ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର ! ୬ ଆଶାୟୀ ନାଁରେ ଅଭିଯୋଗ

The Sakala Picture
Published On

ସମ୍ବଲପୁର: ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର । ଟାଉନଥାନାରେ ୬ ଜଣ ଆଶାୟୀଙ୍କ ନାଁରେ ଅଭିଯୋଗ । ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ଅଭିଯୋଗ ଆଧାରରେ ମାମଲା । ମାମଲା ରୁଜୁ କରି ଟାଉନଥାନା ପୋଲିସର ଛାନଭିନ  ଆରମ୍ଭ । ସୂଚନା ଅନୁସାରେ, ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ହେଲେ ଏମିତି ୬ଜଣ ବିଭିନ୍ନ ଜିଲ୍ଲାରୁ ଆବେଦନ କରିଛନ୍ତି ଯେଉଁମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ […]

ସମ୍ବଲପୁର: ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର । ଟାଉନଥାନାରେ ୬ ଜଣ ଆଶାୟୀଙ୍କ ନାଁରେ ଅଭିଯୋଗ । ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ଅଭିଯୋଗ ଆଧାରରେ ମାମଲା । ମାମଲା ରୁଜୁ କରି ଟାଉନଥାନା ପୋଲିସର ଛାନଭିନ  ଆରମ୍ଭ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁସାରେ, ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ହେଲେ ଏମିତି ୬ଜଣ ବିଭିନ୍ନ ଜିଲ୍ଲାରୁ ଆବେଦନ କରିଛନ୍ତି ଯେଉଁମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି। ସେଠାରେ ସେମାନଙ୍କ ସାର୍ଟିଫିକେଟରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଛି। ଯାହା ସନ୍ଦେହ ହେବାରୁ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ଟାଉନ ଥାନାରେ ଏତଲା ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଅନ୍ୟପଟେ ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ଆଣି ନକଲି ସାର୍ଟିଫିକେଟର ଅସଲ ତଥ୍ୟ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ । ଗତକାଲି ବଲାଙ୍ଗିର ଜାଲ ସାର୍ଟିଫିକେଟ କାରବାରର ୪ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ସରିଥିବାବେଳେ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ଫେକ୍ ସାର୍ଟିଫିକେଟ କାରବାରର ଲିଙ୍କ୍ ସହିତ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା କ୍ରାଇମବ୍ରାଞ୍ଚ । ୪ଟି ମୂଲ୍ୟବାନ୍ ଜମି ଓ ୧୭ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ସହିତ ମନୋଜ ଓ ତା’ର ସ୍ତ୍ରୀ ପୂଜାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି । ମନୋଜ କେଉଁଠି କଳା ଟଙ୍କା ଲଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ I

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର