ପ୍ରତିଟି ଭୋଟ ଗଣତନ୍ତ୍ରକୁ ମଜବୁତ କରିବ : ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

The Sakala Picture
Published On

ଭୁବନେଶ୍ବର : ଧାମନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଛି। ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୧୦.୨୫ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଧାମନଗରବାସୀଙ୍କୁ ବିପୁଳ […]

ଭୁବନେଶ୍ବର : ଧାମନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଛି। ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୧୦.୨୫ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଧାମନଗରବାସୀଙ୍କୁ ବିପୁଳ ସଂଖ୍ୟା ଭୋଟ ହେବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ।’

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଧାମନଗର ଉପନିର୍ବାଚନ ପାଇଁ  ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ। ମୋଟ ୨୫୨ବୁଥରେ ମତଗ୍ରହଣ କରାଯାଇଛି । ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।

ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ସୁରୁଖୁରୁରେ ମତଦାନ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ନଟବର ମୁଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ନଟବରଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି କରି ଦିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ସପଟେ ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ ଉଜଚୠ, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

03 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର