ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା; ହଜାର ହଜାର ଏକର ଜମି ଜଳମଗ୍ନ, ବିଲରେ ବତୁରୁଛି ବର୍ଷକର ପରିଶ୍ରମ

The Sakala Picture
Published On

ଭୁବନେଶ୍ୱର: ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା । ଆଷାଢ଼ରେ ନିଅଣ୍ଟିଆ ବର୍ଷା ପରେ ପୁଷ ମାସରେ ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଯାଇଛି। ବର୍ଷଯାକର ପରିଶ୍ରମ, ଦାନାପାଣି ବିଲରେ ଭାସୁଥିବା ବେଳେ କ୍ଷତିର ପରିମାଣ ଅକଳନୀୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ନିକଟରେ ବାତ୍ୟା ଦାନାର ପ୍ରଭାବରୁ ଚାଷୀ ଅଣ୍ଟା ସଳଖି ନ ଥିବା ବେଳେ ଅବପାତ ଜନିତ ବର୍ଷା ଚାଷୀଙ୍କ ପାଇଁ କ୍ଷତିକୁ ବହୁଗୁଣା କରିଛି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଉତ୍ତର […]

ଭୁବନେଶ୍ୱର: ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା । ଆଷାଢ଼ରେ ନିଅଣ୍ଟିଆ ବର୍ଷା ପରେ ପୁଷ ମାସରେ ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଯାଇଛି। ବର୍ଷଯାକର ପରିଶ୍ରମ, ଦାନାପାଣି ବିଲରେ ଭାସୁଥିବା ବେଳେ କ୍ଷତିର ପରିମାଣ ଅକଳନୀୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ନିକଟରେ ବାତ୍ୟା ଦାନାର ପ୍ରଭାବରୁ ଚାଷୀ ଅଣ୍ଟା ସଳଖି ନ ଥିବା ବେଳେ ଅବପାତ ଜନିତ ବର୍ଷା ଚାଷୀଙ୍କ ପାଇଁ କ୍ଷତିକୁ ବହୁଗୁଣା କରିଛି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନ ଥିବା ବେଳେ ଚାଷୀଙ୍କ ଧାନ ବିଲରେ ପଡ଼ିଛି। କ୍ଷେତ ମଝିରେ ବତୁରା ଧାନକୁ ଦେଖି ଚାଷୀ ମନ କାନ୍ଦୁଥିବା ବେଳେ ଚାଷ ପାଇଁ କରିଥିବା ଧାର, କରଜ ଏବେ କେମିତି ଶୁଝାଯିବ ସେନେଇ ଚାଷୀଟିଏ କୂଳ କିନାରା ପାଉନାହିଁ। ନେଇ ୨ ଦିନ ଧରି ଧାନ ବିଲରେ ଭିଜୁଥିବା ବେଳେ ଧାନ ଗଜା ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସେହିପରି ଅଧିକାଂଶ ଧାନର ମୂଳ ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ। ଏପରିସ୍ଥଳେ ଆମେ ଏଫଏକ୍ୟୁ ମାନ କେମିତି ପୂରଣ କରିବୁ, ଆମକୁ କଣ ଏ ସରକାର ୩୧୦୦ ଟଙ୍କା ଦେବ ବୋଲି ଆକୁଳତାର ସହ ପ୍ରଶ୍ନ କରୁଛନ୍ତି ଚାଷୀ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିବା ବେଳେ ପରିବାଠାରୁ ଆରମ୍ଭ କରି ଚିନାବାଦମ ବିଶେଷକରି ଧାନଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, କଟକ, ନୟାଗଡ, ଗଞ୍ଜାମ, ପୁରୀଠାରୁ ଆରମ୍ଭ କରି କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା ପରି ଜିଲ୍ଲାଗୁଡ଼ିକରେ ବର୍ଷା ବିତ୍ପାତ ରଚିଛି। ହଜାର ହଜାର ଏକର ଜମିରେ ଧାନ ବର୍ଷା ପାଣିରେ ଭିଜୁଥିବା ବେଳେ ଫସଲ ନଷ୍ଟ ଦେଖି ଚାଷୀ ମନରେ କୋହ ବୋଲ ମାନୁନାହିଁ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ବାତ୍ୟା ଦାନା ଯୋଗୁଁ ଧାନଚାଷରେ ଅନେକ କ୍ଷତି ସହିଲୁ। ଯାହା ମୂଳେ ମୂଳେ ଚାଷ ଖର୍ଚ୍ଚ ଉଠାଇବାକୁ ଯୋଜନା କରିଥିଲୁ, ଏବର ଲଗାଣ ବର୍ଷା ସବୁକିଛି ସାରିଦେଲା। ବିଲରେ ଧାନ କେଣ୍ଡା ଭିଜୁଥିବା ବେଳେ ଏହା ଗଜା ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ଧାନରେ ଆଦ୍ରର୍ତା ନଥିଲେ ଏହା ଏଫଏକ୍ୟୁ ମାନଦଣ୍ଡ ପୂରଣ କରିବ ନାହିଁ ବୋଲି ସରକାର ସଫାସଫା କହିଥିବା ବେଳେ ଭିଜା ଧାନରେ ଆଦ୍ରର୍ତା କେମିତି ରହିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଯଦି ଆଉ ଗୋଟିଏ ଦିନ ବର୍ଷା ହୁଏ, ତାହେଲେ ଚାଷର ୨୫ ପ୍ରତିଶତ ଅମଳ ମଧ୍ୟ କରିପାରିବୁ ନାହିଁ ବୋଲି ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ଏଫଏକ୍ୟୁ ମାନ ବର୍ତ୍ତମାନ ଚାଷୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ଏନେଇ ସରକାର ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଅପରପକ୍ଷେ ଏନେଇ ପ୍ରତିକ୍ରିୟା ରଖି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ ଖରାରେ ଧାନ ଶୁଖିଲା ପରେ ଗ୍ରହଣ କରାଯିବ। ମଣ୍ଡି ଆସନ୍ତା ଫେବ୍ରୁଆରୀ ଯାଏଁ ଖୋଲାଅଛି। ବ୍ୟସ୍ତ ହେବାର ନାହିଁ। ୨-୪ଟା ଖରା ହେଲେ ଧାନ ଶୁଖିଯିବ ବୋଲି ସେ କହିଛନ୍ତି। ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଲଗାଣ ବର୍ଷା ଏବଂ କୋହଲା ପାଗ କାରଣରୁ ରାଜ୍ୟରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ନଷ୍ଟ ହେଲାଣି। ବିଲରେ ଏବଂ ମାର୍କେଟୟାଡରେ ଚାଷୀଙ୍କ ଧାନ ଭିଜୁଛି। ସେହିପରି ଯାହା ପାଖରେ ଧାନ ଅଛି ତାହା ପାଖରେ ଟୋକନ ନାହିଁ, ଯାହା ପାଖରେ ଟୋକନ ଅଛି ତା ଧାନ ବିଲରେ ପଡ଼ିଛି। ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ ଚାଲିଛି। ପୂର୍ବାପେକ୍ଷା ଅଧିକ କଟନୀ ଛଟନୀ ହେଉଛି। ଅନେକ ଧାନ ଟ୍ରକ୍‌ ମଣ୍ଡିକୁ ନଯାଇ, ମିଲ ମାଲିକଙ୍କ ପାଖକୁ ସାମଗ୍ରିକ ଭାବରେ ରାଜ୍ୟ ସରକାର ଏକ ଲୋଭନୀୟ ଘୋଷଣା କରିଥିବା ବେଳେ ଚାଷୀ କିନ୍ତୁ ଅଧିକ କ୍ଷତି ସହିଲେଣି। ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ଏବଂ ଚାଷୀଙ୍କୁ ମରଣ ମୁହଁରୁ ରକ୍ଷା କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ବର୍ଷାରେ ହଜାର ହଜାର ଏକର ଜମିରେ ଧାନ ନଷ୍ଟ ହୋଇଗଲାଣି। କୋଉଠି ବି ମଣ୍ଡି ବ୍ୟବସ୍ଥା ନାହିଁ। ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ ଚାଲିଛି। ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି। କେଉଁଠି ବି ଗୋଦାମ ବ୍ୟବସ୍ଥା ନାହିଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର