ମହଙ୍ଗା ତେଲ ଦରରେ ଖାଉଟି ଛଟପଟ: ସରକାରୀ ତେଲ କମ୍ପାନୀ ମୁନାଫା କମାଇବାରେ ବ୍ୟସ୍ତ

The Sakala Picture
Published On

ନୂଆଦିଲ୍ଲୀ: ତେଲ ତାତିରେ ଖାଉଟି ଛଟପଟ। ବଜାରରେ ମହଙ୍ଗା ମାଡ଼ ୨୪ ବର୍ଷର ରେକର୍ଡ ଭାଙ୍ଗିଛି। ସମ୍ପ୍ରତି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏହାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅତ୍ୟଧିକ ତେଲ ଦର ଯୋଗୁଁ ଦେଶର ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଙ୍କୁ ଘୋର ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବା କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି। ଏଥଯୋଗୁ କମ୍ପାନୀଗୁଡିକୁ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲରେ ୯ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷତି ହେଉଥିବା ସରକାର […]

ନୂଆଦିଲ୍ଲୀ: ତେଲ ତାତିରେ ଖାଉଟି ଛଟପଟ। ବଜାରରେ ମହଙ୍ଗା ମାଡ଼ ୨୪ ବର୍ଷର ରେକର୍ଡ ଭାଙ୍ଗିଛି। ସମ୍ପ୍ରତି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏହାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅତ୍ୟଧିକ ତେଲ ଦର ଯୋଗୁଁ ଦେଶର ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଙ୍କୁ ଘୋର ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବା କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି। ଏଥଯୋଗୁ କମ୍ପାନୀଗୁଡିକୁ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲରେ ୯ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷତି ହେଉଥିବା ସରକାର କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ବିପରୀତ। ମହଙ୍ଗା ତେଲ ଦରରେ ବିଚରା ଖାଉଟି ଛଟପଟ ହେଉଥିବାବେଳେ ସରକାରୀ ତେଲ କମ୍ପାନୀ ମୁନାଫା କମାଇବାରେ ବ୍ୟସ୍ତ। ଆଶ୍ଚର୍ଯ୍ୟର କଥା ହେଉଛି, ଉଚ୍ଚ ତେଲ ଦର ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି, ଯାହା ଖାଉଟିଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି। ସେହି ସମୟରେ ତେଲ କମ୍ପାନୀ କିନ୍ତୁ ମାଲେମାଲ। ଦେଶର ବୃହତ୍‌ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ ରେକର୍ଡ ୨୪,୦୦୦ କୋଟି ଟଙ୍କାର ଲାଭ କରିବା ଏହାର ଏକ ଜ୍ବଳନ୍ତ ଊଦାହରଣ। ବର୍ଷକ ମଧ୍ୟରେ ତେଲ ଦର ୬୬ ପ୍ରତିଶତ ମହଙ୍ଗା ହୋଇଥିବାବେଳେ ଇଣ୍ଡିଆନ୍‌ ଅଏଲ ଏହି ସମୟରେ ୧୧ ପ୍ରତିଶତ ଲାଭ ଅର୍ଜନ କରିଥିବା କମ୍ପାନୀର ତ୍ରୈମାସିକ ଫଳାଫଳ ରିପୋର୍ଟରୁ ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବା କାରଣରୁ ଖୁଚୁରା ବଜାରରେ ଆଳୁଠାରୁ ଆରମ୍ଭ କରି ପନିପରିବା, ତେଜରାତି ସାମଗ୍ରୀ ଏବଂ ଦୁଗ୍‌ଧ ଜାତ ଦ୍ରବ୍ୟ ସବୁକିଛି ମହଙ୍ଗା ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ, କେବଳ ପନିପରିବା ଦରରେ ୨୩.୨୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ଉଚ୍ଚ ବଜାର ଦରକୁ ନେଇ ଖାଉଟି ଅତିଷ୍ଠ। ମଙ୍ଗଳବାର ପ୍ରକାଶ ପାଇଛି ଇଣ୍ଡିଆନ୍ ଅଏଲର ଜାନୁଆରୀ-ମାର୍ଚ୍ଚ ତ୍ରୈମାସ ଆର୍ଥିକ ଫଳାଫଳ ରିପୋର୍ଟ। ଏଥିରେ କମ୍ପାନୀ ଲାଭ କ୍ଷେତ୍ରରେ ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଥବା ଦର୍ଶାଯାଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ତୈଳ କମ୍ପାନୀଗୁଡିକ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲରେ ୯ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିବା କୁହାଯାଉଥିବାବେଳେ ବାସ୍ତବରେ କମ୍ପାନୀ ଉକ୍ତ ତ୍ରୈମାସରେ ୬,୦୨୧.୮୮ କୋଟି ଟଙ୍କା ଲାଭ କରିଛି।

ଆହୁରି ପଢ଼ନ୍ତୁ: ସରିଲା ସର୍ବଦଳୀୟ ବୈଠକ: MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

ଆର୍ଥିକ ଫଳାଫଳ ଅନୁଯାୟୀ, ୨୦୨୦-୨୧ ରେ କମ୍ପାନୀର ମୋଟ ଆୟ ୭.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସମାନ ଆର୍ଥିକ ବର୍ଷରେ ଏହା କୌଣସି ବି କମ୍ପାନୀର ଆୟଠାରୁ ଅଧିକ ବୋଲି ଇଣ୍ଡିଆନ୍‌ ଅଏଲର ନିର୍ଦ୍ଦେଶକ (ଅର୍ଥ) ସନ୍ଦୀପ ଗୁପ୍ତା କହିଛନ୍ତି। ଏହି ସମୟ ମଧ୍ୟରେ କମ୍ପାନୀ ୨୪,୧୮୪.୧୦ କୋଟି ଟଙ୍କା ନିଟ୍ ଲାଭ କରିଛି, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ। ଗତ ଆର୍ଥିକବର୍ଷରେ ଇଣ୍ଡିଆନ୍ ଅଏଲ୍ ରପ୍ତାନି ସହିତ ମୋଟ ୮୬୪.୦୭ ଲକ୍ଷ ଟନ୍ ଉତ୍ପାଦ ବିକ୍ରି କରିଥିଲା। ଜାନୁଆରୀ ୧ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଥିଲା। ମାର୍ଚ୍ଚ ମାସର ଶେଷ ୧୦ ଦିନ ମଧ୍ୟରୁ ନଅ ଦିନ ଧରି ମୂଲ୍ୟରେ ବୃଦ୍ଧି ଘଟିଥିଲା। ତେଣୁ ତେଲ ଦର ବଢ଼ିବା ଯୋଗୁ ମୁଦ୍ରାସ୍ଫୀତି ସହ ତାଳ ଦେଇ ବଜାର ଦର ଉର୍ଦ୍ଦ୍ବଗାମୀ ହେଉଛି। ଏଥିରେ ଲୋକଙ୍କ ପକେଟ୍‌ ଖାଲି ହେଉଥÒବାବେଳେ ତେଲ କମ୍ପାନୀ ମାଲେମାଲ ହେଉଛନ୍ତି। ଏଭଳି ସ୍ଥିତି ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିକୁ ପ୍ରତିପାଦିତ କରୁଛି।

ଆହୁରି ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତର ରୂପ ନେବ ଲଘୁଚାପ, ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର