା ବେଳେ ସେ ଚେନ୍ନାଇରେ ରୁହନ୍ତି । ଏହାର ସୁଯୋଗ ନେଇ ହରଷଙ୍କ ପରିବାର ବିଭିନ୍ନ ଆଳ ଦେଖାଇ ନିଳାଙ୍କୁ ନିର୍ଯାତନା ଦେବା ସହ ହରଷକୁ ନିଳାଙ୍କ ପାଖକୁ ଟଙ୍କା ପଠାଇବାକୁ ମନାକରି ଥିଲେ । ଯାହା ଫଳରେ ଦୁଇ ପୁଅକୁ ନେଇ ସଂସାର ଚଳାଇବା କଷ୍ଟ ସାଧ୍ୟ ହେବାରୁ ବିଷ ପିଇଦେଇଥିଲେ ବୋହୁ ନିଳା । ତେବେ ନିଳା ବିଷ ପିଇବା ପରେ ଘରେ ପଡି ଛଟପଟ ହେଉଥିଲେ ମଧ୍ୟ ଶଶୁର ଘର ଲୋକ ତାଙ୍କୁ ମେଡିକାଲ ନେଇ ନଥିଲେ । ଖବର ପାଇ ଦୀର୍ଘ ସମୟ ପରେ ବାପ ଘର ପରିବାର ଲୋକ ଆସିବାରୁ ତାଙ୍କୁ ମେଡିକାଲ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଓ ବ୍ୟବଛଦ ପାଇଁ ପଠାଇଥିଲେ ।

ଏନେଇ ତାଙ୍କ ମା ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି । ତେବେ ଶବ ବ୍ୟବଛେଦ ହୋଇ ଆସିବା ପରେ ଶବ ଦାହ କରିବାକୁ ନେବା ପାଇଁ ନା ଶଶୁର ଘର ପରିବାର ଲୋକ ବାହାରିଥିଲେ ନା ଗ୍ରାମବାସୀ । ଗାଁରେ ଦୀର୍ଘ ୪ ଘଂଟା ଶବ ପଡି ରହିବା ପରେ ବାଧ୍ୟ ହୋଇ ନିଳାଙ୍କ ମା ଓ ଭଉଣୀ କାନ୍ଧରେ ଶବ ସତ୍କାର କରିବା ପାଇଁ ମଶାଣିକୁ ନେଇଥିଲେ । ଯାହା ଏବେ ଖଲ୍ଲିକୋଟ ଅଂଚଳରେ ଚର୍ଚାର ବିଷୟ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର