ଡିପ୍ଲୋମା ନାମଲେଖା ପାଇଁ ବୃଦ୍ଧି ପାଇଲା ଆବେଦନ ଅବଧି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ପଲିଟେକନିକ୍‌‌ କଲେଜରେ ଡିପ୍ଲୋମା ନାମଲେଖା ପାଇଁ (ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ପକ୍ଷରୁ ଆବେଦନ ତାରିଖରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନ ପ୍ରକ୍ରିୟା ଲାଟେରାଲ୍‌‌ ବର୍ଗର ପିଲାଙ୍କ ପାଇଁ ଜୁଲାଇ ୨୦ ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଜୁନ୍‌‌ ୧୯ ସୁଦ୍ଧା ଆବେଦନ କରିବେ। ସେହିପରି ବିଭିନ୍ନ ପର୍ଯ୍ୟାୟର ନାମଲେଖା ଜୁଲାଇ ଶେଷ ସୁଦ୍ଧା […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ପଲିଟେକନିକ୍‌‌ କଲେଜରେ ଡିପ୍ଲୋମା ନାମଲେଖା ପାଇଁ (ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ପକ୍ଷରୁ ଆବେଦନ ତାରିଖରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନ ପ୍ରକ୍ରିୟା ଲାଟେରାଲ୍‌‌ ବର୍ଗର ପିଲାଙ୍କ ପାଇଁ ଜୁଲାଇ ୨୦ ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଜୁନ୍‌‌ ୧୯ ସୁଦ୍ଧା ଆବେଦନ କରିବେ। ସେହିପରି ବିଭିନ୍ନ ପର୍ଯ୍ୟାୟର ନାମଲେଖା ଜୁଲାଇ ଶେଷ ସୁଦ୍ଧା ଶେଷ କରି ଅଗଷ୍ଟରୁ ପିଲାଙ୍କ ପାଠପଢ଼଼ା ଆରମ୍ଭ କରିବାକୁ ଡିଟିଇଟି ଲକ୍ଷ୍ୟ ରଖିଛି। ସାମ୍ସ ପୋର୍ଟାଲ ଜରିଆରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ତେବେ ରବିବାର ସୁଦ୍ଧା ୩୯ହଜାର ୨୩୫ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୨୪,୧୭୩ଜଣ ଛାତ୍ରଛାତ୍ରୀ ଫି ପୈଠ କରିଛନ୍ତି। ୧୫୯ଟି ଶିକ୍ଷାନୁଷ୍ଠାନରେ ୭୬ହଜାର ୧୦୯ଟି ସିଟ୍‌‌ ଉପଲବ୍ଧ ଥିବା ସାମ୍ସ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

05 Jun 2023 By The Sakala

ଡିପ୍ଲୋମା ନାମଲେଖା ପାଇଁ ବୃଦ୍ଧି ପାଇଲା ଆବେଦନ ଅବଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ପଲିଟେକନିକ୍‌‌ କଲେଜରେ ଡିପ୍ଲୋମା ନାମଲେଖା ପାଇଁ (ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ପକ୍ଷରୁ ଆବେଦନ ତାରିଖରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନ ପ୍ରକ୍ରିୟା ଲାଟେରାଲ୍‌‌ ବର୍ଗର ପିଲାଙ୍କ ପାଇଁ ଜୁଲାଇ ୨୦ ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଜୁନ୍‌‌ ୧୯ ସୁଦ୍ଧା ଆବେଦନ କରିବେ। ସେହିପରି ବିଭିନ୍ନ ପର୍ଯ୍ୟାୟର ନାମଲେଖା ଜୁଲାଇ ଶେଷ ସୁଦ୍ଧା ଶେଷ କରି ଅଗଷ୍ଟରୁ ପିଲାଙ୍କ ପାଠପଢ଼଼ା ଆରମ୍ଭ କରିବାକୁ ଡିଟିଇଟି ଲକ୍ଷ୍ୟ ରଖିଛି। ସାମ୍ସ ପୋର୍ଟାଲ ଜରିଆରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ତେବେ ରବିବାର ସୁଦ୍ଧା ୩୯ହଜାର ୨୩୫ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୨୪,୧୭୩ଜଣ ଛାତ୍ରଛାତ୍ରୀ ଫି ପୈଠ କରିଛନ୍ତି। ୧୫୯ଟି ଶିକ୍ଷାନୁଷ୍ଠାନରେ ୭୬ହଜାର ୧୦୯ଟି ସିଟ୍‌‌ ଉପଲବ୍ଧ ଥିବା ସାମ୍ସ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର