ଆଉ ଜଣେ ନକଲି ଡାକ୍ତର ଗିରଫ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଠକି ନେଇଥିଲେ ୨୨ ଲକ୍ଷ ଟଙ୍କା

Madhusudan Das Picture
Published On

ଭୁବନେଶ୍ୱର: ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ  ଗିରଫ ଅଭିଯୁକ୍ତ ରଞ୍ଜୀବ କୁମାର ପ୍ରଧାନ । ୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା SBIରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆଁ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା । ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ବୈଷୟିକ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ମୋବାଇଲ ନମ୍ବର ସମାନ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ରୁ ଚାଲୁଥିଲା ଏବଂ ସମାନ ବ୍ୟକ୍ତିଙ୍କ ସହିତ ସଂପୃକ୍ତ ଥିଲା । ସିଡିଆର/ ଏସ୍‌ଡିଆର ବିଶ୍ଳେଷଣ ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚରୁ ପୁଲିସ ସ୍ପଷ୍ଟ ହୋଇଥିଲା କି ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନ ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ଠକିବା ପାଇଁ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ ଓ ତୁଷାର ପ୍ରଧାନ ବୋଲି ପରିଚୟ ଦେଇଥିଲେ । ତେଣୁ ପୁଲିସ ଏହି ଠକେଇ ମାମଲାରେ ରଞ୍ଜିବଙ୍କୁ ଉଠାଇ ଆଣିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

15 Jan 2026 By Madhusudan Das

ଆଉ ଜଣେ ନକଲି ଡାକ୍ତର ଗିରଫ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଠକି ନେଇଥିଲେ ୨୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ  ଗିରଫ ଅଭିଯୁକ୍ତ ରଞ୍ଜୀବ କୁମାର ପ୍ରଧାନ । ୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା SBIରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆଁ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା । ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି ।

ବୈଷୟିକ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ମୋବାଇଲ ନମ୍ବର ସମାନ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ରୁ ଚାଲୁଥିଲା ଏବଂ ସମାନ ବ୍ୟକ୍ତିଙ୍କ ସହିତ ସଂପୃକ୍ତ ଥିଲା । ସିଡିଆର/ ଏସ୍‌ଡିଆର ବିଶ୍ଳେଷଣ ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚରୁ ପୁଲିସ ସ୍ପଷ୍ଟ ହୋଇଥିଲା କି ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନ ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ଠକିବା ପାଇଁ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ ଓ ତୁଷାର ପ୍ରଧାନ ବୋଲି ପରିଚୟ ଦେଇଥିଲେ । ତେଣୁ ପୁଲିସ ଏହି ଠକେଇ ମାମଲାରେ ରଞ୍ଜିବଙ୍କୁ ଉଠାଇ ଆଣିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର