ନାବାଳିକାକୁ ଅକଥନୀୟ ନିର୍ଯାତନା ଦେଇ ସାବତ ମାଆ ଓ ବାପା ଗିରଫ

The Sakala Picture
Published On

ବାଲିପାଟଣା : ବାରହଳ ଗ୍ରାମରେ ନାବାଳିକାକୁ ବାପା ଅକଥନୀୟ ନିର୍ଯାତନା ଦେବା ନେଇ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ। ଏ ନେଇ କେସ ନମ୍ବର -୧୬୮ରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ […]

ବାଲିପାଟଣା : ବାରହଳ ଗ୍ରାମରେ ନାବାଳିକାକୁ ବାପା ଅକଥନୀୟ ନିର୍ଯାତନା ଦେବା ନେଇ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ। ଏ ନେଇ କେସ ନମ୍ବର -୧୬୮ରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ବାପା ସହ ସାବତ ମାଆଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସୂଚନା ଅନୁସାରେ, ବାରହଳ ଗ୍ରାମର ବେଲାଲ୍‍ ଖାନ୍‍ ପିପିଲିର ରିଜୁଆନ୍‍ ପୱିନ୍‍କୁ ୨୦୧୩ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଶାଶୁଘର ଲୋକଙ୍କ ନିର୍ଯାତନାରେ ବିବାହର ଦେଢବର୍ଷ ପରେ ରିଜୁଆନ୍‍ ବାପ ଘରକୁ ଚାଲିଯାଇଥିଲେ। ପରେ ୨୦୨୦ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରବର୍ତ୍ତୀ ସମୟରେ ବେଲାଲ ଆଉଏକ ବିବାହ କରିଥିଲେ। କିନ୍ତୁ ତାଙ୍କର ପ୍ରଥମ ପତ୍ନୀର ନାବାଳିକା ଝିଅ ତାଙ୍କ ପାଖରେ ରହିଯାଇଥିଲା। ନିଜର ପ୍ରଥମ ପତ୍ନୀର ଝିଅକୁ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ ବେଲାଲ। ନାବାଳିକାକୁ ତତଲା ଲୁହା ରଡ୍‍ରେ ଚେଙ୍କ ଦେବା, ଗରମ ପେଜରେ ହାତ ବୁଡ଼ାଇବା, ଘରେ ବାନ୍ଧି ପକାଇବା, ମାଡ଼ ମାରିବା ଭଳି ଲୋମଟାଙ୍କୁରା ଅତ୍ୟାଚାର କରିଆସୁଥିଲେ ସାବତ ମାଆ, ବାପା ଏବଂ ତାର ପରିବାର ଲୋକ। ଖାଇବାକୁ ପିଇବାକୁ ନ ଦେବାରୁ ସାତ ବର୍ଷର ନାବାଳିକାର ଓଜନ ମାତ୍ର ସାତ କିଲୋଗ୍ରାମ ରହିଛି ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଖବର ପାଇ ରିଜୁଆନ୍‍ ସ୍ୱେଚ୍ଛାସେବୀ ନାବାଳିକାକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଚାଇଲ୍ଡ ଲାଇନ୍‍ ନିର୍ଦ୍ଦେଶକ ବେଣୁଧର ସେନାପତି, ସଂଯୋଜିକା ରୁଲିନା ପାତ୍ର ଏହି ଘଟଣାକୁ ଭୁବନେଶ୍ୱର ଡିସିପି, ଚେୟାରପରସନ୍‍ ଓଏସ୍‍ସିପିସିଆର, ଡିସିପିଓ, ଖୋର୍ଦ୍ଧା, ଚାଇଲ୍ଡ ୱେଲ୍‍ଫେୟାର କମିଟି, ଖୋର୍ଦ୍ଧାଙ୍କ ଦୃଷ୍ଟି ଆକର୍ଷଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‍ କରିଛନ୍ତି। ଏ ବାବଦରେ ଚାଇଲ୍ଡଲାଇନ୍‍ର ବେଣୁଧର ସେନାପତି କହିଛନ୍ତି ଏହାକୁ ମିଶାଇ ଏଭଳି ଘଟଣା ୩ ଥର ଦେଖିବାକୁ ମିଳିଛି। ରୁଗ୍‍ଣ ମାନସିକତା ଯୋଗୁଁ ବାପା ମା’ ପିଲାକୁ ଏଭଳି ଅତ୍ୟାଚାର କରୁଥିବା ବେଳେ ଆଉ କିଛି ସମୟରେ ପାରିପାରିବ କଳହ ବି ଦାୟୀ ହୋଇଥାଏ। ହେଲେ ଏତେ ଛୋଟ ପିଲାକୁ ଶିକୁଳିରେ ବାନ୍ଧି ଦୀର୍ଘଦିନ ଧରି ନିର୍ଯାତନା ଦେବା ଏକ ରୁଗ୍‍ଣ ମାନସିକତାର ଲକ୍ଷଣ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

09 Jul 2021 By The Sakala

ନାବାଳିକାକୁ ଅକଥନୀୟ ନିର୍ଯାତନା ଦେଇ ସାବତ ମାଆ ଓ ବାପା ଗିରଫ

ବାଲିପାଟଣା : ବାରହଳ ଗ୍ରାମରେ ନାବାଳିକାକୁ ବାପା ଅକଥନୀୟ ନିର୍ଯାତନା ଦେବା ନେଇ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ। ଏ ନେଇ କେସ ନମ୍ବର -୧୬୮ରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ବାପା ସହ ସାବତ ମାଆଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ବାରହଳ ଗ୍ରାମର ବେଲାଲ୍‍ ଖାନ୍‍ ପିପିଲିର ରିଜୁଆନ୍‍ ପୱିନ୍‍କୁ ୨୦୧୩ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଶାଶୁଘର ଲୋକଙ୍କ ନିର୍ଯାତନାରେ ବିବାହର ଦେଢବର୍ଷ ପରେ ରିଜୁଆନ୍‍ ବାପ ଘରକୁ ଚାଲିଯାଇଥିଲେ। ପରେ ୨୦୨୦ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରବର୍ତ୍ତୀ ସମୟରେ ବେଲାଲ ଆଉଏକ ବିବାହ କରିଥିଲେ। କିନ୍ତୁ ତାଙ୍କର ପ୍ରଥମ ପତ୍ନୀର ନାବାଳିକା ଝିଅ ତାଙ୍କ ପାଖରେ ରହିଯାଇଥିଲା। ନିଜର ପ୍ରଥମ ପତ୍ନୀର ଝିଅକୁ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ ବେଲାଲ। ନାବାଳିକାକୁ ତତଲା ଲୁହା ରଡ୍‍ରେ ଚେଙ୍କ ଦେବା, ଗରମ ପେଜରେ ହାତ ବୁଡ଼ାଇବା, ଘରେ ବାନ୍ଧି ପକାଇବା, ମାଡ଼ ମାରିବା ଭଳି ଲୋମଟାଙ୍କୁରା ଅତ୍ୟାଚାର କରିଆସୁଥିଲେ ସାବତ ମାଆ, ବାପା ଏବଂ ତାର ପରିବାର ଲୋକ। ଖାଇବାକୁ ପିଇବାକୁ ନ ଦେବାରୁ ସାତ ବର୍ଷର ନାବାଳିକାର ଓଜନ ମାତ୍ର ସାତ କିଲୋଗ୍ରାମ ରହିଛି ବୋଲି ଅଭିଯୋଗ ହୋଇଛି।

ଖବର ପାଇ ରିଜୁଆନ୍‍ ସ୍ୱେଚ୍ଛାସେବୀ ନାବାଳିକାକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଚାଇଲ୍ଡ ଲାଇନ୍‍ ନିର୍ଦ୍ଦେଶକ ବେଣୁଧର ସେନାପତି, ସଂଯୋଜିକା ରୁଲିନା ପାତ୍ର ଏହି ଘଟଣାକୁ ଭୁବନେଶ୍ୱର ଡିସିପି, ଚେୟାରପରସନ୍‍ ଓଏସ୍‍ସିପିସିଆର, ଡିସିପିଓ, ଖୋର୍ଦ୍ଧା, ଚାଇଲ୍ଡ ୱେଲ୍‍ଫେୟାର କମିଟି, ଖୋର୍ଦ୍ଧାଙ୍କ ଦୃଷ୍ଟି ଆକର୍ଷଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‍ କରିଛନ୍ତି। ଏ ବାବଦରେ ଚାଇଲ୍ଡଲାଇନ୍‍ର ବେଣୁଧର ସେନାପତି କହିଛନ୍ତି ଏହାକୁ ମିଶାଇ ଏଭଳି ଘଟଣା ୩ ଥର ଦେଖିବାକୁ ମିଳିଛି। ରୁଗ୍‍ଣ ମାନସିକତା ଯୋଗୁଁ ବାପା ମା’ ପିଲାକୁ ଏଭଳି ଅତ୍ୟାଚାର କରୁଥିବା ବେଳେ ଆଉ କିଛି ସମୟରେ ପାରିପାରିବ କଳହ ବି ଦାୟୀ ହୋଇଥାଏ। ହେଲେ ଏତେ ଛୋଟ ପିଲାକୁ ଶିକୁଳିରେ ବାନ୍ଧି ଦୀର୍ଘଦିନ ଧରି ନିର୍ଯାତନା ଦେବା ଏକ ରୁଗ୍‍ଣ ମାନସିକତାର ଲକ୍ଷଣ ବୋଲି ସେ କହିଛନ୍ତି ।

https://www.thesakala.in/latest-odisha-news/father-and-step-mother-arrested-for-brutally-tortured-a-minor-girl/article-3602
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର