ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ, ସ୍କାନରରେ ରାଜଧାନୀର ବାର ଓ ପବ୍
ଭୁବନେଶ୍ୱର: ନୂଆବର୍ଷ ପାଇଁ ଆରମ୍ଭ ହେଲା ଅବକାରୀ ବିଭାଗର ଧରପଗଡ଼ । ସ୍କାନରରେ ରାଜଧାନୀର ବାର ଓ ପବ୍ । ବଡଦିନ, ଜିରୋ ନାଇଟ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର ।
ଆହୁରି ପଢ଼ନ୍ତୁ: ବଲିଉଡର ବର୍ଷିଆନ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗ: ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫସିରଫ କାରବାର ଉପରେ ମଧ୍ୟ ରହିଛି କଡା ନଜର । ଏଭଳି ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି ବୋଲି ଚେତାବନୀ ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।





