OPSC ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି….

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସୂଚନା ସେବା କ୍ୟାଡର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ କରାଯାଉଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ପରିକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଆଜି କରାଯାଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ରହିଛି ୯୪ ମାର୍କର ପ୍ରଶ୍ନ ରହିଥିବା। ଯାହାକୁ ନେଇ ପରିକ୍ଷାର୍ଥୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ସରକାରଙ୍କ ସୂଚନା ଓ […]

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସୂଚନା ସେବା କ୍ୟାଡର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ କରାଯାଉଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ପରିକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଆଜି କରାଯାଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ରହିଛି ୯୪ ମାର୍କର ପ୍ରଶ୍ନ ରହିଥିବା। ଯାହାକୁ ନେଇ ପରିକ୍ଷାର୍ଥୀ ମାନେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବୀରେ ନିଯୁକ୍ତି ନେଇ ଗତ ବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବୀ ପାଇଁ ମାର୍ଚ୍ଚ ୨୯ ଓ ୩୦ ପରୀକ୍ଷା ଅନୁଷ୍ଠିତ ହୋଇଛି। ଗତକାଲି ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରଥମ ସିଫ୍ଟରେ ଜେନେରାଲ ଆୱାରନେସ୍‌ ଓ ଦ୍ବିତୀୟ ସିଫ୍ଟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଷୟର ପରୀକ୍ଷା ହୋଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଶେଷ ସିଫ୍ଟରେ ହେଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ ପରୀକ୍ଷାର୍ଥୀ । ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା । ଯାହାକି ପୂର୍ଣ୍ଣ ସଂଖ୍ୟା ଠାରୁ ୬ ନଂ କମ୍‌ ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର