ଯଶିପୁରର ପୂର୍ବତନ ବିଧାୟକ କମଳାକାନ୍ତ ନାଏକଙ୍କ ପରଲୋକ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଯଶିପୁରର ପୂର୍ବତନ ବିଧାୟକ କମଳାକାନ୍ତ ନାଏକ(୬୭)ଙ୍କର ଆଜି ସକାଳେ କେନ୍ଦୁଝରଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ । ବିଜୁ ଜନତା ଦଳରୁ ୧୪ଶ ବିଧାନସଭାକୁ ନିର୍ବାଚିତ ହୋଇ (୨୦୦୯-୨୦୧୪) ସେ ଯଶିପୁରର ବିଧାୟକ ହୋଇଥିଲେ । ରରୁଆଁ ବ୍ଲକ୍ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମପଞ୍ଚାୟତର ଜାମୁନ୍ତି ଗ୍ରାମରେ ଆଦିବାସୀ ପରିବାରରେ ୧୯୫୪ ଫେବୃଆରୀ ୧ତାରିଖରେ କମଳାକାନ୍ତ ଜନ୍ମଗ୍ରହଣ କରିଥିଲେ । […]

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଯଶିପୁରର ପୂର୍ବତନ ବିଧାୟକ କମଳାକାନ୍ତ ନାଏକ(୬୭)ଙ୍କର ଆଜି ସକାଳେ କେନ୍ଦୁଝରଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ । ବିଜୁ ଜନତା ଦଳରୁ ୧୪ଶ ବିଧାନସଭାକୁ ନିର୍ବାଚିତ ହୋଇ (୨୦୦୯-୨୦୧୪) ସେ ଯଶିପୁରର ବିଧାୟକ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ରରୁଆଁ ବ୍ଲକ୍ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମପଞ୍ଚାୟତର ଜାମୁନ୍ତି ଗ୍ରାମରେ ଆଦିବାସୀ ପରିବାରରେ ୧୯୫୪ ଫେବୃଆରୀ ୧ତାରିଖରେ କମଳାକାନ୍ତ ଜନ୍ମଗ୍ରହଣ କରିଥିଲେ । ସେ କଳାରେ ସ୍ନାକକୋତ୍ତର ଡ଼ିଗ୍ରୀ ହାସଲ କରିବା ପରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ଯୋଗ ଦେଇଥିଲେ । ଚାକିରି କାଳ ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଡ଼ିଓ ଓ ତହସିଲଦାର ରୂପେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ସ୍ୱେଚ୍ଛାକୃତ ଭାବେ ଓଡ଼ିଶା ପ୍ରଶାସନିକ ସେବା ଚାକିରୀରୁ ଅବସର ନେବା ପରେ ରାଜନୀତିରେ ପାଦ ଦେଇଥିଲେ । ସେହିବର୍ଷ ସେ ପ୍ରଥମେ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଜନତା ଦଳ ବିଜୁ ଜନତା ଦଳ(ବିଜେଡ଼ି)ରେ ପରିଣତ ହୋଇଥିଲା । ବିଜେଡ଼ି-ବିଜେପି ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୦୦ ନିର୍ବାଚନରେ ଏହି ଆସନଟି ବିଜେପି ଭାଗରେ ପଡ଼ିଥିଲା । ସେ ବିଜେପିରୁ ଟିକେଟ୍ ପାଇଁ ଆଶାୟୀ ଥାଇ ନିରାଶ ହେବାପରେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଏହାପରେ ପୁଣି ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରିଥିଲେ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ବିଧାନସଭାର ବିଧାୟକ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଶିକ୍ଷା ସମାପ୍ତ ପରେ କିଛି ଦିନ ଅଙ୍ଗାରପଦା ପଞ୍ଚାୟତ ମହାବିଦ୍ୟାଳୟ, ରରୁଆଁରେ ଅବୈତନିକ ଅଧ୍ୟାପକ ରୂପେ ଅଧ୍ୟାପନା କରିଥିଲେ । ତାଙ୍କର କଳା, ସାହିତ୍ୟ ପ୍ରତି ଅନେକ ରୁଚି ରହିଥିଲା । ତାଙ୍କର ବିଧବା ପତ୍ନୀଙ୍କ ସମେତ ଦୁଇ ପୁଅ, ଜଣେ ଝିଅ ରହିଛନ୍ତି । ତାଙ୍କ ବିୟୋଗରେ ଯଶିପୁର ବିଧାୟକ ଗଣେଶରାମ ସିଂଖୁଣ୍ଟିଆ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ସେବା ପାଇଁ ସେ ସବୁଦିନ ଅଞ୍ଚଳବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ରହିଥିବେ ବୋଲି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ରରୁଆଁ ବ୍ଲକର ବିଜେଡ଼ି ନେତା ବିପିନ୍ ବିହାରୀ ମହାନ୍ତ ଓରଫ୍ ଲାଲି, ଆଦିବାସୀ ନେତା ତଥା ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ତିଳକୁଟି ପଞ୍ଚାୟତର ସରପଞ୍ଚ ମିନୁ ଚାତାର, ବୈଦ୍ୟନାଥ ପଞ୍ଚୟତର ସରପଞ୍ଚ ନର୍ମଦା ନାଏକ ପ୍ରମୁଖ ପୂର୍ବତନ ବିଧାୟକ କମଳାକାନ୍ତ ନାଏକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର