କୋଭିଡ ଟିକା ନେବାପରେ ମଧ୍ଯ ଡାକ୍ତରଙ୍କୁ କରୋନା

The Sakala Picture
Published On

ରାଉରକେଲା: କରୋନା ଟିକା ନେବା ପରେ ମଧ୍ଯ ଜଣେ ଡାକ୍ତର କୋରନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ମଧ୍ଯ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି । ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା […]

ରାଉରକେଲା: କରୋନା ଟିକା ନେବା ପରେ ମଧ୍ଯ ଜଣେ ଡାକ୍ତର କୋରନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ମଧ୍ଯ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ୭୧ ବର୍ଷୀୟ ଡାକ୍ତର ସୟଦ ସୁଲେମାନ ଏବେ କରୋନା ଭୂତାଣୁ କବଳରେ । ଗତ ଜାନୁଆରୀ ୧୬ ତାରିଖରେ ପ୍ରଥମ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଦ୍ଵିତୀୟ କୋଭିଡ୍ ଟିକା ନେଇଥିଲେ ସୟଦ ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ହେଲେ ମାର୍ଚ୍ଚ ତିନି ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ସୟଦ ସୁଲେମାନ। କୋଭିଡ୍ ଚିହ୍ନଟ ହେବା ପରେ ଡାକ୍ତର ନିଜ ଘରେ ଆଇସୋଲେସନରେ ଅଛନ୍ତି । ଟିକାକରଣ ପରେ ଶରୀରର ୭୦ ପ୍ରତିଶତ ପ୍ରତିଷେଧକ ଶକ୍ତି ବଢିଥାଏ । ହେଲେ ବି ସଂକ୍ରମଣରୁ ରକ୍ଷା ପାଇଁ ନିଜେ ସଜାଗ ହେବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋଭିଡରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର