ଆରପାରିରେ ‘ଶଲାବୁଢ଼ା’ ଅଟଳ ବିହାରୀ ପଣ୍ଡା, ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ପରଲୋକ

The Sakala Picture
Published On

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାର ମେଡିକାଲରେରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢାର ବଦଲାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ବିୟୋଗ […]

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାର ମେଡିକାଲରେରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢାର ବଦଲାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ବିୟୋଗ ହୋଇଛ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ୮୩ ବର୍ଷ ବୟସରେ ସେ ନିଜର ଡେବ୍ୟୁ ଫିଲ୍ମ ‘ଶଲା ବୁଢା଼’ରେ ଅଭିନୟ କରିଥିଲେ । ଶଲା ବୁଢ଼ା ଚଳଚ୍ଚିତ୍ର ପାଇଁ ସେ ଜାତୀୟ ପୁରସ୍କାର ସହିତ ୨୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଏବଂ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଆଦିମ ବିଚାର ପାଇଁ ୨୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ପାଇଥିଲେ । ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଉଁଟିଥିବା ଶଲା ବୁଢ଼ା ସିନେମା କେବଳ ଯେ ଜଣେ ନିଚ୍ଛକ ଗାଉଁଲି ବୁଢ଼ାର ବଦଲାକୁ ନେଇ ନିର୍ମିତ ତାହା ନୁହେଁ। ଜଣେ ନିଷ୍କପଟ, ସରଳ ହୃଦୟର ବର୍ଣ୍ଣନା ମଧ୍ୟ, ଯାହାକୁ ଫିଲ୍ମ ଆକାରରେ ବାସ୍ତବ ଦୁନିଆକୁ ଅଣାଯାଇଥିଲା । ତାଙ୍କ ମୃତ୍ୟୁରେ ଅଭିନୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

05 Jun 2021 By The Sakala

ଆରପାରିରେ ‘ଶଲାବୁଢ଼ା’ ଅଟଳ ବିହାରୀ ପଣ୍ଡା, ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ପରଲୋକ

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାର ମେଡିକାଲରେରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢାର ବଦଲାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ବିୟୋଗ ହୋଇଛ ବୋଲି ସୂଚନା ମିଳିଛି।

୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ୮୩ ବର୍ଷ ବୟସରେ ସେ ନିଜର ଡେବ୍ୟୁ ଫିଲ୍ମ ‘ଶଲା ବୁଢା଼’ରେ ଅଭିନୟ କରିଥିଲେ । ଶଲା ବୁଢ଼ା ଚଳଚ୍ଚିତ୍ର ପାଇଁ ସେ ଜାତୀୟ ପୁରସ୍କାର ସହିତ ୨୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଏବଂ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଆଦିମ ବିଚାର ପାଇଁ ୨୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ପାଇଥିଲେ । ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଉଁଟିଥିବା ଶଲା ବୁଢ଼ା ସିନେମା କେବଳ ଯେ ଜଣେ ନିଚ୍ଛକ ଗାଉଁଲି ବୁଢ଼ାର ବଦଲାକୁ ନେଇ ନିର୍ମିତ ତାହା ନୁହେଁ। ଜଣେ ନିଷ୍କପଟ, ସରଳ ହୃଦୟର ବର୍ଣ୍ଣନା ମଧ୍ୟ, ଯାହାକୁ ଫିଲ୍ମ ଆକାରରେ ବାସ୍ତବ ଦୁନିଆକୁ ଅଣାଯାଇଥିଲା । ତାଙ୍କ ମୃତ୍ୟୁରେ ଅଭିନୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର