ବିଦେଶରୁ ଡାକ୍ତରୀ ପଢ଼ି ଭାରତରେ ଫେଲ୍‍: ଚାଇନା ଏମ୍‍ବିବିଏସ୍‍ ଡିଗ୍ରୀ ସବୁଠୁ ଦୁର୍ବଳ

The Sakala Picture
Published On

ଭୁବନେଶ୍ୱର: ବିଦେଶରୁ ଏମ୍‌ବିବିଏସ୍‌ ଡିଗ୍ରୀ ଧରି ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଏଠାରେ ଯୋଗ୍ୟତା ପରୀକ୍ଷାରେ ଫେଲ୍ ହେଉଛନ୍ତି। ମାତ୍ର ୮ରୁ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କାଉନସିଲ ଏମ୍‌ସିଆଇ କରୁଥିବା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହି ବିଫଳତାର ପରିସଂଖ୍ୟାନକୁ ଆହୁରି ସ୍ପଷ୍ଟ କରିଦେଇଛି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବୟାନ। ଏବେ ୟୁକ୍ରେନରୁ ଶହଶହ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଅସୁବିଧା ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନ […]

ଭୁବନେଶ୍ୱର: ବିଦେଶରୁ ଏମ୍‌ବିବିଏସ୍‌ ଡିଗ୍ରୀ ଧରି ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଏଠାରେ ଯୋଗ୍ୟତା ପରୀକ୍ଷାରେ ଫେଲ୍ ହେଉଛନ୍ତି। ମାତ୍ର ୮ରୁ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କାଉନସିଲ ଏମ୍‌ସିଆଇ କରୁଥିବା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହି ବିଫଳତାର ପରିସଂଖ୍ୟାନକୁ ଆହୁରି ସ୍ପଷ୍ଟ କରିଦେଇଛି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବୟାନ। ଏବେ ୟୁକ୍ରେନରୁ ଶହଶହ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଅସୁବିଧା ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନ ବିଦେଶ ଡାକ୍ତରୀ ପଢ଼ାର ଗୁଣବତ୍ତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇ ଦେଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ବର୍ଷ ବର୍ଷ ଧରି ବିଫଳତାର ଏ ରେକର୍ଡ ରହିଆସିଥିବା ବେଳେ ପିତାମାତାମାନେ କାହିଁକି ପିଲାମାନଙ୍କୁ ଡାକ୍ତରୀ ପଢ଼ାଇବା ପାଇଁ ବିଦେଶକୁ ପଠାଉଛନ୍ତି। ଯୋଗ୍ୟତା ପରୀକ୍ଷାରେ ବିଗତ ୫ ବର୍ଷରେ ମାତ୍ର ୧୪.୨୦ % ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ବିଦେଶରେ ଏମବିବିଏସ ପଢ଼ି ଭାରତ ଫେରୁଥିବା ଏମବିବିଏସ୍‍ ଡାକ୍ତରଙ୍କୁ ସିଧାସଳଖ ଚିକିତ୍ସା ତଥା ପ୍ରାକ୍ଟିସ୍‍(ଡାକ୍ତରୀ ଅଭ୍ୟାସ) ପାଇଁ ସୁଯୋଗ ମିଳି ନ ଥାଏ। ଏଥି ପାଇଁ ସେମାନଙ୍କୁ ଏନ୍‍ବିଇ (ନ୍ୟାସନାଲ୍‍ ବୋର୍ଡ଼ ଅଫ୍‍ ଏକଜାମିନେସନ୍‍) ଦ୍ୱାରା ଆୟୋଜିତ ଏଫ୍‍ଏମ୍‍ଜିଇ(ଫରେନ୍‍ ମେଡିକାଲ୍‍ ଗ୍ରାଜୁଏଟ୍‍ ଏକ୍‍ଜାମିନେସନ୍‍)ରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ। ତେବେ ବିଦେଶର ମେଡିକାଲ୍‍ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏମ୍‍ସିଆଇ(ମେଡିକାଲ୍‍ କାଉନସିଲ୍‍ ଅଫ୍‍ ଇଣ୍ଡିଆ) ଅନୁମୋଦିତ ହୋଇଥିବା ଶିକ୍ଷାନୁଷ୍ଠାନ ସହ ସମକକ୍ଷ ହୋଇଥିବା ଜରୁରୀ। ଏନ୍‍ବିଇ ତଥ୍ୟ କହୁଛି ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଚୀନ୍‍, ରୁଷ, ୟୁକ୍ରେନ, ଜର୍ଜିଆ, ଅରମେନିଆ, ନେପାଳ, ବାଂଲାଦେଶ, ପାକିସ୍ତାନ ଆଦି ଦେଶରୁ ୬୧ ହଜାର ୭୦୮ ଜଣ ଛାତ୍ରଛାତ୍ରୀ ଏମବିବିଏସ ଡିଗ୍ରି ହାସଲ କରି ଏଫ୍‍ଏମ୍‍ଜିଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୮ ହଜାର ୭୬୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚୀନରୁ ଏମବିବିଏସ ଅଧ୍ୟୟନ କରି ସର୍ବାଧିକ ୨୦,୩୧୪ ଜଣ ଏଫ୍‍ଏମ୍‍ଜିଇ ପରୀକ୍ଷା ଦେଇଥିବାବେଳେ ୨୩୭୦ ଜଣ ଅର୍ଥାତ୍‍ ୧୧.୬୭ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ରୁଷରେ ପାଠ ସାରି ଆସିଥିବା ୧୨.୯୧%, ୟୁକ୍ରେନର ୧୪.୮୭%, ନେପାଳ ୧୬.୮୨, ବାଂଲାଦେଶ ୨୭.୧୧%, ପାକିସ୍ତାନ ୨୯.୬୦ ପ୍ରତିଶତ ଛାତ୍ରଛାତ୍ରୀ ଏନ୍‍ବିଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରିପୋର୍ଟ ଦର୍ଶାଇଛି। ତେବେ ବ୍ରିଟେନ୍‍, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ ଆଦି ଦେଶରୁ ଏମବିବିଏସ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଫ୍‍ଏମ୍‍ଜିଇ ବାଧ୍ୟତାମୂଳକ ନୁହଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଅପରପକ୍ଷେ ବିଦେଶରୁ ଏମ୍‍ବିବିଏସ୍‍ ପଢ଼଼ି ଭାରତର ଦକ୍ଷତା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନୈରାଶ୍ୟ ପ୍ରଦର୍ଶନ ବିଦେଶର ଶିକ୍ଷାର ଗୁଣାତ୍ମକମାନ ପ୍ରତି ଆଙ୍ଗୁଠି ଉଠାଇଛି। ହାରାହାରି ଭାବେ ଜଣେ ଡାକ୍ତରୀ ଛାତ୍ର ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ସାରି ଅଭିଭାବକମାନେ ପିଲାଙ୍କୁ ବିଦେଶରେ ଡାକ୍ତରୀ ପଢ଼଼ାଉଛନ୍ତି। ହେଲେ ପଢ଼଼ା ଶେଷ ହେବା ପରେ ଡାକ୍ତରୀ ଅଭ୍ୟାସ(ମେଡିକାଲ ପ୍ରକ୍ଟିସ୍‍) ପାଇଁ ପ୍ରବେଶିକାରେ କୃତକାର୍ଯ୍ୟ ହୋଇ ପାରୁ ନାହାନ୍ତି। ଏ ସମ୍ପର୍କରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର କହନ୍ତି, ଏଫ୍‍ଏମ୍‍ଜିଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ବିଦେଶୀ ଡାକ୍ତରୀ ପ୍ରତିଷ୍ଠାନ ତଥା ଶିକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ କଥା। ହୁଏତ ବିଦେଶରେ ଡାକ୍ତରୀ ଶିକ୍ଷା ଗୁଣାତ୍ମକ ହୋଇ ନପାରେ। ସେହିପରି ଚୀନ୍‍, ରୁଷ, ୟୁକ୍ରେନ ଆଦି ରାଷ୍ଟ୍ର ସେମାନଙ୍କ ଆଞ୍ଚଳିକ ଭାଷାରେ ପିଲାଙ୍କୁ ପାଠପଢ଼଼ାନ୍ତି। ଶିକ୍ଷା ଆହରଣରେ ଭାଷା ମଧ୍ୟ ଏକ ସମସ୍ୟା ହୋଇଥାଇ ପାରେ। ସେହିପରି ଡା. ହରିଶ ଚୌଧୁରୀ କହନ୍ତି, ବିଦେଶରେ ଏମ୍‍ବିବିଏସ୍‍ ଅଧ୍ୟୟନ କରିବା ଖର୍ଚ୍ଚ ଭାରତ ତୂଳନାରେ ଯଥେଷ୍ଟ କମ୍‍। ପ୍ରତିବର୍ଷ ୧୬ ଲକ୍ଷ ପିଲା ନିଟ୍‍ ପରୀକ୍ଷା ଦେଉଥିବାବେଳେ ୮ ଲକ୍ଷ କୃତକାର୍ଯ୍ୟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧ଲକ୍ଷ ପିଲାଙ୍କୁ ସିଟ୍‍ ମିଳୁଛି। ବଳକା ପିଲା ବିଦେଶରେ ଡାକ୍ତରୀ ପଢ଼଼ିବାକୁ ପସନ୍ଦ କରୁଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ହେଉଛି ମାତ୍ର ୭ରୁ ୮ ପ୍ରତିଶତ ପିଲା ଏଫ୍‍ଏମ୍‍ଜିଇରେ କୃତକାର୍ଯ୍ୟ ହେଉଛନ୍ତି। ବିଦେଶରେ ମେଡିକାଲ୍‍ ଶିକ୍ଷା ଗୁଣାତ୍ମକ ହେଉନି। ସୂଚନାଥାଉକି ୟୁକ୍ରେନ ଓ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତିକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଏଠାରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ଭାରତୀୟ କିପରି ସୁରକ୍ଷିତ ସ୍ୱଦେଶ ଫେରିବେ ଭାରତୀୟ ଦୂତାବାସ ବିଦେଶରେ ନିରନ୍ତର ପ୍ରକ୍ରିୟା ଜାରି ରଖିଛି। ଏହାରି ଭିତରେ ମଙ୍ଗଳବାର ଦିନ ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ନିଜର ପ୍ରାଣ ହରାଇଛନ୍ତି। ବିଦେଶରେ ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ମେଡିକାଲ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶତାଧିକ ଓଡ଼ିଆ ମଧ୍ୟ ରହିଛନ୍ତି। ପ୍ରତିବର୍ଷ ୟୁକ୍ରେନ୍‍ ଭଳି ବିଭିନ୍ନ ଦେଶରୁ ଲକ୍ଷାଧିକ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼଼ି ସ୍ୱଦେଶ ଫେରୁଥିବାବେଳେ ଭାରତରେ ସେମାନଙ୍କ ଶୈକ୍ଷିକ ଦକ୍ଷତାର ଚିତ୍ର ବିଦେଶୀ ଶିକ୍ଷାର ବାସ୍ତବତାକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର